ପୁରୀ, ୨୪/୦୪/୨୦ (ସନ୍ଧାନ ନିଉଜ) : ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ପରେ ପୁରୀ ଗଜପତି ମହାରାଜା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛନ୍ତି । ତେବେ ଲକ ଡାଉନ କାରଣରୁ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଏବଂ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ମନ୍ଦିର ବାହାରେ ପର୍ବ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇସାରଥିବା ଗଜପତି ଦିବ୍ୟସିଂହ ଦେବ ସୂଚନା ପ୍ରଦାନ କରିଛନ୍ତି । ଏହାଛଡା ସରକାରୀ ନିୟମକୁ ଶ୍ରୀ ମନ୍ଦିର ପ୍ରଶାସନ ପାଳନ କରିବାକୁ ବାଧ୍ୟ ବୋଲି ସେ କହିଛନ୍ତି । ତେବେ ଆଜି ସନ୍ଧ୍ୟାରେ ନୀତି ଓ ବିଧି ସଂପର୍କରେ ଶଙ୍କରାଚାର୍ଯ୍ୟ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ମେ ୩ ତାରିକ ପରେ କେନ୍ଦ୍ର ଯେଉଁ ନିଷ୍ପତ୍ତି ନେବ ତାକୁ ଆମର ଅପେକ୍ଷା ରହିଛି । ସେହି ନିଷ୍ପତ୍ତି ପରେ ସ୍ନାନଯାତ୍ରା ଓ ରଥଯାତ୍ରା ସଂପର୍କରେ ନିଷ୍ପତ୍ତି ନିଆଯିବ ।
ବିଧି ରଖିବାକୁ କଣ କରାଯିବ ନିଆଯିବ ଶଙ୍କରାଚାର୍ଯ୍ୟଙ୍କ ମତ: ଗଜପତି
|
April 24, 2020 |


