ତିର୍ତ୍ତୋଲ,୧୯/୦୧/୨୦ (ସନ୍ଧାନ ନିଉଜ) : ତିର୍ତ୍ତୋଲ ସିସିବି ଅନ୍ତର୍ଗତ ତୁଳଙ୍ଗ ପ୍ରାର୍ଥମିକ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ସମିତିର ସମ୍ପାଦକ ହରମୋହନ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ସଭାପତି ବାବାଜୀ ଚରଣ ରାଉତ ଯୋଗଦେଇ ମଣ୍ଡିର ଶୁଭ ଉଦଘାଟନ କରିଥିଲେ। ଏଥିରେ ସ୍ଥାନୀୟ ସରପଞ୍ଚ ଶ୍ରୀମତି ରଞ୍ଜିତା ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ତୁଳଙ୍ଗ ଓ ଇବ୍ରିସିଂ ଦୁଇ ପଞ୍ଚାୟତ ୪୭୨ରୁ ଉର୍ଦ୍ଧ ଚାଷୀ ଏହି ମଣ୍ଡିରେ ଧାନ ବିକ୍ରୟ ପାଇଁ ଅନଲାଇନ ଜରିଆରେ ନାମ ପଞ୍ଜି କରଣ କରିଥିଲେ।
ଉଦଘାଟନି ଦିବସରେ ୨୬ ଜଣ ଚାଷୀଙ୍କ ଠାରୁ ୯୫୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା। ଜଗନ୍ନାଥପୁର ଧରିତ୍ରୀ ରାଇସ୍ ମିଲ ଏହି ଧାନ କ୍ରୟ ପାଇଁ ଅନୁମତି ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ମଣ୍ଡଳୀର ସଦସ୍ୟ ଦିଲିପ କୁମାର ବିଶ୍ୱାଳ, ଧରଣୀ ଧର ପାତ୍ର, ସରୋଜ କୁମାର ବିଶ୍ୱାଳ, କୃଷ୍ଣ ଚନ୍ଦ୍ର ସ୍ୱାଇଁ, କିଶୋର ସାହୁ, ଧର୍ମାନନ୍ଦ ପରିଡ଼ା, ଅଜୟ କୁମାର ପରିଡ଼ା, ବିଜୟ କୁମାର ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରତି ବୁଧବାର ଓ ଶନିବାର ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବାବୋଲି ସମ୍ପାଦକ ପ୍ରକାଶ କରିଥିବାବେଳେ ଉତ୍ତମ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।