ଛଟେଇ ହେବେ ୩୦ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ! ପ୍ରଭାବିତ ହେବ ସ୍ୱାସ୍ଥ୍ୟସେବା

Spread the love

ଭଦ୍ରକ, ୨୪/୧୧ (ସନ୍ଧାନ ନିଉଜ) : ରାଜ୍ୟ ସରକାରଙ୍କ ନିଶୁଳ୍କ ସ୍ୱାସ୍ଥ୍ୟସେବା ପାଇଁ ଉପକୃତ ହେଉଛନ୍ତି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ଲକ୍ଷାଧିକ ରୋଗୀ । କିନ୍ତୁ ପରୋକ୍ଷରେ ଏହା ଦ୍ୱାର ପ୍ରଭାବିତ ହେବେ ୩୦ରୁ ଉଦ୍ଧ୍ୱର୍ ଚୁକ୍ତିଭିତ୍ତିକ ଅଭିଜ୍ଞ ଠିକା ସ୍ୱାସ୍ଥ୍ର କର୍ମଚାରୀ । ଫଳରେ ନିଶୁଳ୍କ ସେବା ପାଉଥିବା ଜିଲ୍ଲାର ଲକ୍ଷାଧିକ ରୋଗୀ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । କାରଣ ଏସମସ୍ତ ଅଭିଜ୍ଞ କର୍ମଚାରୀଙ୍କୁ ଦରମା ଦେବାକୁ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଅର୍ଥ ନାହିଁ । କାରଣ ପୂର୍ବରୁ ଯେଉଁ ୟୁଜର୍ସ ଫି ରୋଗୀମାନଙ୍କ ନିକଟରୁ ଆଦାୟ କରାଯାଉଥିଲା, ତାହା ଏବେ ଆଦାୟ ହେଉ ନାହିଁ । ଏହି ୟୁଜର୍ସ ଫିରେ ୩୦ରୁ ଉଦ୍ଧ୍ୱର୍ ଚୁକ୍ତିଭିତ୍ତିକ କର୍ମଚାରୀ ବେତନ ପାଉଥିଲେ । ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ୟୁଜର୍ସ ଫି ଆଦାୟ ବନ୍ଦ ହୋଇଥିବାରୁ ଉପରୋକ୍ତ କର୍ମଚାରୀଙ୍କୁ ବେତନ ଦେବାକୁ ଏବେ ସ୍ୱାସ୍ଥ୍ୟ ବିଭାଗ ଅକ୍ଷମ । ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ୩୦ ଚୁକ୍ତିଭିତ୍ତକ କର୍ମଚାରୀଙ୍କୁ ଛଟେଇ କରିବାକୁ ନିର୍ଦ୍ଦେଶାନାମା ଜାରୀ କରିଛନ୍ତି । ତେବେ ଏସମସ୍ତ କାର୍ଯ୍ୟରତ କର୍ମଚାରୀ ଉକ୍ତ ନିର୍ଦ୍ଦେଶନାମାକୁ ବିରୋଧ କରିବା ପରେ ସିଡ଼ିଏମଓ ଏହାର ପୁନବିଚାର ପାଇଁ ଆଉ ୫ଦିନ ମହଲତ ନେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ଇନଡ଼ୋର ରୋଗୀଙ୍କ ଠାରୁ ୧୦ଟଙ୍କା, ଆଉଟଡ଼ୋର ରାଗୀଙ୍କ ଠାରୁ ୫ ଓ ନିଦାନ ବିଭାଗରେ ନିୟମାନୁଯାୟୀ ୟୁଜର୍ସ ଫି ଆଦାୟ କରାଯାଉଥିଲା । ଏହି ଅର୍ଥରେ ପ୍ରାୟ ୩୦ ସ୍ୱାସ୍ଥ୍ୟ ବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ବେତନ ଦିଆଯାଉଥିଲା । ବର୍ତ୍ତମାନ ସରକାର ୟୁଜର୍ସ ଫି ଆଦାୟ ବନ୍ଦ କରିଥିବାରୁ ଏହି ୩୦ କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ସୃଷ୍ଟି ହୋିଛି । ଫଳରେ ସିଧାସଳଖ ରୋଗୀ ସେବା ପ୍ରଭାବିତ ହେବାକୁ ଯାଉଛି । ପ୍ରଥମତଃ ଡ଼ାକ୍ତର ମରୁଡ଼ି ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିବାବେଳେ, ଏବେ କର୍ମଚାରୀ ମରୁଡ଼ି ସ୍ୱାସ୍ଥ୍ୟସେବାକୁ ଗୁରୁତର କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ପ୍ରକାଶଥାଉକି ସରକାରୀ ଡ଼ାକ୍ତରଖାନାରେ ଆଉଟଡ଼ୋର ଠାରୁ ଇନଡ଼ୋର ପର୍ଯ୍ୟନ୍ତ ସବୁଠି ଚୁକ୍ତିଭିତ୍ତିକକର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୦ରୁ ଉଦ୍ଧ୍ୱର୍ ଏହି ଶ୍ରେଣୀର କର୍ମଚାରୀ କର୍ତ୍ତବ୍ୟ ସଂପାଦନ କରୁଛନ୍ତି । ତେଣୁ ଯଦି ବାସ୍ତବତାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଣଦେଖା କରେ ତେବେ ରୋଗୀ ସେବା କ୍ଷେତ୍ରରେ ବ୍ୟାପକ ଅନିୟମିତତା ଦେଖାଦେବ ବୋଲି ମତପ୍ରକାଶ ପାଇଛି ।

Related Posts

About The Author

Add Comment