ଜଳନିଷ୍କାସନ ବିଭାଜିକା ସହକାରୀଯନ୍ତ୍ରୀଙ୍କ ଜାଣତରେ ୧୮ କୋଟି ଟଙ୍କାର ହିସାବ ନାହିଁ, ବାବୁ ବେଫିକାର

Spread the love

ଯାଜପୁର, (ସନ୍ଧାନ ନିୟୁଜ ସ୍ପାଏ ରିପୋର୍ଟର) ଯାଜପୁର ଜିଲ୍ଲା ଜଳନିଷ୍କାସନ ବିଭାଜନର ସହକାରୀ ଯନ୍ତ୍ରୀଙ୍କ ଦୁର୍ନୀତିର ଚେର ଏତେ ବଢ଼ିଯାଇଛି ଯେ ଯାହା ଜନସାଧାରଣ ଜାଣିବା ଏତେ ସହଜ ନୁହଁ । ଚାଷୀଙ୍କ ପାଇଁ ଆସୁଥିବା କୋଟିକୋଟି ଟଙ୍କାକୁ ଏହି ମହାପାତ୍ର ବାବୁ ଜଣଙ୍କ କୈାଣସି କାର୍ଯ୍ୟ ନକରି ସେ ଅର୍ଥକୁ ଆତ୍ମସାତ୍ କରିବାରେ ପ୍ରବୀଣ ବୋଲି ଚାଷୀଙ୍କ ମହଲରେ ଏକ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ରାହାଁଶାଳ ଏବଂ ଶଗଡିଆ ନାଳକୁ ସଫେଇ ପାଇଁ ଆସିଥିବା କୋଟିକୋଟି ଟଙ୍କାକୁ କୈାଣସି କାର୍ଯ୍ୟ ନକରି କିଛି ନିଜ ସମ୍ପର୍କୀୟ ଠିକାଦାରଙ୍କ ଦ୍ୱାରା କରାଇ ସମ୍ପୂର୍ଣ୍ଣ ରୂପେ ଅର୍ଥକୁ ଲୁଟ୍ କରି ଜେଇଇ ଏସ୍ଡିଓ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଅର୍ଥକୁ ଆତ୍ମସାତ୍ କରାଯାଇଛି ବୋଲି ସାଧାରଣରେ ପ୍ରଶ୍ନବାଚ୍ ସୃଷ୍ଟି କରିଛି । ଏହି କାର୍ଯ୍ୟ ପାଇଁ ୧, ୦୬, ୨୦୧୯ ତାରିଖରେ ଏହି କାର୍ଯ୍ୟ ପାଇଁ ଜନସୂଚନା ଅଧିକାର ବଳରେ କିଛି ସୂଚନା ମଗାଯାଇଥିଲା । କିନ୍ତଏହି ଅସାଧୁ ସହକାରୀ ଯନ୍ତ୍ରୀ ଜଣକ କାହାକୁ …. ଜ୍ଞାନେ ଖାତିରି ନକରି ସବୁ ଜାଣି ନ ଜାଣିଲା ପରି ସରକାରଙ୍କ ଆଇନକୁ ଭୃକ୍ଷେପ ନକରି ଅର୍ଥ ହରିଲୁଟ କରିବାରେ ବ୍ୟସ୍ତ ଅଛନ୍ତି । ଏହି ୍ରର୍ଥରେ ବାବୁ ଜଣଙ୍କ ବିଭିନ୍ନ କ୍ଲବ୍, ପାର୍ଟି ଆଟେଣ୍ଡ କରି ମଗ୍ନ ଥିବା କିଛି ଚାଷୀଙ୍କ ଠାରୁ ତଥ୍ୟ ମିଳିଛି । ନିଜେ ଜଣେ ଠିକାଦାର ଥିଲାବେଳେ ଏବେ ସହକାରୀ ଯନ୍ତ୍ରୀ ସାଜିଛନ୍ତି । କେଉଁ ତୃତୀୟ ଶକ୍ତି ଏହାକୁ କରାଉଛି ବୋଲି ସାଧାରଣରେ ଗୁଞ୍ଜରଣ ସୃଷ୍ଟି ହୋଇଛି । ବାବୁଙ୍କର ଭୁବନେଶ୍ୱର ପୋଖରିଆ ପୁଟରେ ୨୦୦୦ ସ୍କୋୟାର ଫୁଟର ଏକ ତି ତଳ ବିଶିଷ୍ଟ ବିରାଟ ବିଲଡିଂ ପାଇଁ ଅର୍ଥ ଆସିଲା କେଉଁଠୁ ବୋଲି ଚର୍ଚ୍ଚା ଚାଲିଛି । ପୁରୀ ଓ କଟକରେ ମଧ୍ୟ ବିରାଟ ବିରାଟ କୋଠାଥିବା ଜନସାଧାରଣଙ୍କ ଠାରୁ ଶୁଣିବାକୁ ମିଳୁଛି । ବାବୁଙ୍କ ଉପରେ ଭିଜିଲାନ୍ସ କିମ୍ଭା ସିବିଆଇ ଏବଂ ଇନକମ ଟ୍ୟାକ୍ସ ବିଭାଗର ଚଢ଼ାଉ କରିବାକୁ ଦାବି ହେଉଛି ।

Related Posts

About The Author

Add Comment