ଭଦ୍ରକ, ୧୫/୧୧ (ସନ୍ଧାନ ନିଉଜ) : ନେହେରୁ ଯୁବେକନ୍ଦ୍ର ଭଦ୍ରକ ଶାଖା ଓ କୋଣାର୍କ କ୍ଲବ ବାଲିପାଟଣାର ମିଳିତ ଆନୁକୁଲ୍ୟରେ କୋଣାର୍କ କ୍ଳବ ପରିସରରେ ଗତକାଲି ସନ୍ଧ୍ୟାରେ ନେହେରୁ ଯୁବକେନ୍ଦ୍ରର ପ୍ରତିଷ୍ଠା ଦିବସ ଓ ଶିଶୁ ଦିବସ ପାଳିତ ହୋଇ ଯାଇଛି । ଉକ୍ତ ସମାରୋହରେ ଶିକ୍ଷାବିତ୍ ରାଜକିଶୋର ପାଣିଗ୍ରାହୀ, ସମାଜସେବୀ ସୁଧାକର ରାଉତ, ସୂର୍ଯ୍ୟମଣୀ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ କ୍ଳବର ସମ୍ପାଦକ ବିନୋଦ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବାଲ୍ୟ ଜୀବନରୁ ଆରମ୍ଭ କରି ଦେଶ ସ୍ୱାଧୀନରେ ତାଙ୍କର ଭୂମିକା, ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ ଭାବରେ ନିଜର କର୍ତ୍ତବ୍ୟ ପାଳନ ସହ ନିଜର ପ୍ରଧାନମନ୍ତ୍ରୀତ୍ୱ ସମୟରେ ଭାରତର ବିକାଶ ପାଇଁ ବହୁମୁଖୀ ଯୋଜନା ବିଷୟରେ ବକ୍ତାମାନେ ଆଲୋକପାତ କରିଥିଲେ । ଉକ୍ତ ସମାରୋହରେ ଗ୍ରାମବାସୀ, ଯୁବକ, ଛାତ୍ର ଓ ଛୋଟବଡ଼ ପିଲାମାନେ ଯୋଗ ଦେଇଥିଲେ । କ୍ଲବ ସଭାପତି ମାୟାଧର ରାଉତ, ସଦସ୍ୟ ବିମଳ ରାଉତ, ଗଜେନ୍ଦ୍ର ରାଉତ ପାଠାଗାରର ସଭାପତି ସତ୍ୟଜିତ ନାୟକ, ସମ୍ପାଦକ ମୁକ୍ତିକାନ୍ତ ନାୟକ, ଚିନ୍ମୟ ସ୍ୱାଇଁ, ରଂଜନ ପ୍ରଧାନ, ଗଦାଧର ନାୟକ, ଦେବେନ୍ଦ୍ର ରାଉତ, ଚିନ୍ମୟ ନାୟକ, ଶତୃଜିତ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।
କୋଣାର୍କ କ୍ଳବରେ ଶିଶୁ ଦିବସ
|
November 15, 2019 |



