ଟ୍ରେନ୍‌ ଟିକେଟ୍ ବୁକିଂ ସମୟରେ କେତୋଟି ନିୟମ ମାନିଲେ ମିଳିବ ୫୦% ଛାଡ

Spread the love

ନୂଆଦିଲ୍ଲୀ, ୨୫/୧୧ (ସନ୍ଧାନ ନିଉଜ) : ଭାରତୀୟ ରେଳ ବିଭାଗ ପକ୍ଷରୁ ମେଲ, ଏକ୍ସପ୍ରେସ୍‌, ରାଜଧାନୀ, ଶତାବ୍ଦୀ, ଜନଶତାବ୍ଦୀ, ଦୂରନ୍ତ ଭଳି ଟ୍ରେନ୍‌ ରେ ୫୦ ପ୍ରତିଶତ ଛାଡ ପ୍ରଦାନ ପାଇବାର ବ୍ୟବସ୍ଥା ରହିଛି। ନିୟମ ଅନୁଯାୟୀ, ପୁରୁଷଙ୍କ ପାଇଁ ୪୦ ପ୍ରତିଶତ ଏବଂ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଛାଡ ପାଇବାର ବ୍ୟବସ୍ଥା ରହିଛି। ତେବେ ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିଙ୍କୁ କେଉଁ ଛାଡ ମିଳି ପାରିବ।

ରେଳ ବିଭାଗ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ଏହି ଛାଡ ପ୍ରଦାନ କରାଯାଉଛି। ଯଦି ପୁରୁଷ ବ୍ୟକ୍ତିର ବୟସ ୬୦ରୁ ଅଧିକ, ତେବେ ଆଇଆରସିଟିସି ଅନୁସାରେ ଟିକେଟ୍ ବୁକିଂ ସମୟରେ ତାଙ୍କୁ ୪୦ ପ୍ରତିଶତ ଛାଡ ମିଳିବ। ସେହିପରି ମହିଳାଙ୍କ ବୟସ ୫୮ ବର୍ଷ ହୋଇଥିଲେ, ତାଙ୍କୁ ଟିକେଟରେ ୫୦ ପ୍ରତିଶତ ଛାଡ ମିଳିବ।

ଆଇଆରସିଟିସିର ଇ-ଟିକେଟ୍ ୱେବ୍‌ ସାଇଡ୍ www.irctc.co.in ରେ ବରିଷ୍ଠ ନାଗରିକ ଏହାର ସୁବିଧା ପାଇ ପାରିବେ। ରିଜର୍ବେଶନ ଫର୍ମ ଭରିବା ସମୟରେ ଚେକବକ୍ସରେ କ୍ଲିକ୍ କରି ବରିଷ୍ଠ ନାଗରିକମାନେ ଏହି ସୁବିଧା ପାଇଁ ଦାବି କରି ପାରିବେ। ନହେଲେ ଏହି ସୁବିଧା ପାଇ ପାରିବେ ନାହିଁ। ବରିଷ୍ଠ ନାଗରିକ ଯାତ୍ରା କରିବା ସମୟରେ ନିଜ ସହ ବୟସ ସୂଚାଉଥିବା ପରିଚୟ ପତ୍ର ନେଇ ଯିବା ବାଧ୍ୟତାମୂଳକ।

Related Posts

About The Author

Add Comment