ମା’କୁ ପିଟିପିଟି ମାରିଲା ପୁଅ

Spread the love
ଭଦ୍ରକ, ୦୧/୦୬ (ସନ୍ଧାନ ନିଉଜ): ମା’କୁ ପିଟିପିଟି ମାରିଲା ପୁଅ । ଏଭଳି ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଅଟକ ରଖିଛି ।
ପାରିବାରିକ କଳହକୁ ନେଇ ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଛି । ସାନ ପୁଅ ନିରଞ୍ଜନ ଜେନା ତାର ମା’ ମାତାଜୀ ଜେନାକୁ ପିଟିପିଟି ମାରିଥିବା ନେଇ ବାପା ଭଦ୍ରକ ଜିଲ୍ଲା ଧୂସୁରି ଥାନାରେ ଅଭିଯୋଗ କରିଛନ୍ତି । ବାପାର ଅଭିଯୋଗ ପରେ ଧୂଷୁରୀ ପୋଲିସ ନିରଞ୍ଜନକୁ ଗିରଫ କରିଛି । ଏହାସହ ବିଲ ମଝିରେ ପଡ଼ିଥିବା ମାତାଜୀଙ୍କ ମୃତଦେହକୁ ମଧ୍ୟ ପୋଲିସ ଉଦ୍ଧାର କରିଛି । ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Related Posts

About The Author

Add Comment