ଭିଜିଲାନ୍ସ ଜାଲରେ ଜହ୍ନା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

Spread the love
ଯାଜପୁର,୧୧/୧୨ (ସନ୍ଧାନ ନିୟୁଜ୍) ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ। ଯାଜପୁର ଜିଲ୍ଲା କୋରାଇ ବ୍ଲକ ଜହ୍ନା ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୀତାରାଣୀ ସୋରେନ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫାଇନାଲ୍ ବିଲ୍ କରାଇବା ପାଇଁ ରଣଜିତ୍ ରାୟ ନାମକ ଜଣେ ହିତାଧିକାରୀଙ୍କ ଠାରୁ ନେଉଥିଲେ ଲାଞ୍ଚ।ରଞ୍ଜିତଙ୍କ ଅଭିଯୋଗ କ୍ରମେ ଡ଼ିଏସପି ବନମାଳୀ ଧଳଙ୍କ ନେତୃତ୍ୱରେ ଇନିସପେକ୍ଟର ଅନୁସୟା ସେନାପତି ଓ ଭାଗ୍ୟଲତା ପ୍ରଧାନଙ୍କ ସହାୟତାରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଆଜି ଅପରାହ୍ନରେ ଲାଞ୍ଚ ନେବା ସମୟରେ ଘଟଣାସ୍ଥଳରୁ ଗିରଫ କରିଥିଲେ । ଏବଂ ରାସାୟନିକ ଦ୍ରବ୍ୟ ଲେପନଥିବା ୫୦୦୦ଟଙ୍କା ଉଦ୍ଧାର କରିଥିଲେ ।// REPORT-PRASANTA SAMAL //

Related Posts

About The Author

Add Comment