ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣୀ

Spread the love

ହରଭଙ୍ଗା, ୪/୧୨ (ସନ୍ଧାନ ନିଉଜ) : ବୌଦ୍ଧ ଜିଲାରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଭାଗର ବରିଷ୍ଠ କିରାଣୀ ଚର୍ତୁଭୁଜ ଖମାରୀ ଲାଞ୍ଚ ନେବା ସମୟରେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ବୌଦ୍ଧ-ଫୁଲବାଣୀ ଭିଜିଲାନ୍ସ ଟିମ ମିଳିତ ଭାବେ ଚଢାଉ କରି ଧରିଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ, ନର୍ମଦା ଶାମୁକିଆଙ୍କ ସ୍ୱାମୀ ପ୍ରସନ୍ନ କୁମାର ଶାମୁକିଆଙ୍କ ମୃତ୍ୟୁ ପରେ ତାଙ୍କ ପେନସନ ଟଙ୍କା ରିଲିଜ ପାଇଁ ନର୍ମଦା ଶାମୁକିଆଙ୍କ ଶାଶୁ କୌଶଲିଆ ଶାମୁକିଆଙ୍କ ଠାରୁ ସେ ଲାଞ୍ଚ ନେଉଥିଲେ। ନର୍ମଦାଙ୍କ ଘର ହରଭଙ୍ଗା ଥାନା କୁସନ ପଞ୍ଚାୟତ ଅନ୍ତର୍ଗତ ଭାବପୁର। ବର୍ତ୍ତମାନ ଚର୍ତୁଭୁଜ ଖମାରୀଙ୍କ ବାସଭବନରେ ଚଢାଉ ଜାରି ରହିଥିବା ଜଣାପଡ଼ିଛି। ଚଢାଉ ଜାରୀ ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Related Posts

About The Author

Add Comment