ମୟୂରଭଞ୍ଜ: ପୁରୁଣାପାଣି ଗ୍ରାମରେ ପାନୀୟ ଜଳର ଉତ୍କଟ ସମସ୍ୟା

Spread the love

ବାରିପଦା ୨୮/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ଅନ୍ତର୍ଗତ ଶରତ ପଞ୍ଚାୟତର ୬ନଂ ୱାର୍ଡ଼ । ପୁରୁଣାପାଣିର ବନ୍ଧସାହି ଏକ ଆଦିବାସୀ ଅଧୁଷିତ ଗାଁ । ଅଭାବ ସାଙ୍ଗକୁ ଦାରିଦ୍ର୍ୟ ହଜାଇ ଦେଇଛି ଜୀବନର ଚିତ୍ରକୁ। ଗ୍ରାମରେ ୫୦ଟି ପରିବାର  ବସବାସ କରୁଛନ୍ତି । ପ୍ରାୟ ଅକାଂଶ ଜନସାଧାରଣ ନିରକ୍ଷର । ଗ୍ରାମାଞ୍ଚଳ ଅଧୁବାସୀଙ୍କ ମୁହଁରେ ହସ ଫୁଟିଲେ ଦେଶର ପ୍ରକୃତ ବିକାଶ ହୋଇଛି ବୋଲି ଧରାଯାଏ। ମାତ୍ର ଉକ୍ତ ଗ୍ରାମର ଲୋକେ ସ୍ବାଧୀନତାର ସାତ ଦଶନ୍ଧି ପରେ ବି ଚୁଆପାଣିକୁ ପାନୀୟ ଜଳଭାବେ ଗ୍ରହଣ କରିବା ସରକାରଙ୍କର ବିଭିନ୍ନ ଯୋଜନା ପ୍ରତି ଉପହାସ କରୁଛି। ।

                          ଏ ଘଟଣା ଯେତିକି ଦୁଃଖଦାୟକ ସେତିକି ଲଜ୍ଜାଜନକ  ପ୍ରତ୍ୟେକ ପରିବାରକୁ ଶୁଦ୍ଧ ପାନୀୟ  ଜଳ ଯୋଗାଇ ଦେବା ପାଇଁ ସରକାରଙ୍କୁ କେତେ କ’ଣ ଯୋଜନା ରହିଛି । ଏଥିପାଇଁ ତୃଣମୂଳ ସ୍ତରରେ  ଯୋଜନାର ସଫଳ ରୂପାୟନ ପାଇଁ ସର୍ବାଧୂକ ଗୁରୁତ୍ବ ଦିଆଯାଇ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା। ଉକ୍ତ ଗ୍ରାମରେ ସକାଳ ହେଲେ ଗ୍ରାମରେ ପାଣି ଚିନ୍ତା । ଗ୍ରାମରେ ଜଳର କୌଣସି ଉସ ନଥିବାରୁ ପିଲାଠା ରୁ ବୁଢ଼ା ପର୍ଯ୍ୟନ୍ତ ପାଣି ପାଇଁ ଏକ କିଲୋମିଟରରୁ ଉଦ୍ଧ ଜଙ୍ଗଲୀ ରାସ୍ତାରେ ଯାଇ ଚାଷ ଜମି ଭିତରେ ଥିବା ଚୁଆ ନିକଟରେ ପହଞ୍ଚି ପାଣି ସଂଗ୍ରହ କରିଥାନ୍ତି । ସେଥିରେ ପୁଣି ପ୍ରତିଯୋଗିତା କିଏ ଯାଇ ଆଗେ  ପହଞ୍ଚିବ । ଯିଏ ପ୍ରଥମେ ପହଞ୍ଚି ତା’ ଭାଗ୍ୟରେ ପରିଷ୍କାର ପାଣି ଟିକେ ମିଳିଥାଏ । ମାତ୍ର ପରେପରେ ପାଣି ଗୋଳିଆ ହୋଇଯାଏ । ଏବେ ବର୍ଷା ଦିନରେ ଗ୍ରାମବାସୀ ଚାଷ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଅଧୁକାଂଶ  ଲୋକଙ୍କୁ ଚାଷ ଜମି ଭିତରେ ଥିବା ଚୁଆ ହିଁ ଜୀବନ  ଜୀଇଁବାର ରାହା ଦେଇଛି । ରୋଷେଇ ଏବଂ ପାନୀୟ ଜଳ ରୂପେ ବ୍ୟବହାର କରୁଥିବା ଜଳ ଜହର ପାଲଟୁଛି । ବିଶୁଦ୍ଧ ପାନୀୟ ଜଳ ଏଠାକାର ଲୋକଙ୍କ ପାଇଁ ସାତ ସପନ ପାଲଟିଛି । ଦୂଷିତ ପାଣି ପିଇ ବହୁ ସମୟରେ ଏମାନେ ରୋଗରେ ପଡ଼ିଥାନ୍ତି । ଦୀର୍ଘଦିନ ହେଲା ଏହି ସମସ୍ୟା ଲାଗି ରହିଥିବା ବେଳେ ସମସ୍ୟାର ସମାଧାନ ପ୍ରତି ସରକାର କ୍ରମାଗତ ଅଣଦେଖା କରିଆସୁଥିବା ୱାର୍ଡମେମ୍ବର ଦୁମି ସିଂ, ବୁଢ଼ାନ୍ ସିଂ, ବୀର ସିଂ, ସହନ ସିଂ, ସରସ୍ୱତୀ ହେମ୍ବ, ଆୟାସି ସିଂ ପ୍ରକାଶ କରିଛନ୍ତି । ଗ୍ରାମର ୱାର୍ଡ ସଭ୍ୟ ଦୁମି,ସିଂ କହନ୍ତି, ଗ୍ରାମ ପାଇଁ ନଳକୂପ ମଂଜୁର ହୋଇ ଆସିଥିଲେ ହେଁ ରାସ୍ତା ନଥିବାରୁ ଗ୍ରାମ ମଧ୍ୟକୁ ନଳକୂପ ଗାଡ଼ି ଆସିପାରୁନାହିଁ । ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀ, ନବଜାତକ ଶିଶୁ କିମ୍ବା ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇଦେବା ସମ୍ଭବ ହୋଇନଥାଏ । ପାଦଚଲା ରାସ୍ତାରେ ସଙ୍ଗୀଭାରରେ ରୋଗୀଙ୍କୁ ୧କିମି ଦୂର ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥାଏ । କେବଳ ପାନୀୟ ଜଳ ସମସ୍ୟା ନୁହେଁ, ପୁରୁଣାପାଣିର କିଛି ଲୋକ ବିଜୁଳି ଆଲୁଅ ପାଇଥିବାବେଳେ ବନ୍ଧସାହି ଗ୍ରାମରେ ବିଜୁଳି ଆଲୁଆ ପହଞ୍ଚିପାରିନାହିଁ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସାମାଜିକ ବିକାଶ, ପାନୀୟ ଜଳ ଭଳି ସର୍ବନିମ୍ନ ମୌଳିକ ସୁବିଧା ଏଠାରେ ଅପହଞ୍ଚ । ଯାହାକି ଆମ ବିକାଶର ଡ଼େଙ୍ଗୁରା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏ ସଂପର୍କରେ ବିଡ଼ିଓ ସତ୍ୟନାଥ ନାଏକ କହନ୍ତି ଉକ୍ତ ଗ୍ରାମରେ ପାନୀୟ ଜଳ ସମସ୍ୟା ସଂପର୍କରେ ଅବଗତ ହେଲି । ସମସ୍ୟାର ସମାଧାନ ଦିଗରେ ଯଥୋଚିତ ପଦକ୍ଷେପ ନେବି । ଉକ୍ତ ଗ୍ରାମର ଜନସାଧାରଣଙ୍କୁ କେବେ ବିଶୁଦ୍ଧ ପାନୀୟ ଜଳ ମିଳୁଛି ତାହାକୁ ଚାହିଁ ବସିଛନ୍ତି ଗ୍ରାମବାସୀ ।

Related Posts

About The Author

Add Comment