ବାରିପଦା ୦୩/୦୮/୨୦୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ଝାରପଡ଼ା ଜେଲରେ କଏଦୀଙ୍କ ଖଟି ଭିଡିଓ ଭାଇରାଲ୍ ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଜେଲ୍ ବିଭାଗ । ଜେଲ୍ ଭିତରକୁ କୌଣସି କର୍ମଚାରୀ ମୋବାଇଲ ଫୋନ୍ ସାଙ୍ଗରେ ନେଇ ଯାଇପାରିବେ ନାହିଁ । ଡ୍ୟୁଟିକୁ ଯିବା ସମୟରେ ପ୍ରବେଶ ପୂର୍ବରୁ ଫାଟକ ନିକଟରେ ମୋବାଇଲ ଫୋନ୍, ଟଙ୍କା ଦାଖଲ କରିବେ । ଉପରିସ୍ଥ ଅଧିକାରୀଙ୍କ ଉପସ୍ଥିତିରେ କର୍ମଚାରୀଙ୍କୁ ଯାଞ୍ଚ କରାଯିବ। ଏହାର ବିବରଣୀ ରେଜିଷ୍ଟରରେ ଉଲ୍ଲେଖ ରହିବ। ଜେଲ୍ର ଓ ସୁପରିଣ୍ଟେଣ୍ଡେଣ୍ଟ ମଧ୍ୟ ମୋବାଇଲ ଫୋନ୍ ଧରି ୱାର୍ଡ ବୁଲିପାରିବେ ନାହିଁ। କେବଳ ଅଫିସ୍ ଭିତରେ ବ୍ୟବହାର କରିପାରିବେ। ଝାରପଡ଼ା ଜେଲ୍ ଭିଡିଓ ତିଆରି କରି ଭାଇରାଲ୍ କରିବା ପଛରେ କିଛି ଅସାଧୁ କର୍ମଚାରୀଙ୍କ ହାତ ରହିଥିବା ସନ୍ଦେହ ପ୍ରକାଶ ପାଇବା ପରେ ଜେଲ୍ ଡିଜି ଏଭଳି ସର୍କୁଲାର ଜାରି କରିଛନ୍ତି। ଏହି ନିୟମର ଉଲ୍ଲଂଘନ ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ସହ କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। । କେବଳ କର୍ମଚାରୀ ନୁହନ୍ତି, କଏଦୀଙ୍କୁ ନେବା ଓ ଉତ୍ତରଦାୟିତ୍ବ ରହିବେ ଜେଲ୍ କ ଓ ନିୟମ ଉଲ୍ଲଘନ ହେଲେ କଡ଼ା ଆଣିବା ସମୟରେ ସେମାନଙ୍କୁ ମଧ୍ୟ ଫାଟକ ନିକଟରେ କଡ଼ା ଯାଞ୍ଚ କରାଯିବ । ଜେଲ ପାଚେରି ପଟେ ଭିତରକୁ ମୋବାଇଲ ଫୋନ, ନିଶାଦ୍ରବ୍ୟ ଓ ଆପତ୍ତିଜନକ ସାମଗ୍ରୀ ଫିଙ୍ଗା ଯାଉଥିବା ନଜର ରହିଛି। ଏହା ଉପରେ କଡ଼ା ନଜର ରଖିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସିସିଟିଭି ଜରିଆରେ ନଜର ରଖିବା ସହ ଯାଞ୍ଚ ସମ୍ପର୍କରେ ପଦକ୍ଷେପ ନେବାକୁ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଓ ଜେଲରଙ୍କୁ କୁହାଯାଇଛି। ସକାଳ ଓ ସନ୍ଧ୍ୟାରେ ଜେଲ ପରିସରରେ ଯାଞ୍ଚ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାଞ୍ଚ ବେଳେ ଯେଉଁ କଏଦୀ ଧରାପଡ଼ିବେ, ସେମାନଙ୍କୁ ସ୍ବତନ୍ତ୍ର ୱାର୍ଡକୁ ସ୍ଥାନାନ୍ତର କରାଯାଇ ତୀକ୍ଷ୍ଣ ନଜର ରଖାଯିବ । ଡ୍ୟୁଟି ସମୟରେ ଯେଉଁ କର୍ମଚାରୀ ମୋବାଇଲ ଫୋନ୍ ଓ ଆପତ୍ତିଜନକ ସାମଗ୍ରୀ ଧରିବେ, ସେମାନଙ୍କୁ ପୁରସ୍କୃତ କରାଯିବ । ସେମାନଙ୍କ ସର୍ଭସ୍ ବୁକରେ ମଧ୍ୟ ଏହି କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ ରହିବ। ଯେଉଁମାନେ ଖିଲାପ କରିବେ, ସେମାନଙ୍କ ବିରୋଧରେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭାଇରାଲ୍ ଭିଡିଓ ଭଳି ଘଟଣା ସାମ୍ନାକୁ ଆସିଲେ ସଂପୃକ୍ତ କର୍ମଚାରୀ ଓ ଜେଲ୍ କତ୍ତପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା । ଏହାକୁ ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯିବ ବୋଲି ସର୍କୁଲାରେ ଉଲ୍ଲେଖ ରହିଛି ।
ପ୍ରବେଶ ଫାଟକରେ ମୋବାଇଲ ଦାଖଲ କରିବେ କର୍ମଚାରୀ
|
August 3, 2020 |



