ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଭଦ୍ରକ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଭଦ୍ରକ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
Manas Kumar Rout |
August 1, 2019 |

ଭଦ୍ରକ,୦୧/୮ (ସନ୍ଧାନ ନିୟୁଜ ) : ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ୬୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭଦ୍ରକ ଜିଲ୍ଲାର ୪ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସଗୌରବେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରି ଏମାନେ ଭଦ୍ରକର ପ୍ରାଚୀନ ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବୀତ କରି ରଖିବେ ବୋଲି ମତବ୍ୟକ୍ତ କରିଛନ୍ତି । ଏକାଡେମୀ ତରଫରୁ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭଦ୍ରକ ନୂଆବଜାର ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ବିଦ୍ୟାମନ୍ଦିରର ୬ଷ୍ଠ ଶ୍ରେଣୀର ଛାତ୍ର ସୂର୍ଯ୍ୟସ୍ନାତ ସ୍ୱାଇଁ ସାହିତ୍ୟ ସମ୍ପର୍କୀତ ସାଧାରଣଜ୍ଞାନ ଓ ଅନୁବାଦ (କନିଷ୍ଠ)ରେ ରାଜ୍ୟରେ ପ୍ରଥମ, ଭଦ୍ରକ ଜିଲ୍ଲା ସ୍କୁଲର ଦଶମ ଶ୍ରେଣୀ ଛାତ୍ର ଆରବ ଆର୍ଯ୍ୟକୁମାର ରାଉତ ପ୍ରବନ୍ଧ ବିଭାଗ (ବରିଷ୍ଠ)ରେ ରାଜ୍ୟରେ ତୃତୀୟ, ଭଦ୍ରକ କାର୍ମେଲ ସ୍ମୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁଶ୍ରୀ କ୍ରିଷ୍ଣା କିରଣ ପଣ୍ଡା ବକ୍ତୃତା ବିଭାଗ (ବରିଷ୍ଠ)ରେ ରାଜ୍ୟରେ ତୃତୀୟ ଏବଂ ରାନ୍ଦିଆ ଡି.ପି.ଏସ୍, ବିଦ୍ୟାପୀଠର ସପ୍ତମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଲିତୁସ୍ମିତା ପ୍ରଧାନ କବିତା ଆବୃତ୍ତି (କନିଷ୍ଠ)ରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ବିଶିଷ୍ଟ ସାହିତ୍ୟିକ ସାତକଡି ହୋତା, ଏକାଡେମୀର ସଭାପତି ଡ. ହରିହର ମିଶ୍ର, ସଚିବ ଡ.ଜୟନ୍ତୀ ରଥ ପ୍ରମୁଖ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ନଗଦ ଅର୍ଥରାଶି ପ୍ରଦାନ କରି ଏହି ଛାତ୍ରଛାତ୍ରୀମାନେ ସମଗ୍ର ରାଜ୍ୟରେ ଭଦ୍ରକ ଜିଲ୍ଲାର ଗୌରବ ବୃଦ୍ଧି କରିଥିବାରୁ ଆନନ୍ଦିତ ହୋଇ ଆଶୀର୍ବାଦ ପ୍ରଦାନ କରିଥିଲେ । ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଆଇ.ଏ.ଏସ. ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଭଦ୍ରକ ଜିଲ୍ଲା ପ୍ରତିନିଧି ଇଂ ଅଭୟ ସୂତାର ଏହି କୃତୀ ଛାତ୍ରଛାତ୍ରୀଙ୍କ ସମ୍ମାନାର୍ଥେ ରବୀନ୍ଦ୍ର ମଣ୍ଡପରେ ସମସ୍ତ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।
Related Posts
About The Author