ଭଦ୍ରକ, ୨୬/୧୦ (ସନ୍ଧାନ ନିଉଜ) : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଜିଲା ପ୍ରଶାସନ ଓ ପଂଚାୟତ ସମିତି ଚାନ୍ଦବାଲିର ମିଳିତ ଆନୁକୂଲ୍ୟରେ ଚାନ୍ଦବାଲିସ୍ଥିତ ବିଜୁ ସ୍ମୃତି ଭବନରେ ଏକ ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ ଏବଂ ଜିଲା ନିୟୋଜନ ଅଧିକାରୀ ପ୍ରଶାନ୍ତ କୁମାର ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ୟାମସୁନ୍ଦର ଟୁଡୁ, ପଂଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ରଂଜନ ସାହୁ, ବିଧାୟକଙ୍କ ପ୍ରତିନିଧି ଅକ୍ଷୟ ନାୟକ, ସାଂସଦଙ୍କ ପ୍ରତିନିଧି ଅଶୋକ ବଳ, ବିଏସ୍ଏସ୍ଓ ବିଶ୍ୱରଂଜନ ପ୍ରଧାନ ପ୍ରମୁଖ ଯୋଗଦେଇ ନିଯୁକ୍ତି ମେଳାକୁ ଉଦ୍ଘାଟନ କରିବା ସହ ଏହାର ଉପାଦେୟ ଓ କର୍ମନିଯୁକ୍ତି ଉପରେ ଆବେଦନକାରୀ ଯୁବକ / ଯୁବତୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି ନିଯୁକ୍ତି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୫ଟି କର୍ମନିଯୁକ୍ତି ସଂସ୍ଥା ଯୋଗ ଦେଇଥିଲେ । ଏହି ମେଳାରେ ୪ ଶହ ଆବେଦନକାରୀ ବେକାର ଯୁବକ/ଯୁବତୀମାନେ ଅଂଶଗ୍ରହଣ କରି ସେମାନଙ୍କର ନାମ ପଂଜିକରଣ କରିଥିଲେ ।
ଚାନ୍ଦବାଲିରେ ଜିଲାସ୍ତରୀୟ ନିଯୁକ୍ତି ମେଳା
|
October 26, 2019 |