ସଠିକ ସଙ୍ଗରୋଧ ପାଇଁ ପ୍ରତ୍ୟେକ ଉତରଦାୟି ଭାବେ କାର୍ଯ୍ୟକରନ୍ତୁ : ଜିଲ୍ଲାପାଳ

Spread the love

ଯାଜପୁର , ୨୩/୦୫/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ କରୋନା ପଜିଟିଭରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କୁ ଇତି ମଧ୍ୟରେ ସେମାନଙ୍କ ଘରକୁ ପ୍ରେରଣ କରାଯାଇଥିବା ବେଳେ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ବ୍ୟକ୍ତିମାନଙ୍କଠାରୁ ସଂଗ୍ରହ ସ୍ୱାବର ନେଗେଟିଭ ରିପୋର୍ଟ ଆଧାରରେ ସେମାନଙ୍କୁ ମଧ୍ୟ ଘରକୁ ଛଡ଼ାଯାଉଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ସରକାରଙ୍କର ଗାଇଡ୍ ଲାଇନ୍ ଅନୁସାରେ ସୁସ୍ଥ ହେଉଥିବା ଓ ନେଗେଟିଭ ହେଉଥିବା ବ୍ୟକ୍ତିବିଶେଷମାନେ ଘରକୁ ଗଲେ ମଧ୍ୟ ନିଜ ନିଜ ଘରେ କ୍ୱାରେନଟାଇନ ବା ସଙ୍ଗରୋଧରେ ରହିବେ । ସାମାଜିକ ଦୂରତା ରକ୍ଷା, ମାସ୍କ ବ୍ୟବହାର ସହ ଲୋକମାନଙ୍କ ସହ ନ ମିଶିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏ କ୍ଷେତ୍ରରେ ନେଗେଟିଭ ରିପୋର୍ଟ ଆସୁଥିବାବ୍ୟକ୍ତି ମାନଙ୍କୁ ସଂପୃକ୍ତ ମେଡିକାଲ ଅଫିସରମାନେ ଏକ ପ୍ରମାଣପତ୍ର ଦେବେ, ସେହି ବ୍ୟକ୍ତିମାନେ ନିଜ ଗୃହରେ କ୍ୱାରେନଟାଇନରେ ରହୁଛନ୍ତି ବୋଲି ସଂପୃକ୍ତ ଅଙ୍ଗନବାଡିÿ, ଆଶାକର୍ମୀ, ସରପଂଚ ତାଙ୍କ ଘର ଦ୍ୱାରରେ ଏକ ନୋଟିସ ମାରିବେ ଓ ତାହାର ନିୟମିତ ଅନୁଧ୍ୟାନ କରିବେ । ତେଣୁ ତାହାରି ଆଧାରରେ ସେ କୌଣସି ବ୍ୟକ୍ତି ସହ ବା କୌଣସି ବ୍ୟକ୍ତି ସେମାନଙ୍କ ସହ ନ ମିଶିବାର ସୂଚନା ଫଳକ ଭାବେ ତାହା କାର୍ଯ୍ୟକରିବ । ବିଶେଷଜ୍ଞମାନଙ୍କ ମତରେ ଏହି ବ୍ୟକ୍ତିମାନଙ୍କର ଉପଯୁକ୍ତ ଖାଦ୍ୟ, ଚିକିତ୍ସା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଇବ ଓ ପରବର୍ତ୍ତୀ ସମୟରେ ସେମାନେ ସାଧାରଣ ଜୀବନ ନିର୍ବାହ କରିପାରିବେ । କିନ୍ତୁ ସେମାନେ ଘରେ ସଙ୍ଗରୋଧରେ ରହିବା ସମୟ ତକ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ସ୍ଥାନୀୟ ସରପଂଚ, ଅନ୍ୟାନ୍ୟ ଲୋକ ପ୍ରତିନିଧି, ଆଶା, ଅଙ୍ଗନବାଡିକର୍ମୀ, ସ୍ୱେଚ୍ଛାସେବୀ ଓ ସାଧାରଣ ଲୋକମାନଙ୍କର ଗୁରୁଦାୟିତ୍ୱ ଯେ ସେମାନଙ୍କୁ ଦୃଷ୍ଟିରେ ରଖିବା । ଅବଶିଷ୍ଟ ୧୪ଦିନ ସେମାନେ ସଙ୍ଗରୋଧକୁ ନିଶ୍ଚିତ ଭାବେ ନିୟମ ଅନୁସାରେ ପାଳନ କରିବା ଉଚିତ ବୋଲି ଶ୍ରୀ ଦାସ ଅନୁରୋଧ କରିଛନ୍ତି । ପୁନଶ୍ଚ ସରକାର ଓ ବିଶେଷଜ୍ଞ ମାନଙ୍କ ମତ ଅନୁସାରେ ୍କେବଳ ଲକ୍ଷଣ ପ୍ରକାଶ କରୁଥିବା ବ୍ୟକ୍ତି ମାନଙ୍କର ସ୍ୱାବ ସଂଗ୍ରହ ହୋଇ ପରୀକ୍ଷା କରାଯିବା ଉଚିତ । ସେହି ମାର୍ଗଦର୍ଶିକା ଅନୁସାରେ ବିଭିନ୍ନ ଟି.ଏମ.ସିରେ ରହୁଥିବା ବ୍ୟକ୍ତି ବିଶେଷ ବା ଫେରୁଥିବା ପ୍ରବାସୀମାନଙ୍କୁ ପ୍ରାଥମିକ ପରୀକ୍ଷା ପରେ ଯେଉଁମାନଙ୍କ ଠାରେ ଲକ୍ଷଣ ପ୍ରକାଶ ପାଇବ ସେମାନଙ୍କୁ ଟି.ଏସ୍.ସି. ମାନଙ୍କରେ ଓ ବିନା ଲକ୍ଷଣଯୁକ୍ତ ଲୋକମାନଙ୍କୁ ନିଜ ନିଜ ଘରେ ସଂଙ୍ଗରୋଧରେ ରହିବାର ବ୍ୟବସ୍ଥା କରାଯିବ । ଏଥିପାଇଁ ସରପଂଚ ଅଙ୍ଗନବାଡି ଓ ଆଶାକର୍ମୀମାନେ ସଂପୃକ୍ତ ବ୍ୟକ୍ତିର ଗୃହ ପରିଦର୍ଶନ କରି ତାହାର ସଙ୍ଗରୋଧର ଭିତିଭୂମୀକୁ ଅନୁଧ୍ୟାନ କରିବେ । ଏ ସମସ୍ତ କ୍ଷେତ୍ରରେ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ଜନଗହଳି ଠାରୁ ଦୂରେଇ ରହିବା ନିହାତି ଅପରିହାର୍ଯ୍ୟ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେବା ସହ ସରକାରୀ ମାର୍ଗଦର୍ଶିକା ଆଧାରରେ ପ୍ରତ୍ୟେକ ପରିଚାଳିତ ହେବାକୁ ଅନୁରୋଧ କରିଛନ୍ତି । ତେଣୁ ଘରେ ସଙ୍ଗରୋଧରେ ଫେରୁଥିବା ଲୋକଙ୍କୁ ବିରୋଧ ନୁହେଁ, ସଙ୍ଗରୋଧ ନିୟମମାନ ଚିଳିବାକୁ ପ୍ରତ୍ୟେକ ଧ୍ୟାନ ଦେବାକୁ ସେ ନିବେଦନ କରିଛନ୍ତି ।

Related Posts

About The Author

Add Comment