ବଡଚଣା (ସନ୍ଧାନ ନିୟୁଜ/ଆର୍ତତ୍ରାଣ ସାହୁ) ସମଗ୍ର ବିଶ୍ୱର ହିନ୍ଦୁ ସମ୍ପ୍ରଦାୟର ଭାବନାର କେନ୍ଦ୍ର ତଥା ସାଡେ ଚାରିକୋଟି ଓଡିଆଙ୍କ ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଜଗନ୍ନାଥ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟିକରିଛି । ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟର ସମ୍ଭ ଥାନାରେ ଏତଲା କରାଯାଇଥିବା ବେଳେ ବଡଚଣା ବିଜେପି ମଣ୍ଡଳ ପକ୍ଷରୁ ଆଜି ଥାନାରେ ଏତଲା ଦିଆଯାଇଛି । ରାଜ୍ୟ ବିଜେପି ସଂପାଦିକା ସୀମନ୍ତିନୀ ଜେନାଙ୍କ ନେତୃତ୍ୱରେ ବିଜେପି ରାଜ୍ୟ ପରିଷଦ ସଭ୍ୟ ଉଦୟନାଥ ସାହୁ, ବଡଚଣା ମଣ୍ଡଳ ସଭାପତି ଦେବରଞ୍ଜନ ସ୍ୱାଇଁ, ନାରାୟଣ ସାମଲ, ରମାକାନ୍ତ ଖୁଣ୍ଟିଆ, କିଶୋର ବାରିକ, ବିଜୟ କୁମାର ସାହୁ, ଧନେଶ୍ୱର ସାହୁ, ଦେବବ୍ରତ ସ୍ୱାଇଁ ପ୍ରମୁଖ ବହୁ କାର୍ଯ୍ୟାକତ୍ତା ବଡଚଣା ଥାନାଧିକାରୀ ଶରତଚନ୍ଦ୍ର ପାତ୍ରଙ୍କୁ ଏତଲା ପ୍ରଦାନ କରିଥିଲେ ।




