ମୁମ୍ବାଇ: ଧରାବି ବସ୍ତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି

Spread the love
ନୂଆଦିଲ୍ଲୀ,୧୮/୦୪ (ସନ୍ଧାନ ନିଉଜ) : ମହାରାଷ୍ଟ୍ରରେ ଦେଶର ସର୍ବାଧିକ କାରୋନା ସଂକ୍ରମିତ ରାଜ୍ୟ। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୦୫ରେ ପହଞ୍ଚିଥିବା ବେଳେ ୧୯୪ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ ଏବେ ସବୁଠାରୁ ଚିନ୍ତାର ବିଷୟ ମୁମ୍ବାଇର ଧରାବି ବସ୍ତିରେ ୧୦୧ ସଂକ୍ରମିତ ହୋଇଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାରଦିନ ଏହି ବସ୍ତିରେ୧୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
         ଜଣେ ୬୨ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ବିଶ୍ୱର ବୃହତ୍ତମ ବସ୍ତି କୁହାଯାଉଥିବା ଏହି ଧରାବି ବସ୍ତିର ମାତ୍ର ୨.୧୬ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରାୟ ୧୫ ଲକ୍ଷ ଲୋକ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ଶ୍ରମିକ ଶ୍ରେଣୀର। ଝାଟିମାଟି ତଥା ପଲିଥିନ ଟଣା ଘରେ ରୁହନ୍ତି। ଯଦି କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯାଏ ତେବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ।

Related Posts

About The Author

Add Comment