ଗଡମଧୁପୁର ୮/୮ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : ଖୁସୁ ଗ୍ୟାସ ଏଜେନ୍ସି ତରଫରୁ ସ୍ଥାନୀୟ ଗୋକର୍ଣ୍ଣେଶ୍ୱର ପିଠରେ ଉଜ୍ଜ୍ୱଳା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହିନ୍ଦୁସ୍ତାନ ପେଟୋ୍ରଲିୟମ କମ୍ପାନୀର ସ୍ଥାନୀୟ ଖୁସି ଗ୍ୟାସ ଏଜେନ୍ସି ଧର୍ମଶାଳା ଅଂଚଳର ସମସ୍ତ ଉଜ୍ଜ୍ୱଳା ଦିଦି ମାନଙ୍କୁ ଗ୍ୟାସ ବ୍ୟବହାର ସମୟରେ ନିରାପତ୍ତା ପ୍ରତି ଧ୍ୟାନ ଦେବାକୁ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଖୁସି ଗ୍ୟାସ ଏଜେନ୍ସିର ଅଧ୍ୟକ୍ଷ ଦିଲିପ ଜେନା ଅଧ୍ୟକ୍ଷତା କରି ମହିଲା ମାନେ ସିଲିଣ୍ଡର ବ୍ୟବହାର କଳା ସମୟରେ କେଉଁ ସବୁ ଦିଗ ଉପରେ ଧ୍ୟାନ ଦେବା ଉଚିତ ତାହା ଦିଦି ମାନଙ୍କୁ ଶିଖାଇ ଥିଲେ । ବ୍ଲକ ସଂଯୋଜକ ପ୍ରମୋଦ କୁମାର ସାମଲ, ହଏଚ ପି ଗ୍ୟାସ କମ୍ପାନୀର ଧର୍ମଶାଲା ସଂଯୋଯକ ଲିପ୍ସା ପ୍ରିୟଦର୍ଶୀନି ପ୍ରମୁଖ ଯୋଗଦେଇଥିଲେ । ବୈଠକ ପ୍ରରମ୍ଭରେ ପୁର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ପରଲୋକରେ ନିରବ ପ୍ରାର୍ଥନା କରାଯାଇଥିଲା ।
ଖୁସି ଗ୍ୟାସ ତରଫରୁ ଉଜ୍ଜ୍ୱଳା ପ୍ରଶିକ୍ଷଣ ଶିବିର
|
August 8, 2019 |