ଶିକ୍ଷକଙ୍କ ଆତ୍ମହତ୍ୟା ମାମଲାରେ କୋରାପୁଟ ଡିଇଓ ଗିରଫ

Spread the love

କୋରାପୁଟ, ୧୦/୦୧/୨୦ (ସନ୍ଧାନ ନିଉଜ) : କୋରାପୁଟ ଜିଲା ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ସରକାରୀ ବାସଭବନରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡାଙ୍କ ଆତ୍ମହତ୍ୟା ମାମଲାରେ ଖୋଦ୍ ଡିଇଓ ପ୍ରମୋଦ ପଣ୍ଡା ଗିରଫ ହୋଇଛନ୍ତି। ଶୁକ୍ରବାର କୋରାପୁଟ ପୁଲିସ ସ୍ପେଶାଲ ସ୍କ୍ୱାର୍ଡ଼ ତାଙ୍କୁ କଟକରୁ ଗିରଫ କରିଛନ୍ତି। ମୃତଦେହ ନିକଟରୁ ଜବତ ହୋଇଥିବା ସୁଇସାଇଡାଲ ନୋଟ ଆଧାରରେ ପୁଲିସ ପ୍ରମୋଦ ପଣ୍ଡାଙ୍କୁ ଗିରଫ କରିଛି। ଏହି ଘଟଣାରେ ପୂର୍ବରୁ ପୁଲିସ ୨ଜଣଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୮ ତାରିଖରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଥିଲା। ସେ ମାନସିକ ଚାପରୁ ଆତ୍ମହତ୍ୟା କରୁଛନ୍ତ ବୋଲି ସୁଇସାଇଡାଲ ନୋଟ୍ ତାଙ୍କ ମୃତଦେହ ନିକଟରୁ ମିଳିଥିଲା। ସୁଇସାଇଡାଲ ନୋଟରେ ସେ ଡିଇଓଙ୍କ ସହ ଅନ୍ୟ ୮ଜଣଙ୍କୁ ଦାୟୀ କରିଥିଲେ।

Related Posts

About The Author

Add Comment