ଅବହେଳିତ ଅବସ୍ଥାରେ ବାରିପଦା ସଦର ସର୍ବପୁରାତନ ଜଳାଶୟ

Spread the love

ବାରିପଦା, ୨୬/୦୭/୨୦ (ସନ୍ଧାନ ନିଉଜ) : ବାରିପଦା ସଦର ସର୍ବପୁରାତନ ଜଳାଶୟ  ହେମସାଗର ପୋଖରୀର କାହାଣୀ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଐତିହ୍ୟ ସହିତ ଜଡିତ ମହାପ୍ରଭୁ ଶ୍ରୀ ଶ୍ରୀ ହରିବଳଦେବଙ୍କ ମନ୍ଦିର ନିକଟରେ ଥିବା । ଏହି ଜଳାଶୟରେ ଚନ୍ଦନ ଯାତ୍ରା ସମୟରେ ପ୍ରଭୁଚାପ ଖେଳନ୍ତି । ଏହା ବ୍ୟତୀତ ବର୍ଷସାରା ସହରର ୬ ନଂ ଓ୍ଵାର୍ଡ , ୭ ନଂ ଓ୍ଵାର୍ଡ ,୮ ନଂ ଓ୍ଵାର୍ଡ ଏବଂ ୧୦ ନଂ ଓ୍ଵାର୍ଡର ବାସିନ୍ଦା ପ୍ରାୟ ୫ ହଜାର ଲୋକ ଏହି ପୋଖରୀ ଉପରେ ନିର୍ଭର କରନ୍ତି । ମାତ୍ର ପୋଖରୀର ଦ୍ବରାବସ୍ଥା କହିଲେ ନ ସରେ ଛଅ କୋଣ ବିଶିଷ୍ଟ ତଥା ଇଂରାଜୀ ଏଲ୍ ଅକ୍ଷର ଆକୃତିର ଏହି ପୋଖରୀ ୪ ଟି ଘାଟ ରହିଛି । ଦେବଦତ୍ତ ବିଭାଗ ଅଧିନରେ ଥିବା ଏହି ପୋଖରୀର ସୈାନ୍ଦର୍ଯ୍ୟକରଣ ପାଇଁ ପୈାରପରିଷଦ ପକ୍ଷରୁ ସ୍ବତନ୍ତ୍ର ଡିପିଆର୍ ପ୍ରସ୍ତୁତ କରାଯାଇ ନଗର ଉନ୍ନୟନ ବିଭାଗକୁ ପଠାଯାଇଥିଲା । ଏହାକୁ ଏକ ମଡେଲ ପୋଖରୀରେ ପରିଣତ କରିବାକୁ ଓ ଆଇଡିଏଫ  ସ୍ମିମ୍ ରେ ୧ କୋଟି ୪୯ ଲକ୍ଷ ଟଙ୍କା ମଧ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଞ୍ଜୁର ହୋଇଥିବା ଜଣାପଡିଛି । ମାତ୍ର ଏ ଯାଏଁ ଏ ନେଇ କୈାଣସି ଟେଣ୍ଡର ହୋଇନାହିଁ । ୨୦୧୯ ଫେବୃଆରୀ ମାସରେ ପୈାରପରିଷଦର ନିର୍ବାଚିତ। ବୋର୍ଡ଼ ଭାଙ୍ଗିବା ପୂର୍ବରୁ ଶେଷ ମୂହୁର୍ତ୍ତରେ ଅତ୍ୟନ୍ତ ତରବରିଆ ଭାବେ ବାରିପଦାର ବିଭିନ୍ନ ଜଳାଶୟର ପୁନଃ ଉଦ୍ଧାର ଓ ସୈନ୍ଦର୍ଯ୍ୟ କାରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଗଲା । ହେମସାଗର ପୋଖରୀର ମଧ୍ୟ ୨୦୧୯ ମସିହା ଫେବୃଆରୀ ୧୨ ତାରିଖରେ ମାର୍ବଲ ଖୋଜିତ ଭିତ୍ତି ପ୍ରସ୍ତର ଫଳକ ସ୍ଥାପିତ ହୋଇଥିଲା । ତେବେ ଇତି ମଧ୍ୟରେ ପାଖାପାଖି ଦେଢବର୍ଷ ଧରି କେବଳ ଫଳକ ସେମିତି ଲାଗିଥିବା ବେଳେ ପୋଖରୀର ଉନ୍ନତି କରଣ ଫାଇଲ୍ ତଳେ ସେମିତି ପଡ଼ିରହିଛି । ସେପଟେ ପୋଖରୀଟି ଦଳ ଓ କୁଢ କୁଢ ଅଳିଆ ଆବର୍ଜନାରେ ଭିତ୍ତି ହୋଇ ରହିଛି । ଏହି ଏହି ପଚି ଦୁଃଖନ୍ଦମୟ ପରିବେଶ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ପାଇଁ ଆଉ ବ୍ୟବହାର ଉପଯୋଗୀ ହୋଇନାହିଁ ଏ ପୋଖରୀର ଜଳ , ତଥାପି ପ୍ରତିଦିନ ସ୍ଥାନୀୟ ବସ୍ତି ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ଅନେକ ଲୋକ ଏହି ପୋଖରୀରେ ଗାଧୁଆ ପାଧୁଆ କରନ୍ତି । ପୋଖରୀର ସୈନ୍ଦର୍ଯ୍ୟ କରଣ ଏବେ ନାଲି ଫାଇଲ୍ ତଳେ ବନ୍ଦ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ବାସିନ୍ଦା ଏବଂ ପୂର୍ବତନ କାଉନସିଲରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ମଧ୍ୟ ପୈାରପରିଷଦ ପକ୍ଷରୁ ଏହାକୁ ସଫା କରାଯାଉନଥିବାରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଚତୁର୍ଦ୍ଦଶ ଶତାବ୍ଦୀର କଥା । ମୟୂରଭଞ୍ଜ ରାଜ୍ୟର ରାଜଧାନୀ ସେତେବେଳେ ହରିପୁରଗଡରେ ଥାଏ । ଇତିହାସ ପୃଷ୍ଠାରେ ଦ୍ବିତୀୟ ଇନ୍ଦ୍ରଦ୍ୟୁମ୍ନ ଭାବେ ପରିଚିତ ମହାରାଜ ବୈଦ୍ୟନାଥ ଭଞ୍ଜ ଏକଦା ତାଙ୍କର ଛତ୍ରଚାମର । ହାତୀ ଘୋଡ଼ା ଓ ସୈନ୍ୟସାମନ୍ତଙ୍କୁ ଧରି ତୀର୍ଥ ଭ୍ରମଣ ଉଦ୍ଦେଶ୍ୟରେ ଶ୍ରୀ କ୍ଷେତ୍ରକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ଯାଇଛନ୍ତି । ପୁରୀ ପ୍ରବେଶ କରିବା ପୂର୍ବରୁ ଗଜପତିଙ୍କ ସୈନ୍ୟସାମନ୍ତ ମାନେ ମହାରାଜ ବୈଦ୍ୟନାଥ ଭଞ୍ଜଙ୍କ ପଥ ଓଗାଳିଲେ । ମହାରାଜା ବୈଦ୍ୟନାଥ ଭଞ୍ଜ ଅଇନଳା ନିକଟରେ ସୈନ୍ୟସାମନ୍ତଙ୍କ ସହ ଅବସ୍ଥାନ କଲେ ତତ୍କାଳୀନ ଗଜପତିଙ୍କ ନିକଟକୁ ଜଗନ୍ନାଥ ଦର୍ଶନ ଅଭିଳାଷ ସଂପର୍କରେ ଦୂତ ପଠାଇ ଅବଗତ କଲେ । ଗଜପତି ସବିଶେଷ ତଥ୍ୟ ଜାଣିବା ପରେ କେବଳ ମହାରାଜ ବୈଦ୍ୟନାଥ ଭଞ୍ଜ ଏକୁଟିଆ ରାଜବସ୍ତ୍ର ପରିତ୍ୟାଗ କରି ଜଗନ୍ନାଥ ଦର୍ଶନ କରିପାରିବେ ବୋଲି ଅନୁମତି ଦେଲେ ମାତ୍ର ଗଜପତିଙ୍କ ଏଭଳି ଅନୁମତି ମହାରାଜ ବୈଦ୍ୟନାଥ ଭଞ୍ଜଙ୍କୁ ବ୍ୟଥିତ କଲା  । ସାଙ୍ଗରେ ଯାଇଥିବା ସହଯାତ୍ରୀଙ୍କୁ ଛାଡ଼ି ସେ ନିଜେ ଏକୁଟିଆ ଜଗନ୍ନାଥ ଦର୍ଶନ କରିବେ କିପରି । ଏ କଥା ଭାବି ମହାରାଜ ବୈଦ୍ୟନାଥ ଭଞ୍ଜ ସେହି ଅଠର ନଳା ନିକଟରେ ଅନ୍ନଜଳ ସ୍ପର୍ଶ ନକରି ମହାପ୍ରଭୁଙ୍କୁ ଧ୍ୟାନ କଲେ , ମହାପ୍ରଭୁଙ୍କ ଦର୍ଶନ ବିନା ସେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବରଂ ଜୀବନ ହାରିବେ ବୋଲି ଏକ ପ୍ରକାର ମନେ ମନେ ସିଦ୍ଧାନ୍ତ ନେଲେ ।

ଅନ୍ତର୍ଯ୍ୟାମୀ ହରି ଏ କଥା ଜାଣିଲେ ଉକ୍ତ ବତ୍ସଳ କାଳିଆ ସାଆନ୍ତ ଆଉ ଭକ୍ତର ଆକୁଳ ସହିପାରିଲେ ନାହିଁ । ସ୍ବୟଂ ମହାପ୍ରଭୁ ମହାରାଜ ବୈଦ୍ୟନାଥ ଭଞ୍ଜଙ୍କୁ ସ୍ବପ୍ନାଦେଶ ଦେଇ ନିଜ ରାଜ୍ୟ (ମୟୁରଭଞ୍ଜ) ଏକ ବିଜେ ମନ୍ଦିର ନିର୍ମାଣ ପାଇଁ ଆଦେଶ ଦେଲେ । ମହାରାଜ ବୈଦ୍ୟନାଥ ଭଞ୍ଜ ସ୍ବପ୍ନାଦେଶ ପାଇବା ପରେ ସଙ୍ଗେ ସଙ୍ଗେ ନିଜ ରାଜ୍ୟକୁ ଫେରି ବାରିପଦା ଦଣ୍ଡପାଟ ଠାରେ ଏକ ଭବ୍ୟ ଜଗନ୍ନାଥ ନିର୍ମାଣ କରି ଶ୍ରୀକ୍ଷେତ୍ର ପୁରୀ ଭଳି ଏଠାରେ ମହାପ୍ରଭୁଙ୍କ ନିମିତ୍ତ ସମସ୍ତ ନୀତକାନ୍ତି ଖଞ୍ଜି ଦେଲେ । ଆଜକୁ ୫ ଶହ ବର୍ଷ ରୁ ଅଧିକ ବର୍ଷ ତଳେ ୧୫୬୫ ମସିହାରେ ବାରିପଦା ଠାରେ ନିର୍ମାଣ ହୋଇଥିଲା । ମହାପ୍ରଭୁ ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୁଙ୍କ ବିଜେ ମନ୍ଦିର, ମହାପ୍ରଭୁଙ୍କ ସମସ୍ତ ପୂନେଇଁ ପର୍ବ ଯାନିଯାତ୍ରା ପାଇଁ ସୁବ୍ୟବସ୍ଥା ସହ ନୀତିକାନ୍ତି ଖଞ୍ଜା ଯାଇଥିବା ବେଳେ ଚନ୍ଦନ ଯାତ୍ରା ସମୟରେ ଏଠାରେ ଅନୁଷ୍ଠିତ ଓଲଟ ଚନ୍ଦନ ପାଇଁ ପ୍ରଭୁଙ୍କ ଚାପ ଖେଳିବାକୁ ମନ୍ଦିର ସନ୍ନିକଟରେ ଖୋଳାଯାଇଥିବା ଏକ ପୋଖରୀ , ଯାହା ଲୋକମୁଖରେ ହୋମ ସାଗର ପୋଖରୀ ଭାବେ ପ୍ରଚଳିତ ହୋଇ ଆସୁଛି । ବାରିପଦା ଏହି ସର୍ବପୁରାତନ ପୋଖରୀରେ ମହାପ୍ରଭୁ ଚାପ ଖେଳୁଥିଲା ବେଳେ ଏଠାରେ ମହାପ୍ରଭୁଙ୍କ ରଥକାଠ ଏବଂ ଉଡା ପର୍ବ ପାଇଁ ବ୍ୟବହୃତ କାଠକୁ ପାଣିରେ ପକାଇ ରଖାଯାଏ । ହେଲେ ଏହା ଏବେ ଅନୁପଯୋଗୀ ହୋଇପଡିଛି  ।

Related Posts

About The Author

Add Comment