ବାରିପଦା ୨୮/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କୁଳିଅଣା ଗ୍ରାମ ଉନ୍ନୟନ ବିକାଲ ଅଧୀନରେ ୧ କୋଟି ୭ ଲକ୍ଷ ୫୨ ହଜାର ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା ଏକ ରାସ୍ତାକାମ ଦୀର୍ଘଦିନ ହେଲା ସରୁନି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମାଣ ହେଉଥିବା ଏହି ରାସ୍ତା ନିର୍ଦ୍ଧାରିତ ସମୟ ମଧ୍ୟରେ ସରୁ ନଥିବାରୁ ବଢୁଛି ଜନ ଅସନ୍ତୋଷ । ୧୮ ନଂ ଜାତୀୟ ରାଜପଥ ଅସନବଣି ଛକଠାରୁ ହରଦିଆଶୋଳ (ଦାରୁଣିଆଁ) ପର୍ଯ୍ୟନ୍ତ ୨୫ କିମି ଦୈର୍ଘ୍ୟ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଗତବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ ହେଲାଣି । ସେହିବର୍ଷ ଜୁଲାଇ ୯ ତାରିଖ ସୁଦ୍ଧା ନିର୍ମାଣ କାମ ସରିବା କଥା । ହେଲେ ଅକୁ ବର୍ଷେ ବିତି ସାରିଥିଲେ ବି ୬୦ ଲକ୍ଷ ଟଙ୍କାରେ ମାତ୍ର ୫୦ ପ୍ରତିଶତ କାମ ସରିଛି। ଏବେ ଶ୍ରାବଣ ମାସ ଅନେକ ସମୟରେ ବର୍ଷା ଲାଗି ରହୁଥିବାରୁ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ସହଜ ନୁହେଁ। ଏମିତିରେ ରାସ୍ତା କାମ କେଳେ ସରିବ ସେ ନେଇ କାହା ପାଖରେ ବି ଉତ୍ତର ନାହିଁ । ରାସ୍ତା ନିର୍ମାଣ ସରିଲେ ତୁମୁରିଡିହା, ପାରୁନିଆ ଓ ଗୌତରମା ପଞ୍ଚାୟତର ହଜାର ହଜାର ଲୋକ ଉପକୃତ ହେବେ । ତେଣୁ ବ୍ଲକ୍ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।



