ବ୍ରହ୍ମବରଦା ସମବାୟ ସମିତିର ଧାନମଣ୍ଡି ଖୋଲିଲା

Spread the love

ଯାଜପୁର ସଦର, ୧୧/୦୧/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବରୀ ନିର୍ବଚାନ ମଣ୍ଡଳୀର ବ୍ରହ୍ମବରଦା ପଞ୍ଚାୟତର ସେବା ସମବାୟ ସମିତିର ଆନୁକୁଲ୍ୟରେ ଚାଷିମାନଙ୍କ ଧାନ ବିକ୍ରୟ କରାଯିବା ପାଇଁ କୃଷିସମବାୟ ସମିତି ପକ୍ଷରୁ ଧାନମଣ୍ଡି ସମିତିର ସଭାପତି ପଞ୍ଚାନନ ବିଶୋଇଙ୍କ ସଭାପତିତ୍ୱରେ କୃଷକ ମାନଙ୍କ ସୁଲଭ ଦରରେ ଧାନ ବିକ୍ରୟ କରାଯିବା ଲାଗି ନୂତନ ଭାବେ ଧାନମଣ୍ଡି ଖୋଲାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କଟକ କେନ୍ଦ୍ର ସମବାୟ ସମବାୟ ବ୍ୟାଙ୍କ ରସୁଲପୁର ଶାଖା ପରିଚାଳକ ବିକାଶ କୁମାର ମିଶ୍ର ଯୋଗ ଦେଇଥିବା ବେଳେ, ସମ୍ମାନୀୟ ଅତିଥି ରସୁଲପୁର ବ୍ଲକ୍ର ସମବାୟ ସଂମ୍ପ୍ରସାରଣ ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ଅନ୍ୟତମ ଅତିଥି ବ୍ରହ୍ମବରଦା ପଞ୍ଚାୟତ ସରପଞ୍ଚ ବିଜୟ କୁମାର ଦାସ, ଯାଜପୁର ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ଶ୍ରୀଯୁକ୍ତ ପ୍ରଦିପ କୁମାର ଦାସ ଯୋଗ ଦେଇଥିଲେ । ପଞ୍ଚାୟତ ନିର୍ବାହି ଅଧିକାରୀ ସୁବାସ ସାମଲ ସହକାରୀ ଅଫିସ ଅକ୍ଷୟ କୁମାର ସାମଲ ଯୋଗଦାନ କରି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର ମଣ୍ଡିକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସମବାୟ ସମିତି ସମ୍ପାଦକ ପ୍ରଶନ୍ନ କୁମାର ବିଶୋଇ, ସହକାରି ସମ୍ପାଦକ ଅଜିତ ବାରିକ ଯୋଗଦେଇଥିଲେ । ସଭ୍ୟ ରଞ୍ଜିତ ଦଳେଇ, ବିକାଶ ବେହେରା, ପଞ୍ଚାନନ ସାହୁ, ଧୃବ ଜେନା, ସତ୍ୟନାରାୟଣ ବିଶୋଇ, ଜତିନ୍ଦ୍ର ଜେନା, ଶରତ ଚନ୍ଦ୍ର ଓଝା, ଗଗନ ବିହାରି ସାହାଣି, ରମାକାନ୍ତ ଜେନା, ରାଖାଲ ମଲିକ, ସୁରେଶ ପାଢ଼ି, କରୁଣା ବେହେରା, ନିଳମଣୀ ପାଣ୍ଡେ, ଶରତ ପାଣ୍ଡେ, ଚିତ୍ତରଂଜନ ଦାସ, ପ୍ରମୋଦ ସାହୁ, କିଶୋର ସାହୁ, ପ୍ରତାପ ରାଉତ, ଧର୍ମେନ୍ଦ୍ର ବେହେରା ଏହି ଧାନମଣ୍ଡି ଉଦ୍ଘାଟନି ଉତ୍ସବରେ ସାହାଯ୍ୟ ସହଯୋଗ କରିଥିଲେ ।

Related Posts

About The Author

Add Comment