କାଳବୈଶାଖୀ ଭାଙ୍ଗିଲା ସଂଖ୍ୟାଧିକ ଲୋକଙ୍କ ଘର

Spread the love
ସୁନ୍ଦରଗଡ଼, ୧୭/୦୫ (ସନ୍ଧାନ ନିଉଜ)  ବିଭିନ୍ନ ଗ୍ରାମରେ କାଳବୈଶାଖୀ ସହ କୁଆ ପଥର ବର୍ଷା ଯୋଗୁଁ ବହୁ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ବ୍ଳକର ବିଭିନ୍ନ ସ୍ଥାନରେ କୁଆ ପଥର ବର୍ଷା ସହ ଜୋରରେ ପବନ ବହିବା ଯୋଗୁ ଛପର ଆଜବେଷ୍ଟସ ଆଦି ଉଡ଼ାଇ ନେଇଛି । ଅନେକ ସ୍ଥାନରେ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ଆଗକୁ ବର୍ଷା ପାଖେଇ ଆସୁଛି ଏବଂ ବିଭିନ୍ନ ଘୂର୍ଣ୍ଣିଝଡ ମଧ୍ୟ ଥିବାରୁ ଚିନ୍ତା ଆହୁରି ବଢାଇ ଦେଇଛି । କ୍ଷତିଗ୍ରସ୍ତ ମଧ୍ୟରେ ହେମଗିରି ବ୍ଲକ ଅନ୍ତର୍ଗତ, ମୁଣ୍ଡର କ୍ଷେତ ଗ୍ରାମର ସରସ୍ଵତୀ ଭୂୟଁର , ରତନପୁର ଗ୍ରାମର ପ୍ୟାରୀଲାଲ ମାଝୀ , ବୈଷ୍ଣବ ମାଝୀ , ସଷ୍ଟମ ମାଝୀ , ଘାସିରାମ ମାଝୀ , ଶୋବନାଥ ନାଗ , ହେମନ୍ତ ମାଝୀ , ମହେନ୍ଦ୍ର ମାଝୀ , ଉତ୍ତମ ମାଝୀ  ରହିଛନ୍ତି । ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି।

Related Posts

About The Author

Add Comment