ସ୍ଥାୟୀ ସମାଧାନ ହେଉନି ଚଣ୍ଡିଖୋଲ ଟ୍ରାଫିକ ସମସ୍ୟା: ଗଡୁଛି ମୁଣ୍ଡ ପରେ ମୁଣ୍ଡ

Spread the love

ଚଣ୍ଡିଖୋଲ,୨୬/୭(ସନ୍ଧାନ ନିୟୁୂଜ/ମାନସ ରାଉତ)- ଯାଜପୁର ଜିଲ୍ଲାର ବ୍ୟସ୍ତ ବହୁଳ ଚଣ୍ଡିଖୋଲ ଛକର ଟ୍ରାଫିକ ସମସ୍ୟା ଉକôଟ ରୂପ ନେବାରେ ଲାଗିଛି । ଯାହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ ।ଏନେଇ ବହୁବାର ସ୍ଥାନୀୟ ଜନସାଧରଣ, ବୁଦ୍ଧିଜୀବୀ, ବ୍ୟବସ୍ଥାୟୀ ସଂଘ, ସମାଜିକ ଅନୁଷ୍ଠାନ,ସ୍ୱେଚ୍ଚାସେବୀ ଅନୁଷ୍ଠାନ ମାନ ଆନେ୍ଦାଳନ କରୁଥିଲେ ସୁଧା ପ୍ରଶାସନ ଏବଂ ଜାତୀୟ ରାଜପଥ କର୍ତ୍ତପକ୍ଷ ଏହାର ଏକ ସୁଦୀର୍ଘ ସ୍ଥାୟୀ ସମାଧାନ କରୁନାହାନ୍ତି । ଫଳରେ ଏଠାରେ ଦୌନିକ ଦୃର୍ଘଟଣା ମାନ ଘଟିବାରେ ଲାଗିଛି । ଏନେଇ ବହୁବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ପ୍ରଶାସନର ଚେତା ପଶୁନାର୍ହି । ଯାହା ଫଳରେ ଏଠାରେ ମୁଣ୍ଡ ପରେ ମୁଣ୍ଡ ଗଡି ଚାଲିଛି । ନିକଟରେ ଟ୍ରାଫିକ ଉପରେ ଜଣଙ୍କ ଉପରେ ଏକ ଟ୍ରକ ମାଡି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ଏହାର ସ୍ଥାୟୀ ସମାଧାନ ନେଇ ଶୁକ୍ରବାର ଆନ୍ତଜାର୍ତିୟ ମାନବ ଅଧିକାର ପରିଷଦର ସଦସ୍ୟମାନେ ଯାଜପୁର ଜିଲ୍ଲା ଏସ.ପି.ଙ୍କୁ ଭେଟ କରି ଏହାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଏକ ଦାବି ପତ୍ର ଦେଇଥିଲେ । ୫୩ନଂ ଜାତୀୟ ରାଜପଥର ଥିବା ଏହି ଚଣ୍ଡିଖୋଲ ଟ୍ରାଫିକ ପଏଂଟ ଦେଇ ପ୍ରତିଦିନ ଶତାଧିକ ଗାଡି ଚଳପ୍ରଚଳ କରିଥାନ୍ତି । ଏହି ଟ୍ରାଫିକ ପଏଂଟ ଦେଇ ଚଣ୍ଡିଖୋଲ କୋର୍ଟ, ଚଣ୍ଡିଖୋଲ କଲେଜ, ତହସିଲ, ବ୍ଳକ ଓ ବିଭିନ୍ନ ବିଦ୍ୟାଲୟକୁ ପ୍ରତିଦିନ ବହୁ ସଂଖ୍ୟାରେ ସାଧାରଣ ଜନସାଧାରଣ ଓ ବିଦ୍ୟାର୍ଥୀ ମାନେ ଯିବା ଆସିବା କରିଥାନ୍ତି । ଟ୍ରାଫିକ ବ୍ୟବସ୍ଥାର ସୁବନେ୍ଦାବସ୍ତ ନଥିବାରୁ ବିଗତ କିଛି ଦିନ ଭିତରେ କିଛି ଲୋକଙ୍କ ପ୍ରାଣହାନି ଘଟିଥିଲା ବେଳେ ପ୍ରତିଦିନ ଛୋଟ ଛୋଟ ଦୁର୍ଘଟଣାମାନ ଘଟି ଚାଲିଛି । ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଦାବୀ ସତ୍ୱେ ଏହି ଟ୍ରାଫିକ ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଯାହାକୁ ନେଇ ଅନ୍ତଜାତୀୟ ମାନବ ଅଧିକାର ପରିଷଦର ରାଜ୍ୟ ସଭାପତି ସସ୍ମିତା ଦାସ, ଯାଜପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ମୋହନ ମହାରଣା ସତ୍ୟବ୍ରତ ଦାସ, ପଦ୍ମନାଭ ବରାଳ, ନାରାୟଣ ବିଶ୍ୱାଳ, କାର୍ତିକ ଚନ୍ଦ୍ର ଗରଡିଆ ପ୍ରମୁଖ ଏସ.ପିଙ୍କୁ ଭେଟି ଏହାର ନିରାକରଣ ବିଷୟରେ ଅବଗତ କରିଥିଲେ । ଯଥାଶୀଘ୍ର ଟ୍ରାଫିକ ପଏଂଟରେ ଇଲୋକ୍ଟ୍ରିନିକ ସିଗନାଲର ବ୍ୟବସ୍ଥା, ଅଭିଜ୍ଞ କର୍ମଚାରୀଙ୍କ ଦ୍ୱାରା ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ଓ ବ୍ୟାରିକାଡର ବ୍ୟବସ୍ଥା କରିବାକୁ ଏସ.ପି.ଚରଣ ସିଂ ମୀନା ପ୍ରତିନିଧି ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

Related Posts

About The Author

Add Comment