ନୟାଗଡ଼, ୯/୧/୨୦୨୦ (ସନ୍ଧାନ ନିୟୁଜ) ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଯଦୁମଣି କ୍ଲବ ମିଳିତ ଆନୁକୁଲ୍ୟରେ ଉତ୍କଳଘଣ୍ଟ ଯଦୁମଣୀଙ୍କ ଜୟନ୍ତି ବୁଧବାର ଅନୁଷ୍ଠିତ ହୋଇଯାଇଛି । ଇଟାମାଟି ପଂଚାୟତ କାର୍ଯ୍ୟାଳୟ ସାମନା ପଡ଼ିଆରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଯୋଗଦେଇ ଯଦୁମଣୀଙ୍କ ହାସ୍ୟ ରସ ଉପରେ ଆଲୋଚନା କରିଥିଲେ । ବରିଷ୍ଠ ସାହିତ୍ୟିକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମାହାପାତ୍ର, ଅଧ୍ୟାପକ ବିଜୟ କୁମାର ଚୈାଧୁରୀ, କେଳୁଚରଣ ମହାପାତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ନିର୍ମଳ ଚନ୍ଦ୍ର ଶୂରଦେଓ, ଅନୁବାଦ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଏବଂ ଇଟାମାଟି ସରପଂଚ ସୋନାଲିକା ମନ୍ଥନ, ସମିତି ସଭ୍ୟ ବବିତା ରାଣୀ ହେନା ଯୋଗ ଦେଇଥିଲେ । ଅତିଥିମାନେ ଯଦୁମଣୀଙ୍କର ବିଷୟରେ ବହୁ ଜଣାଶୁଣା କଥାକୁ ନେଇ ଆଲୋଚନା କରିବା ସହ ତାଙ୍କ ପାଇଁ ନୟାଗଡ଼ ମାଟି, ସଦା ସର୍ବଦା ଗର୍ବିତ ବୋଲି କହିଥିଲେ । ଏହି ଅବସରରେ ଏକ କବିତା ଆସର ଆୟୋଜିତ କରାଯାଇଥିବା ବେଳେ ଏଥିରେ ନୟାଗଡ଼ ଜିଲ୍ଲାର କବି ଓ ସାହିତ୍ୟିକମାନେ ଯୋଗଦେଇ କବିତା ପାଠ କରିଥିଲେ । ପଣ୍ଡିତ ଚନ୍ଦ୍ରମଣୀ ପ୍ରଧାନ ଏହି କବିତା ପାଠତ୍ସୋବରେ ସଭାପତିତ୍ୱ କରିଥିବା ଜଣାପଡ଼ିଛି । ଯଦୁମଣୀ କ୍ଲବର କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ ଏବଂ ସଂମ୍ପାଦକ ଫକିର ଚରଣ ବୈରୀଗଞ୍ଜନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୀତିକଳ୍ପ ହରିଶ୍ ପ୍ରଧାନ, ନାଟ୍ୟକାର ଦୁର୍ଗାକାନ୍ତ ଆଚାର୍ଯ୍ୟ ଏବଂ ସାମ୍ବାଦିକ ରାମକୃର୍ଷ୍ଣ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ତାଜା ଖବର
- ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଥା କଟାକଟିରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ
- ଛଅ ମାସ ହେଲା ମିଳୁନି ଭତ୍ତା, ଚିନ୍ତାରେ ବିମଳା ବରିହା
- ବାଲିଶଙ୍କରାରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ, ବିଜେଡି ଦଳରେ ମିଶିଲେ କଂଗ୍ରେସ ଓ ବିଜେପିର ୭୫ ଜଣ
- IGP Dr Satyajit Naik Appeals for Peaceful and Disciplined Durga Puja Celebrations
- ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ମା ଦୁର୍ଗାଙ୍କ ପୂଜା ପାଳନ କରନ୍ତୁ: କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ
- ରଜି ଦେବି ୱେଲଫେୟାର ଟ୍ରଷ୍ଟ ଦ୍ୱାରା ଢେଙ୍କାନାଳ ରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦିନ ଦି ‘ ପହରରେ ଚୋରି ,ଅଭିଯୁକ୍ତକୁ ଅଞ୍ଚଳ ଲୋକେ ପୋଲିସ କୁ କଲେ ହସ୍ତାନ୍ତର
- ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ଦେଶୀମଦ ଜବତ
- ରାମବାଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ସଭା ଅନୁଷ୍ଠିତ



