ଯାଜପୁର, ୧୩/୧୨ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ଚଣ୍ଡିଖୋଲ ଦୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ଜେନାପୁର ଥାନା ଅଧିନ ବାଲିସାହି ନିକଟସ୍ଥ ବାଘୁଆ ପାହାଡ଼ ନିକଟରେ ଆଜି ଅପରାହ୍ନ ୩ ସମୟରେ ଟ୍ରକ ଧକାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଯୁବକ ହେଲେ ଜେନାପୁର ଥାନା ଅଧିନ କବାଟ ବନ୍ଧ ଗ୍ରାମର ଅଜୟ ବେହେରା(ଟିକିନ)୪୦ ଓ ଆଉଜଣେ ସୁକିନ୍ଦା ଥାନା ଅଞ୍ଚଳର ଚନ୍ଦ୍ର ଶେଖର ଦିବେଦୀ ୩୮ ବୋଲି ଜଣାପଡିଛି। ଘଟଣାରୁ ପ୍ରକାଶ ଚନ୍ଦ୍ର ଶେଖର ତାଙ୍କ ବାଇକ୍ ଓ ଆର ୦୪ ଜେ ୩୮୧୩ ହୀରୋହୁଣ୍ଡା ପାସିଅନ ଯୋଗେ ଚଡେ଼ଇ ଧରା ହାଟରୁ ଘରକୁ ଫେରୁଥିବା ସମୟରେ ଦୁବୁରୀ ପଟୁ ଏକ ଆଇରନ ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ଡିବେଦୀଙ୍କୁ ଧକ୍କା ଦେଇଥିଲା ଫଳରେ ସେ ରାସ୍ତାରେ ପଡ଼ି ଛଟ ପଟ ହେଉଥିବା ସମୟରେ ଗାଡିଟି ଘଟଣା ସ୍ଥଳରୁ ବହୁ ତୀବ୍ର ଗତିରେ ଚାଲି ଯାଇଥିଲା ସେହି ସମୟରେ କବାଟବନ୍ଧର ଅଜୟ ବେହେରା ଓ ଆର ୦୪ ଏମ୍ ୨୬୬୩ ସି ବି ଯେଡ଼େ ଯୋଗେ ପହଞ୍ଚି ଲୋକଟିକୁ ଛଟପଟ ହେବାରେ ଦେଖି ସଙ୍ଗେ ସଙ୍ଗେ ରାସ୍ତାକଡ଼କୁ ଯାଇ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରୁଥିବା ସମୟରେ ,ହଟାତ୍ ଚଣ୍ଡିଖୋଲଆଡୁ ଆସୁଥିବା ସିମେଣ୍ଟ ବୋଝେଇ ଟ୍ରକ ଓ ଆର ୦୯ ଜି ୭୫୧୯ ଅଜୟଙ୍କ ଉପରେ ଚଢ଼ି ଯାଇଥିଲା ଘଟଣା ସ୍ଥଳରେ ତାଙ୍କର ସେଇଠି ମୃତ୍ୟୁ ଘଟିଥିଲା । ଓ ଫୋନ ପାଇଆସିଥିବା ଆମ୍ବୁଲାନ୍ସଟି କାହାରିକି ନନେଇ ଚାଲିଯାଇଥିଲା ।ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତେଜନା ଦେଖିବାକୁ ମିଳିଥିଲା ରାସ୍ତାରେ ଶବକୁ ରଖି ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଖବର ପାଇ ଜେନାପୁର ପୋଲିସ ଅଧିକାରୀ ସୁଶାନ୍ତ କୁମାର ଦାସ ସଦଳବଳେ ପହଁଚିଥିଲେ । ଓ ଧର୍ମଶାଳା ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମିଶ୍ର ଓ ବଳରାମ ପୁର ୨ ଆର ଆଇ ସୁଶାନ୍ତ କୁମାର ସ୍ୱାଇଁ ପହଁଚି ଉତକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ ରେଡ଼ କ୍ରସ ପାଣ୍ଠିରୁ ୧୦୦୦ସହାୟତା ମିଳିଥିଲା ।ଶେଷରେ ରାସ୍ତା ଅବରୋଧ ହଟିଥିଲା ।ଜେନାପୁର ପୋଲିସି ସବ ବେବଛେଦ ନିମନ୍ତେ ପଠାଇ ଗାଡି ୩ ଟି କୁ ଛଡେ଼ଇ ଧରାପୋଲିସ ବିଟ୍ ହାଉସ କୁ ପଠାଇ ତଦନ୍ତ ଜାରି ରଖିଛି ।।