ସୁନ୍ଦରଗଡ଼, ୨୮/୦୭/୨୦ (ସନ୍ଧାନ ନିଉଜ) : ଉଜୁଡାଜଙ୍ଗଲର ପୁନଃରୁଦ୍ଧାର, ଜଙ୍ଗଲ ସୁରକ୍ଷା ତଥା ଜଙ୍ଗଲ ଉପରେ ନିର୍ଭର କରୁଥିବା ପରିବାର ମାନଙ୍କ ଜୀବନ ଜୀବିକାର ମାନରେ ଉନ୍ନତି ଆଣିବାର ଲକ୍ଷ୍ୟ ରଖି ଉଜ୍ଜଲପୁର ବନାଞ୍ଚଳର ୩୦ ଟି ବନ ସୁରକ୍ଷା ସମିତିରେ ଚାଲୁଛି ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ । ଗାଁ ଗାଁ ରେ ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇ ଜଙ୍ଗଲ ସୁରକ୍ଷା କରିବା ତଥା ବିକଳ୍ପ ଜୀବିକାର ସନ୍ଧାନ କରିବା ନିମନ୍ତେ ଏହି ପ୍ରକଳ୍ପ ତରଫରୁବନ ସୁରକ୍ଷା ସମିତି ମାଧ୍ୟମରେ ବ୍ୟାପକ ସଚେତନତା କରାଯାଉଛି । ବିଭିନ୍ନ ବିଭାଗ ଦ୍ୱାରା ଏକାଭିମୁଖୀତା ମାଧ୍ୟମରେ ସରକାରୀ ଓ ବେସରକାରୀ ଯୋଜନାଗୁଡିକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ସହଯୋଗୀ ଅନୁଷ୍ଠାନ ସେବକ ତଥା ଉଜ୍ଜଲପୁର କ୍ଷେତ୍ର ପରିଚାଳନା ଏକକ ତରଫରୁ ନିରନ୍ତର ଉଦ୍ୟମ କରାଯାଉଛି ।
ଝୁରିମାଲ ଗ୍ରାମ୍ୟଜଙ୍ଗଲକୁ ଲାଗିରହିଥିବା ୧୦ ଏକର ଜମିକୁ ଅନେକଲୋକ ଜବର ଦଖଲ କରିବା ପାଇଁ ଅନେକ ଦିନର ୁଚେଷ୍ଟାକରି ଆସୁଥିଲେ । ବନ ସୁରକ୍ଷା ସମିତି ତଥା ସହଯୋଗୀ ଅନୁଷ୍ଠାନ ସେବକର କର୍ମକର୍ତ୍ତାଙ୍କ ଦ୍ୱାରାଏହାର ସମାଧାନର ପନ୍ଥା ଖୋଜି ବାହାର କରିବା ପାଇଁ ବିଭିନ୍ନ ସମୟରେ ସଭାସମିତିର ଆୟୋଜନ କରାଯାଇଥିଲା । ଝୁରିମାଲ ଗ୍ରାମବାସୀଙ୍କ ସର୍ବସମ୍ମତି କ୍ରମେ ସେହି ଅଞ୍ଚଳରେ ସାମୁହିକ ଶ୍ରମ ଦାନ ଦ୍ୱାରା ବୃକ୍ଷରୋପଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ପରିପ୍ରେକ୍ଷୀରେ ଆଜି ଝୁରିମାଲ ବନ ସୁରକ୍ଷା ସମିତି ତରଫରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗ୍ରାମର ୧୦ ଏକର ପରିମିତ ଉଜୁଡା ଜମିରେ ସାମୁହିକ ଶ୍ରମଦାନ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ଏହ ିକାର୍ଯ୍ୟକ୍ରମରେ ଲେଫ୍ରିପଡ଼ା (ଖ) ଜିଲ୍ଲାପରିଷଦ ସଭ୍ୟ ନରେଶ ପ୍ରତାପ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବନସୁରକ୍ଷା ସମିତିର ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ । ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଉଜ୍ଜଲପୁର ବନାଞ୍ଚଳ ଅଧିକାରୀ ସଂଗ୍ରାମ କିଶୋରୀ ମଣିହୀରା ବନୀକରଣ ଉପାଦେୟତା ସମ୍ବନ୍ଧରେ ବୁଝାଇବା ସଙ୍ଗେସଙ୍ଗେ ଶ୍ରମଦାନ ମାଧ୍ୟମରେ ବନୀକରଣ ଏକ ଅଭିନବ ଚିନ୍ତାଧାରା ବୋଲି ବର୍ଣ୍ଣନା କରିଥିଲେ । ବନପାଳ ତୃଷ୍ଣା ନାଏକ ଗତ ବର୍ଷ ପ୍ରକଳ୍ପ ତରଫରୁ କରାଯାଇଥିବା ବୃକ୍ଷରୋପଣର ଉତ୍ତମ ସୁରକ୍ଷା ତଥା ଯତ୍ନ ମାଧ୍ୟମରେ ନିଜସ୍ୱ ଉଦ୍ୟମରେ ୫ କିଲୋମିଟରର ଏକ ଟ୍ରେଞ୍ଚ୍ ଖୋଲିଥିବାର ୁସମିତିର ସଭ୍ୟସଭ୍ୟାଙ୍କ ୁଭୂୟସୀ ପ୍ରଶଂସା କରିଥିଲେ । ଉଜ୍ଜଲପୁର ବନାଞ୍ଚଳ ଟିମ୍ଲିଡର୍ ଦିଗାମ୍ବର ଉପାଧ୍ୟାୟ ସଭାପତିତ୍ୱ କରି ଶ୍ରମଦାନ ଦ୍ୱାରା ଝୁରିମାଲ ଗ୍ରାମବାସୀ ଅନେକ କାର୍ଯ୍ୟ ସଂପାଦନ କରିଛନ୍ତି ତଥା ଆଗାମୀ ଦିନରେ ମଧ୍ୟ ଏହି ପ୍ରୟାସ ଜାରୀ ରହିବ ବୋଲି କହିଥିଲେ ।