ଦୀପାବଳି ରାତିର ହତ୍ୟାକାଣ୍ଡ ବର୍ବର ଘଟଣା; ୨ ଅଭିଯୁକ୍ତ ଗିରଫ

Spread the love

ଭୁବନେଶ୍ୱର, ୧/୧୧ (ସନ୍ଧାନ ନିଉଜ) : ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଦୀପାବଳି ରାତିରେ ଘଟିଥିବା ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ ରାଘବ ଓ ଶଙ୍କର। ଭୁବନେଶ୍ୱର ବାହାରୁ କମିଶନରେଟ ପୁଲିସ ଏମାନଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଗତ ରବିବାର ଦୀପାବଳି ରାତିରେ ବାଣ ଫୁଟାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା। ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ଏକ ନିଛାଟିଆ ସ୍ଥାନରେ ଗୋଟିଏ ଗୋଷ୍ଠୀ ବାଣ ଫୁଟା ଓ ଭୋଜିଭାତରେ ମାତିଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠି ଆସି ସେମାନଙ୍କୁ ବାରଣ କରିଥିଲେ। ପରେ ଉଭୟ ଗୋଷ୍ଠୀ ମଧ୍ୟ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ବାରଣ କରିଥିବା ଗୋଷ୍ଠୀର କିଛି ଯୁବକ ଅପର ପକ୍ଷର ଜଣେ ଯୁବକ ଅମରେଶ ନାୟକଙ୍କୁ ପିଟି ପିଟି ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ହତ୍ୟାକଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ପଳାଇ ଯାଇଥିଲେ। ହତ୍ୟାକାଣ୍ଡର ୩ ଦିନ ପରେ ପୁଲିସ ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରି ଛାନଭିନ୍ ଆରମ୍ଭ କରିଥିଲା।

Related Posts

About The Author

Add Comment