ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟରେ ଅନ୍ତର୍ଜାତୀୟ ଅନଲାଇନ ବକ୍ତୃତାମାଳା ଉଦଘାଟିତ

Spread the love

ବାରିପଦା ୧୯.୦୭.୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କୋରନା ଅଟକାଇ ପାରିନି ଜ୍ଞାନ ବିଚରଣ ବ୍ୟବସ୍ଥା । ଉଦାହରଣ ହେଉଛି ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗ ପକ୍ଷରୁ ଆଜି ଉଦଘାଟିତ ହୋଇଛି ‘କୃତ୍ରିମ ବୁଦ୍ଧିମତ୍ତା ଓଯନ୍ତ୍ର ଶିକ୍ଷାର ଧାରା ‘ ଶୀର୍ଷକ ଏକ ଅନ୍ତର୍ଜାତୀୟ ଅନଲାଇନ ବକ୍ତୃତାମାଳା । ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ଏହି ବକ୍ତୃତାମାଳାକୁ ଉଦଘାଟିତ କରିଛନ୍ତି । ଉଦଘାଟନୀ ଅଭିଭାଷଣରେ କୁଳପତି ଶ୍ରୀ ଚାନ୍ଦ ମେସିନ୍ ଲିର୍ଣ୍ଣିଂର ଜନକ ଆଲାନ ଟ୍ୟୁରିଙ୍ଗଙ୍କ ସ୍ମୃତିଚାରଣ କରି ଆଜି ମେସିନ୍ ଲିର୍ଣ୍ଣିଂ, ଜିପ୍ ଲିର୍ଣ୍ଣିଂ ଆଦି ଟେକ୍ନୋଲକି ଆମ ଜୀବନର ସମସ୍ତ କ୍ଷେତ୍ରକୁ ପାରିଛି ଓ ଆଗାମୀ ଦିନରେ ଏହା  ବିଶ୍ବରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାର ଉଜ୍ଜ୍ୱଳ ସମ୍ଭାବନା ରହିଥିବା ମତବ୍ୟକ୍ତ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଅନୀଲ କୁମାର ବିଶ୍ବାଳ ସଭାପତିତ୍ବ କରି ଅଧୁନା କୋରନା କାଳରେ ମନୁଷ୍ୟ ହୁଏତ ସାମୟିକ ଭାବେ ଅସହାୟ ସୋଇପଡିଛି , କିନ୍ତୁ ଯନ୍ତ୍ର ଶିକ୍ଷଣ ମାଧ୍ୟମରେ ନିଜର ସମସ୍ୟାର ସମାଧାନ ଦିଗରେ ତପର ହୋଇଉଠିଛି ବୋଲି ମତ ଦେଇଥିଲେ । ଆବାହକ କମ୍ପ୍ୟୁଟର ପ୍ରୟୋଗ ବିଭାଗ ମୁଖ୍ୟ ଡ.ସୁଜାତା ଦାସ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ପରେ ନୂଆଦିଲ୍ଲୀସ୍ଥ ଇନ୍ଦ୍ରପ୍ରସ୍ଥ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲଜିର କମ୍ପ୍ୟୁଟେସନାଲ୍ ବାୟୋଲୋଜିର ପ୍ରଫେସର ଗଜେନ୍ଦ୍ର ପାଲ୍ ସିଂହ ରାଘବ ‘ବିଗ୍ ଡାଟା ମାଇନିଙ୍ଗ୍ ଏଣ୍ଡ ମେସିନ୍ ଲିର୍ଣ୍ଣିଂ ଇନ୍ ବାୟୋଇନଫରମେଟିକସ ‘ ଶୀର୍ଷକ ଉଦଘାଟନୀ ବକ୍ତୃତା ପ୍ରଦାନ କରିଥିବା ବେଳେ ଅପରାହ୍ନର କାର୍ଯ୍ୟକ୍ରମରେ ଭିଏତନାମସ୍ଥ ଥୁ  ଦାଉ ମୋଟ ୟୁନିଭରସିଟିର ପ୍ରଫେସର ହୁଙ୍ଗ ବୋଇ ଥାନା ନିଜର ବକ୍ତୃତା ରଖିଥିଲେ । ଏହି କାର୍ଯ୍ୟକ୍ରମର ଯୁଗ୍ମ ଆବାହକ ଭାବେ ପ୍ରଫେସର ଏମ୍ ହିମବିନ୍ଦୁ ଓ ପ୍ରାଧ୍ୟାପକ ଜୀବେନ୍ଦୁ କୁମାର ମନ୍ତ୍ରୀ ଏବଂ କାର୍ଯ୍ୟକାରୀ ସଂପାଦକ ଭାବେ ସହକାରୀ ଅଧ୍ୟାପକ ପ୍ରଶାନ୍ତ କୁମାର ସ୍ବାଇଁ ଓ ସ୍ବରୁପାନନ୍ଦ ବିଷୟୀ ପ୍ରମୁଖ କାର୍ଯ୍ୟ କରୁଥିବା ବେଳେ ଅଧ୍ୟାପକ ଶାନ୍ତି ସ୍ବରୂପ ବସା ,ଜ୍ୟୋତିକିଶୋର ମହାନ୍ତ ଓ ସୈରଭ ଗିରି ପ୍ରମୁଖ ବୈଷୟିକ ସହାୟତା ଦେଉଛନ୍ତି । ସୂଚନାଯୋଗ୍ୟ;ଗୁଗୁଲ ମିଟରେ ୧୬ ଜୁଲାଇରୁ ୨୧ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସପ୍ତାହ ବ୍ୟାପି ଆଲୋଚନା ଚକ୍ରରେ ୧୩ ଜଣ ବୈଜ୍ଞାନିକ ବକ୍ତୃତା ପ୍ରଦାନ କରିବାକୁ ଥିବା ବେଳେ ସେମାନଙ୍କ ମଧ୍ୟରେ କାନାଡ଼ାର ମାନିତୋବା ୟୁନିଭରସିଟିର ପ୍ରଫେସର ଋପ ତୁଳସୀରାମ, ଭିଲାଇ ଆଇଆଇଟିର ପ୍ରଫେସର ବିଜୟକୃଷ୍ଣ ପାଣିଗ୍ରାହୀ , ଭୁବନେଶ୍ୱରର ଆଇଆଇଟିର ପୂର୍ବତନ ପ୍ରଫେସର ଗଣପତି ପଣ୍ଡା , ଯୁକ୍ତରାଷ୍ଟ୍ର ଆମେରିକାସ୍ଥ ଭିଡିଓନେଟିକସର ପ୍ରତିଷ୍ଠାତା ଡ.ଟିଙ୍କୁ ଆଚାର୍ଯ୍ୟ,ୟୁନିଭରସିଟି ଅଫ୍ ହାଇଦ୍ରାବାଦର ପ୍ରଫେସର ଶିବ କୁମାର ଉଦଗୀତା , ଭିଏତନାମର ତୟଟାନ୍ ୟୁନିଭରସିଟିର ପ୍ରଫେସର ଡ଼. ଆନନ୍ଦ ନାୟାର ଶାନ୍ତିନିକେତନର ପ୍ରଫେସର ଉପଳ ରାୟ ତୁର୍କୀସ୍ଥ ତ୍ରାକ୍ୟା ୟୁନିଭରସିଟିର ପ୍ରଫେସର କୋରହାନ ସେଙ୍ଗିଜ,ଇରାଜର କୁଫା ୟୁନିଭରସିଟିର ପ୍ରଫେସର ଅହମ୍ମଦ ଜେ ଓବୈଦ , ଅଷ୍ଟ୍ରେଲିଆର ମରତକ ୟୁନିଭରସିଟିର ପ୍ରଫେସର ଲାନସ ଚୁନ୍ ଚେ ଫଙ୍ଗ ଏବଂ ଆଇଆଇଟି ଗୋଆର ପ୍ରଫେସର ବିଦ୍ୟାଧର ସୁବୁଦ୍ଧି ମଧ୍ୟ ରହିଛନ୍ତି ।

Related Posts

About The Author

Add Comment