ଫାଲ୍‌କେ ପୁରସ୍କାର ପାଇଁ ମୋତେ ଯୋଗ୍ୟ ମଣିଥିବାରୁ ମୁଁ କୃତଜ୍ଞ: ଅମିତାଭ

Spread the love

ନୂଆଦିଲ୍ଲୀ, ୨୯/୧୨ (ସନ୍ଧାନ ନିଉଜ) : ଦାଦା ସାହେବ ଫାଲ୍‌କେ ପୁରସ୍କାର ପାଇଁ ମୋତେ ଯୋଗ୍ୟ ମଣିଥିବାରୁ ମୁଁ କୃତଜ୍ଞ। ମୁଁ ଏହି ସମ୍ମାନକୁ ବିନମ୍ରତାର ସହ ଗ୍ରହଣ କରୁଛି। ରବିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ଗ୍ରହଣ କରି ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ଏହା କହିଛନ୍ତି।

ଭାରତର ଅଗଣିତ ଦର୍ଶକଙ୍କୁ ମୁଁ ଏହି ସମ୍ମାନ ଉତ୍ସର୍ଗ କରୁଛି ବୋଲି ସେ କହିଛନ୍ତି। ସେମାନଙ୍କ ଭଲପାଇବା ଯୋଗୁଁ ମୁଁ ଆଜି ଏଠାରେ ଠିଆ ହୋଇଛି। ଏହା ବ୍ୟତୀତ ଈଶ୍ୱରଙ୍କ କୃପା, ପିତାମାତାଙ୍କ ଆଶୀର୍ବାଦ, ଚଳଚ୍ଚିତ୍ର ଉଦ୍ୟୋଗର ସମସ୍ତ ନିର୍ମାତା-ନିର୍ଦ୍ଦେଶକ ତଥା ସହକଳାକାରଙ୍କ ସହଯୋଗ ଯୋଗୁଁ ଏହି ସମ୍ମାନର ହକ୍‍ଦାର୍‍ ହୋଇପାରିଛି ବୋଲି ବିଗ୍‌ ବି କହିଛନ୍ତି।

ସୂୂଚନାଯୋଗ୍ୟ, ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ। ଭାରତୀୟ ଚଳଚ୍ଚିତ୍ର ଜଗତକୁ ବଳିଷ୍ଠ ଯୋଗଦାନ ପାଇଁ ଅଭିତାଭଙ୍କୁ ଏହି ସମ୍ମାନ ପାଇଁ ବିବେଚିତ କରାଯାଇଥିଲା। ପୂର୍ବରୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବାର ଥିଲା। ମାତ୍ର ଅସୁସ୍ଥତା ଯୋଗୁଁ ସେ ସେହି ସମାରୋହରେ ଉପସ୍ଥିତ ରହିପାରି ନ ଥିଲେ। ତେଣୁ ଆଜି ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

Related Posts

About The Author

Add Comment