ବାରିପଦା, ୦୯/୦୭/୨୦ (ସନ୍ଧାନ ନିଉଜ) : ସୋମବାର ପୁଣି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଡାକ୍ତରଖାନା (ସିଏଚସି) ର ୩ଜଣ କର୍ମଚାରୀଙ୍କୁ ଜିଲ୍ଲା କୋଭିଡ ଡାକ୍ତରଖନାକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଷ୍ଟାଫ ନର୍ସ (୩୫), ଜଣେ ସଫେଇ କର୍ମଚାରୀ ମହିଳା (୪୮)ଓ ସିକ୍ୟୁରିଟି ଗାର୍ଡ(୨୨) ଅଟନ୍ତି। ମଙ୍ଗଳବାର ସରକାରୀ ଘୋଷଣା ହେଲେ ଏହି ୩ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଡାକ୍ତରଖାନା ଅଧିନରେ କାର୍ଯ୍ୟ କରୁଥିବା ୯ଜଣ କରୋନା ଆକ୍ରାନ୍ତ ହେଲେଣି। ଗତ ସୋମବାର ପ୍ରଥମ କରି ଜଣେ ଡାକ୍ତର ଚିହ୍ନଟ ହେବା ସହିତ ଶୁକ୍ରବାର ଆଉ ୫ଜଣ କର୍ମଚାରୀ ଚିହ୍ନଟ ହୋଇଥିଲେ। ଫଳରେ ଜିଲାପାଳଙ୍କ ନିର୍ଦେଶରେ ଶନିବାର ୨୪ ଘଣ୍ଟା ପାଇଁ ଡାକ୍ତରଖାନା ବନ୍ଦ ରଖାଯାଇ ବିଶୋଧନ ପରେ ରବିବାର ଠାରୁ କେବଳ ଜରୁରୀ ସେବା ଉପଲବ୍ଧ ହେଉଛି । ବଡସାହି ପଞ୍ଚାୟତ କୈାଣସି ପଦକ୍ଷେପ ନନେବାରୁ ବଡସାହି ବଣିକ ସଂଘ ଶନିବାର ଠାରୁ ସୋମବାର ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିଥିଲେ । ମଙ୍ଗଳବାର ଠାରୁ ସ୍ବଭାବିକ ଖୋଲିବାକୁ ଥିବା ବେଳେ ବଡସାହି ସାପ୍ତାହିକ ହାଟ ମଧ୍ୟ ରହିଛି । ସ୍ଥାନାନ୍ତର ୩ଜଣ ସମସ୍ତେ ବଡସାହିର ଅଟନ୍ତି । ସେମାନେ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ପରିସ୍ଥିତି ଚିନ୍ତାଜନକ ହୋଇଛି । ବର୍ତ୍ତମାନ ସୁଦ୍ଧା ବ୍ଲକରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ ଜଣ କୋରାନ ଯୋଦ୍ଧାକୁ ମିଶାଇ ୨୩ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ବର୍ତ୍ତମାନ ବ୍ଲକର ୩୦ଟି ପଞ୍ଚାୟତରୁ ବଡସାହି ରେ ସର୍ବାଧିକ ୫ ଜଣ ଥିବା ବେଳେ ସାନକେରକୋରୁ ୩ ଜଣ , ପୂର୍ଣ୍ଣଚନ୍ଦ୍ରପୁର , ଖାନୁଆ , ଓ ପ୍ରତାପପୁର ପଞ୍ଚାୟତରୁ ୨ଜଣ ଲେଖାଏଁ ଏବଂ ଯଦୁନାଥପୁର ,କେନ୍ଦୁଡିହା , ପଟିସାରୀ , ମାଧପୁର, ବଳଭଦ୍ରପୁର ,ତାଳପଦା ଓ ମାଧପୁର ପଞ୍ଚାୟତରୁ ଜଣେ ଲେଖାଏଁ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ସେହିପରି ଭିମିଦା ଟିଏମସି ରୁ ୨ଜଣ, ଛେଳିଆ(କ) ଓ ଯୋଗାନୂଆଗାଁ ଟି ଏମସିରୁ ଜଣେ ଲେଖାଏଁ ମିଶି ୪ଜଣ ଟିଏମସିରୁ ଚିହ୍ନଟ ଆକ୍ରାନ୍ତ ରହିଛନ୍ତି । ସୋମବାର ବଡସାହି ସିଏଚସିର ସମସ୍ତ କର୍ମଚାରୀ ଓ ଅନ୍ୟାନ୍ୟଙ୍କ ମିଶାଇ ସର୍ବାଧିକ ୮୩ ଜଣ ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ ହୋଇଛି । ବଡସାହି ବ୍ଲକର ସଦର ମହକୁମା ହୋଇଥିବାରୁ ଡାକ୍ତରଖାନା , ପ୍ରାଣୀ ଚିକିତ୍ସାଳୟ ବ୍ଲକ , ତହସିଲ , ଥାନା , ଦମକଳ କେନ୍ଦ୍ର , ପ୍ରମୁଖ ବ୍ୟାଙ୍କର ଶାଖା କାର୍ଯ୍ୟାଳୟ ଉପଡାକଘର ଓ ବିଦ୍ୟୁତ ସେକ୍ପନ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ରହିଛି । ପ୍ରତ୍ୟେହ ବାହାରୁ ସହସ୍ରାଧିକ ଜନସାଧାରଣ ଆସୁଥିବାରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟରେ ଅଙ୍କୁଶ ଲଗାଇବା ପାଇଁ ଯୋଜନା ବୋଦ୍ଧ ପଦକ୍ଷେପ ଜରୁରୀ । ସେହିପରି ବଡସାହି ପଞ୍ଚାୟତ ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉ ନଥିବାରୁ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି । କଂଗ୍ରେସର ବଡସାହି ଜୋନ ସଭାପତି ଶଶାଙ୍କ ଶେଖର କର ପଞ୍ଚାୟତକୁ ୭୨ ଘଣ୍ଟା ସଟଡାଉନ୍ ଘୋଷଣା ପାଇଁ ଦାବି କରିଛନ୍ତି ।
ବଡସାହି : ପଣିସିଏଚସିର ୩ କର୍ମଚାରୀ ଗଲେ କୋଭିଡ ଡାକ୍ତରଖାନା
|
July 8, 2020 |



