କୃଷି ବିଭାଗ ଦୁର୍ନିତି ବିରୁଦ୍ଧରେ ସାମ୍ବାଦିକ ସମ୍ମୀଳନୀ

Spread the love

ବାଲେଶ୍ୱର ;ବାଲିଆପାଳ ୨୫/୦୬ (ସନ୍ଧାନ ନିଉଜ) ;- ଦିର୍ଘ ଦିନ ଧରି ବାଲେଶ୍ୱର ର ବାଲିଆପାଳ ବ୍ଲକ ଅଧିନରେ ଥିବା ଆତ୍ମା ଅଫିସ ତରଫରୁ କୃଷିର ଉନ୍ନତି ନିମନ୍ତେ ଡେମୋଟ୍ରେସନ ପାଇଁ ସରକାର ଙ୍କ ତରଫରୁ ମାଗଣା ରେ ବଣ୍ଟନ ନିମନ୍ତେ ମୁଗ , ବିରି ,ବାଦାମ ଆଦି ବିହନ ଆସିଥାଏ । କିନ୍ତୁ ବଣ୍ଟନ ତ ଦୂରର କଥା , କୃଷକ ମାନଙ୍କୁ ଏ ବିଷୟରେ ମଧ୍ୟ ଅବଗତ କରାଯାଏ ନାହିଁ । କିନ୍ତୁ କିଛି ଅସାଧୁ ସରକାରୀ କର୍ମଚାରୀ ଓ ଅଫିସର ମାନେ ସରକାରୀ ବିହନ କେନ୍ଦ୍ର ରୁ ଆସିଥିବା ବିହନ କୁ ଆତ୍ମା ଅଫିସର କର୍ମଚାରୀ ଙ୍କୁ ଧରୀ କିଛି ଦଲାଲ୍ ବ୍ୟବସାୟୀଙ୍କୁ ବିକ୍ରି କରି କୋଟି ,କୋଟି ଟଙ୍କାର ଅର୍ଥ ଅତ୍ମାସତ କରୁଥିବାର ଖବର ଶୁଣିବାକୁ ମିଳୁଅଛି । ଏବଂ ଏହା ବିରୁଦ୍ଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା କର୍ଣ୍ଣ ପାତ ମଧ୍ୟ କେହି କରନ୍ତି ନାହିଁ । ଶୀତଳ ଭଣ୍ଡାର ନିର୍ମାଣ କରିବା ନିମନ୍ତେ ଅର୍ଥ ମଞ୍ଜୁର ହୋଇ ଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହେଉ ନାହୁଁ । ଜଞଓ ତଥ୍ୟ ଅନୁସାରେ ପଞ୍ଜିକୃତ କୃଷକ ମାନଙ୍କୁ ବିହନ ବଣ୍ଟା ନହୋଇ ଥିବାର ସୂଚନା ମିଳୁଅଛି । ଏଣୁ ଏହି ମହା ଦୁର୍ନିତୀର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଏହାର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଆଶା କରାଯାଉଅଛି । ଏହି ମହାଦୁର୍ନିତୀ ବିରୁଦ୍ଧରେ ସୂଚନା ଅଧିକାର ଅଭିଯାନର ସଭାପତି ଅନୁଜକୁମାର ମହାପାତ୍ର (ବାଲିଆପଳ) ଏକ ସାମ୍ବାଦିକ ସମ୍ମୀଳନୀ ଡକାର ସୂଚନା ପ୍ରଦାନ କରିଅଛନ୍ତି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା

Related Posts

About The Author

Add Comment