ଯାଜପୁର, ୦୪/୦୫(ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ବଳରାମପୁର ରାଜସ୍ବ ସର୍କଲ ବିଛାଖଣ୍ଡି ପାହାଡ଼ ଅଞ୍ଚଳରେ ଆଜି ସକାଳ ୮ ସମୟରେ ଯାଜପୁର ଜିଲ୍ଲାର ପ୍ରଶାସନ ତରଫରୁ ଏ.ଡି.ଏମ,ତହସିଲଦାର,ଅତିରିକ୍ତ ଜିଲ୍ଲାପାଳ,ଜଙ୍ଗଲ ବିଭାଗ, ରାଜସ୍ୱ ବିଭାଗ ର କର୍ମଚାରୀ ଏବଂ ଜେନାପୁର ଥାନାର ପୋଲିସ ବାହିନୀ,ଆର. ଆଇ, ସମେତ ୧୧ ଗୋଟି ଗାଡ଼ିରେ ଓ ୨ ପ୍ଲାଟୁନ ଫୋର୍ସ ସହିତ ଅତର୍କିତ ଚଢ଼ାଉ କରି କ୍ରସର ମାନଙ୍କୁ ହିଟାଚି ମେସିନ ଓ ଜେସିବି ସହାୟତାରେ ଭଙ୍ଗା କାର୍ଯ୍ୟ ଆରମ୍ଭ କରିଥିଲେ ।ଏବଂ ଅଦ୍ୟାବଧି ୧୭ ଟି କ୍ରସର ଭଙ୍ଗା ଯାଇଥିବା ବେଳେ ଆଉ ୨୦ ଟି କ୍ରସର କୁ ଆଜି ଭଙ୍ଗା ଯିବାର ନିଷ୍ପତ୍ତି ନିଆଯାଇଛି ।କିଛିଦିନ ଆଗରୁ ନୋଟିସ କରାଯାଇଥିବା କ୍ରସର ଗୁଡିକୁ ଭଙ୍ଗା ଯାଉ ଅଛି ବୋଲି ପ୍ରାଥମିକ ସୂଚନାରୁ ଜଣାପଡୁଛି ।ଏହି କ୍ରସର ସବୁ ବେଆଇନ ଭାବେ କୌଣସି ସରକାରୀ ଗାଇଡ଼ ଲାଇନ କୁ ପାଳନ ନକରି ମାନମୁଖୀ ଭାବେ ଚଳାଇ ପ୍ରଚୁର ଅର୍ଥ ଲାଭବାନ ହୋଇ ରାଜସ୍ବ ଖିଲାପ କରୁଥିବାରୁ ପ୍ରଶାସନ ତରଫରୁ ଫାଇନ କରାଯାଇଥିଲା । ପ୍ରଦୂଷଣ କ୍ଲିଅରାନ୍ସ ବି ନଥିଲା ତେଣୁ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଆଜି କ୍ରସର ଭଙ୍ଗା ଯାଉଅଛି ।




