କଂଗ୍ରେସର ବନ୍ଦ ଡାକରା ସ୍ଥଗିତ

Spread the love
ରାଉରକେଲା, ୦୨/୦୭/୨୦ (ସନ୍ଧାନ ନିଉଜ) : ସ୍ଥଗିତ ହେଲା କଂଗ୍ରେସର ବନ୍ଦ ଡାକରା । ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣାକୁ ନିନ୍ଦା କରି କଂଗ୍ରେସର ବନ୍ଦ ଡାକରା ସ୍ଥଗିତ କରାଯାଇଛି । ଗୁରୁବାର କଂଗ୍ରେସ ନେତା ପୁର୍ବତନ ବିଧାୟକ ଜର୍ଜ ତିର୍କୀ, ବିରେନ ସେନାପତି ସହିତ ଅନ୍ୟ ନେତା ମାନେ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ, ପିଡିତାକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ସବୁ ପ୍ରକାର ଆନ୍ଦୋଳନ ପାଇଁ ପ୍ରସ୍ତୁତ। ଏଥିସହ ଅଭିଯୁକ୍ତକୁ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ ।ପ୍ରକାଶ ଥାଉକି, ବୀରମିତ୍ରପୁରର ଜଣେ ନାବାଳିକାଙ୍କୁ ଗତ 3 ମାସ ଧରି ଦୁଷ୍କର୍ମ କରିବା ପରେ ଗର୍ଭପାତ କରାଇଥିଲେ ଅଭିଯୁକ୍ତ ଆଇଆଇସି । ଏହି ଘଟଣାକୁ ନେଇ ଆଇଆଇସିକୁ ନିଲମ୍ବନ ସହ ଗିରଫ କରାଯାଇଛି ।

Related Posts

About The Author

Add Comment