ସିଡ୍ ପକ୍ଷରୁ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ
|
March 8, 2020 |


ଯୁବ କେନ୍ଦ୍ର ସହାୟତରେ ଏକ ଯୁବ ସଂସଦ କାର୍ଯ୍ୟକ୍ରମ ସିଡ୍ର ସଭାପତି ମାନସ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ପ୍ରଦିପ୍ତ ପୃଷ୍ଟି ଯୋଗଦେଇ ଗ୍ରାମଂଚଳରେ ଏଭଳି କାର୍ଯ୍ୟକ୍ରମ ଯୁବକ,ଯୁବତୀ ଏବଂ ଅନ୍ୟମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରୁଥିବା ବେଳେ ନିଜକୁ ସ୍ୱାବଲମ୍ବୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ମତଦେଇଥିଲେ । ଏଥିରେ ସମ୍ମାନୀତ ଅତିଥି ବଡଚଣା ପଂଚାୟତ ସମିତିର ସଂଯୋଜିକି ଅନୀତା ବେହେରା, ସମ୍ବାଦିକ ସୁରେନ୍ଦ୍ର ସାମଲ, ଆଇନ୍ଜିବୀ ଉଦୟନାଥ ସାହୁ, ଗୟାଧର ନାୟକ, ତ୍ରିଲୋଚନ ପାଣି ପ୍ରମୁଖ ଯୋଗଦେଇ ଅନେକ ପରାମର୍ଶ ଦେଇଥିଲେ । ଶେଷରେ ଶିକ୍ଷାବିତ୍ ବିମଲ ବେହେରା ଧନ୍ୟବାଦ ଦେଇଥିଲେ ।