ନାବାଳିକାକୁ ଦୁଷ୍କର୍ମ, ଅଶ୍ଳୀଳ ଭିଡିଓ ଭାଇରାଲ

Spread the love

ଧର୍ମଶାଳା, ୧୫/୧୦ (ସନ୍ଧାନ ନିଉଜ) : ଜଣେ ନାବାଳିକାକୁ ଦୁଷ୍କର୍ମ ସହ ଅଶ୍ଳୀଳ ଭିଡିଓ ଭାଇରାଲ କରାଯାଇଥିବା ନେଇ ପୀଡିତା ମା’ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ଥାନା କେଶ ନଂ ୪୪୭/ତା ୧୩.୧୦.୨୦୧୯ ଦଫା ୩୪୧/୨୯୪/୫୦୬/୩୭୬(୨)(ଏନ୍)/୨୯୨/୫୦୦/୩୪ ଆଇପିସି ସହିତ ୬/୧୭ ପସ୍କୋ ଆଇନ ଏବଂ ୬୭ / ଇ / ୬୭ ଆଇଡି ଆକ୍ଟରେ ମକଦ୍ଦମା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ବାରବାଟୀ ପଂଚାୟତ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମର ସେକ୍ କଲିମୁଦ୍ଦିନ୍ (ବେଲୁ) ଫେରାର ହୋଇଯାଇଛି । ଅଭିଯୋଗରୁ ପ୍ରକାଶ ଯେ କଲିମ୍ ବିଭିନ୍ନ ପ୍ରଲୋଭନ ଦେଖାଇ ପୀଡିତାଙ୍କୁ କୁଆଖିଆ ଥାନା ଅନ୍ତର୍ଗତ ସିଂହାପୁର ପଂଚାୟତର ବ୍ରାହ୍ମଣବାଡ ଗ୍ରାମର ଜଣେ ସାଙ୍ଗଙ୍କ ଘରକୁ ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ଏଥିସହ ସେ ସାଙ୍ଗ ମାଧ୍ୟମରେ ଏହାର ଭିଡିଓ ଓ ପୀଡିତାଙ୍କ ନଗ୍ନ ଫଟୋ ଉଠାଇ ନେଇଥିଲା । ଏହା ସହିତ ପୀଡିତାଙ୍କୁ ଜୀବନରେ ମାରିଦେବାକୁ ଧମକ ଚମକ ଦେବା ସହ ସୋସିଆଲ ମିଡିଆରେ ତାଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ କରି ଦେବ ବୋଲି ଧମକ ଦେଇଥିଲା । ଏ ସଂପର୍କରେ ଜାଣିବା ପରେ ପୀଡିତାଙ୍କ ମା’ କଲି ମୁଦ୍ଦିନଙ୍କ ବାପାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେ ଓଲଟି ଗାଳି ଗୁଲଜ କରିଥିଲେ । ପରେ ସ୍ଥାନୀୟ ଭଦ୍ର ଲୋକଙ୍କ ମାଧ୍ୟମରେ ଘଟଣାର ଆପୋଷ ସମାଧାନ ପାଇଁ ଉଦ୍ୟମ ହୋଇଥିଲା । ମାତ୍ର ଏହା ସଫଳ ହୋଇନଥିଲା । ତେବେ କଲିମୁଦ୍ଦିନ୍ ହ୍ୱାଟସଆପ୍ରେ ଉକ୍ତ ଭିଡିଓ ଓ ଅଶ୍ଲୀଳ ଫଟୋକୁ ଭାଇରାଲ କରିଦେଇଥିଲେ । ଫଳରେ ପୀଡିତାଙ୍କ ମା’ ଥାନାରେ ଅଭିଯୁକ୍ତ ମାନଙ୍କ ବିରୋଧରେ ଏତଲା ଦେଇଥିଲେ । ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୋମବାର ପୀଡିତାଙ୍କ ଡାକ୍ତରୀ ମାଇନା ହୋଇଥିଲା । ଅତିରିକ୍ତ ସ୍ୱତନ୍ତ୍ର ଜିଲ୍ଲା ଜର୍ଜଙ୍କ ନିକଟରେ ଆଜି ପୀଡିତାଙ୍କ ବୟାନ ଲିପିବଦ୍ଧ କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଥାନାରେ ନାନା ଚର୍ଚ୍ଚା ଆଲୋଡନ ଲାଗିରହିଛି । ଅଭିଯୁକ୍ତ ଫେରାର ଥିବା ବେଳେ ପୁଲିସ ତା ସାଙ୍ଗକୁ ଉଠାଇ ନେଇ ପଚରା ଉଚରା ଚଲାଇଛି ।

Related Posts

About The Author

Add Comment