ରାଉରକେଲା, ୧୩/୧/୨୦୨୦ (ସନ୍ଧାନ ନିଉଜ) , : ରାଉରକେଲା ଡାକ ଅଧିକ୍ଷକଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଛି। ପୋଷ୍ଟମ୍ୟାନଙ୍କ ସ୍ଥାନାନ୍ତରରେ ମନମୁଖୀ କାର୍ଯ୍ୟକୁ ବିରୋଧ କରିଛନ୍ତି ଆଲ ଇଣ୍ଡିଆ ପୋଷ୍ଟଲ ଏମ୍ପ୍ଲୋଇଜ ୟୁନିଅନର ରାଉରକେଲା ଡିଭିଜନର କର୍ମକର୍ତ୍ତା ମାନେ । ସେମାନଙ୍କ ଅଭିଯୋଗ ଏହି ନିଷ୍ପତ୍ତି ନବଦଳିଲେ ମଙ୍ଗଳବାରଠାରୁ ଡାକ ବିତରଣ ସେବା ବନ୍ଦ କରି ଦିଆଯିବ। ସୋମବାର ଡାକ ଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଡାକ କର୍ମଚାରୀ ଧାରଣ ଦେଇଥିଲେ । ଏହାସହ ନିଜର ଦାବି ଦୋହରାଇ ଥିଲେ ।
ରାଉରକେଲା ପୋଷ୍ଟମ୍ୟାନଙ୍କ ଆନ୍ଦୋଳନ
|
January 13, 2020 |
