ଦିନ ଦିପହରେ ବେଆଇନ ବାଲି ଚାଲାଣ

Spread the love

ବାରିପଦା ୨୬/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ସରକାରୀ ଅଧିକାରୀଙ୍କୁ ଚ୍ୟାଲେଞ୍ଜ । ଦିନ ଦିପହରେ ସରକାରୀ ସ୍ଥାନରୁ ଉଠାଉଛନ୍ତି ବାଲି । ଟ୍ରାକ୍ଟର ଲଗାଇ ଶହଶହ ଟ୍ରିପ୍ ବାଲି ଚାଲାଣ ହେଉଛି । ସ୍ଥାନୀୟ ଲୋକେ ବାରମ୍ବାର ଭୋଗରାଇ ତହସିଲଦାରଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି କାର୍ୟ୍ୟାନୁଷ୍ଠାନ ନିଆଯାଇନାହିଁ । ଭୋଗରାଇ ବ୍ଲକ ବାରବାଟିଆ ମୈାଜାର ସରକାରୀ ଜାଗାରୁ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ବାରବାଟୀଆ,ଆଜନ୍ଦି, ତିହଳଖାଡା , ଗ୍ରାମର ଗ୍ରାମବାସୀମାନଙ୍କ ଜବରଦଖଲରେ ଥିବା ସରକାରୀ ଜାଗା ଏବଂ ବହୁ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସ୍ଥିତିବାନ ଜାଗାରୁ ବାରବାଟୀଆ ଗାଁର କିଛି ଲୋକ ଜବରଦସ୍ତ ବାଲି ଉଠାଉଛନ୍ତି । ପ୍ରତିବାଦ କଲେ ଧମକଚମକ ଦେଉଛନ୍ତି । ପୁରୁଷାନୁକ୍ରମେ ସରକାରୀ ଜାଗା ଦଖଲ କରି ପାନଚାଷ କରୁଥିବା ଲୋକଙ୍କୁ ଧମକଚମକ ଦେଉଛନ୍ତି । ଏନେଇ ଗ୍ରାମବାସୀମାନେ ଭୋଗରାଇ ତହସିଲଦାରଙ୍କୁ ଚଳିତ ଜୁଲାଇ ମାସ ୩ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଆଜି ପର୍ୟ୍ୟନ୍ତ କୈାଣସି କାର୍ୟ୍ୟାନୁଷ୍ଠାନ ସୋଇନାହିଁ । ତେଣୁ ସୁଭରଞ୍ଜ ଗିରି, କାର୍ତ୍ତିକ ଗିରି, ଶ୍ୟାମସୁନ୍ଦର ଗିରି, ସୁଧୀର ଗିରି, ବ୍ରଜେନ୍ଦ୍ର ସେନାପତି, ଶ୍ରୀପତି ଜେନା, ପ୍ରଫୁଲ୍ଲ ଜେନା, ଶଙ୍କର ଧଳ, ଗୈାରଙ୍ଗ ଧଳ, ସୁଶାନ୍ତ ଧଳ, ଦିଗାମ୍ବର ପ୍ରଧାନ ପ୍ରମୁଖ ଗ୍ରାମବାସୀ ମାନେ ପୁଣି ଥରେ ଭୋଗରାଇ ତହସିଲଦାର ଏବଂ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସହ ତଦନ୍ତ ପାଇଁ ଦାବି କରିଛନ୍ତି । ଅନ୍ୟପକ୍ଷରେ ତହସିଲଦାର ରାଖାଲ ଚନ୍ଦ୍ର ପରିଡା ଓ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ କହିଛନ୍ତି ଯେ ପୂର୍ବରୁ ଅଭିଯୋଗ କ୍ରମେ ବେଆଇନ ବାଲି ଚାଲାଣ କରୁଥିବା ଦୁଇଟି ଟ୍ରାକ୍ଟରକୁ ଧରା ଯାଇ ଫାଇନ୍ ଆଦାୟ କରାଯାଇଥିଲା । ତେବେ ତୁରନ୍ତ ଆରାଆଇଙ୍କୁ ପଠାଇ ଏହାର ତଦନ୍ତ କରାଯିବ ଓ ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ।

Related Posts

About The Author

Add Comment