କଟକ ୨୨/୦୭ (ସନ୍ଧାନ ନିଉଜ) ରାଜ୍ୟର ଅଗ୍ରଣୀ ସମାଜିକ ସଂଗଠନ “ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ”,ଓଡ଼ିଶା(ବିସିଟି) ଓ “ବନ୍ଧୁତ୍ୱ ଚାରିଟେବୁଲ ଟ୍ରଷ୍ଟ” କଟକ ମିଳିତ ସଂଯୋଜନାରେ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ କେନ୍ଦ୍ରୀୟ ରକ୍ତଭଣ୍ଡାର, କଟକ ଶାଖା ଠାରେ କମିଶନରେଟ ପୋଲିସ ଭୁବନେଶ୍ୱର-କଟକ ସହଯୋଗୀତାରେ ଅନୁଷ୍ଠିତ ହୋଇଯାଉଛି ! ରକ୍ତଦାତାମାନେ କରୋନା କଟକଣା ନିୟମକୁ ପାଳନ ପୂର୍ବକ ସମାଜିକ ଦୂରତା ରଖି ରକ୍ତଦାନ ପରି ମହନୀୟ ସେବାକାର୍ଯ୍ୟକୁ ସଫଳ କରିଥିଲେ ! ଏହି ଶିବିରକୁ ବିସିଟିର ସଭାପତି ଇଂ.ବିମଳ ଦାସ ପରିଚାଳନା କରିଥିବାବେଳେ ଉଭୟ ଟ୍ରଷ୍ଟର ସ୍ୱେଚ୍ଛାସେବୀ ଵର୍ଗ ନରେଶ ବେହେରା, ସୁରଜ ବେହେରା,ଦିପକ ଚୌଧୁରୀ,ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତରହି ରକ୍ତଦାନ କରିଥିଲେ ! ଏସସିପି ଶ୍ରୀଯୁକ୍ତ ଲଲିତେନ୍ଦୁ ମହାନ୍ତି,ରେଡ଼କ୍ରସର ନିର୍ଦ୍ଦେଶକ ବିନାୟକ ପ୍ରସାଦ ପୃଷ୍ଟି,ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ,ସଂଯୋଜକ ଅବିନାଶ ଦାସ ତଥା ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉଭୟ ଟ୍ରଷ୍ଟର ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବାସହ ଏହିପରି ସେବାକାର୍ଯ୍ୟ ଜାରିରଖିବାକୁ ପରାମର୍ଶଦେଇଥିଲେ ! ଏହି ଅବସରରେ ସମସ୍ତଙ୍କୁ ବିସିଟିର ନୋଜ଼ମାସ୍କ,ଟୋପି ପ୍ରଦାନ କରାଯାଇଛି ! ଅଧୁନା କରୋନା ମହାମାରୀ ସମୟରେ ସ୍ୱେଚ୍ଛାସେବୀ,ରେଡ଼କ୍ରସ କର୍ମକର୍ତ୍ତା,ପ୍ରଶାସନ ବିଭାଗ ଆଦି ସମସ୍ତଙ୍କର ମହତ ସେବାକାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରସଂଶା କରାଯାଇଛି !



