ଜେନାପୁର,୧୪/୦୪ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ବିଶ୍ୱରେ କରୋନା ମହାମାରୀ ବ୍ୟାପି ଥିବା ସମୟରେ ଆମ ଦେଶ ଓ ରାଜ୍ୟ ବି ବାଦ ପଡିନି ।ଏଥିପ୍ରତି ସରକାର ପ୍ରତିଷେଧକ ମୂଳକ ସାମାଜିକ ଦୂରତ୍ୱ କିପରି ବଜାୟ ରହିବ ଏବଂ କରୋନା ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ତାଲା ବନ୍ଦ କରିଛନ୍ତି ଯାହାଫଳରେ ଲୋକଙ୍କର ବହୁ ଆର୍ଥିକ ଅସୁବିଧା ହେଉଥିବା ସମୟରେ, ସରକାରଙ୍କ ତରଫରୁ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକ ଅଧିନସ୍ଥ ଏଣ୍ଡଳବା ଗ୍ରାମ ପଞ୍ଚାୟତ ସମସ୍ତ ଗ୍ରାମରେ ସରକାର ଙ୍କ ଘୋଷଣା ମୁତାବକ ଗରିବ,ଦିନ ମଜୁରିଆ, ଶ୍ରମିକ ଶ୍ରେଣୀର ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ପାଉଥିବା ଲୋକମାନଙ୍କୁ ସାହାଯ୍ୟର ଅର୍ଥ ୧୦୦୦ ଟଙ୍କା ବଣ୍ଟନ କରାଯାଇଛି ।ଶିକ୍ଷକ ଜଗ୍ଗଜୀବନ ପ୍ରଧାନ, ଅମ୍ବୁଜ କୁମାର ବିଶ୍ୱାଳ ଓ ଏଣ୍ଡଳବା ପଂଚାୟତ ର କଂଟ୍ରୋଲ୍ଲ ଡିଲର ରଞ୍ଜନ କୁମାର ସ୍ୱାଇଁ ପ୍ରତି ଗ୍ରାମ କୁ ଗ୍ରାମ ଯାଇ ଲୋକ ମାନଙ୍କୁ ସରକାରୀ ସାହାଯ୍ୟ ଦେବା ସହ କରୋନା ପ୍ରଭାବରୁ କିପରି ମୁକୁଳିବା ଲୋକମାନଙ୍କୁ ସଚେତନ କରାଇଥିଲେ ।
ଏଣ୍ଡଳବାର ରାସନ କାର୍ଡ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ରାଶି ବଣ୍ଟନ
|
April 14, 2020 |



