ସୋନିଆ ଗାନ୍ଧି ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ

Spread the love

ନୂଆଦିଲ୍ଲୀ, ୧୧/୮ (ସନ୍ଧନ ନିଉଜ) : ସୋନିଆ ଗାନ୍ଧିଙ୍କୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ପାଇଁ ମନୋନୀତ କରାଯାଇଛି। କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଶନିବାର ଏହି ନିଷ୍ପତ୍ତି ହୋଇଛି। ଦଳ ପାଇଁ ନୂତନ ଅଧ୍ୟକ୍ଷ ନିଯୁକ୍ତ ହେବାଯାଏଁ ସୋନିଆଙ୍କ ହାତରେ କଂଗ୍ରେସର ଦାୟିତ୍ୱ ରହିବ।

ଜମ୍ମୁ କଶ୍ମୀରକୁ ନେଇ ଓ୍ଵାୟନାଡ ସାଂସଦ ରାହୁଲ ଗାନ୍ଧି ଶନିବାର ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, କଶ୍ମୀରରେ ଅବସ୍ଥା ଅତ୍ୟନ୍ତ ଖରାପ ଅଛି। କଂଗ୍ରେସ ଓ୍ଵାର୍କିଂ କମିଟି ବୈଠକ ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ରାହୁଲ କହିଛନ୍ତି, କଶ୍ମୀରରେ ବଢୁଥିବା ହିଂସାକୁ ନେଇ ମୁଁ ଚିନ୍ତିତ। କଶ୍ମୀର ନେଇ ଚର୍ଚ୍ଚା ପାଇଁ ମୋତେ ଏଠାକୁ ଡକାଯାଇଥିଲା।

କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଇସ୍ତଫା ଦେବା ପରେ ପାର୍ଟିରେ ଏହି ପଦ ଏଯାଏଁ ଖାଲି ରହିଛି। ବହୁ ଉଦ୍ୟମ ପରେ ମଧ୍ୟ କଂଗ୍ରେସ ଏଯାଏଁ ଏହି ପଦ ପୂରଣ କରିପାରି ନାହିଁ।

Related Posts

About The Author

Add Comment