ସତୀନଦୀ ବନ୍ୟାଜଳ: ଗୁପ୍ତେଶ୍ଵର ପଞ୍ଚାୟତର ବହୁଗ୍ରାମ ବୁଡିଯିବା ଆଶଙ୍କା
ସତୀନଦୀ ବନ୍ୟାଜଳ: ଗୁପ୍ତେଶ୍ଵର ପଞ୍ଚାୟତର ବହୁଗ୍ରାମ ବୁଡିଯିବା ଆଶଙ୍କା
Manas Kumar Rout |
July 29, 2019 |
![ସତୀନଦୀ ବନ୍ୟାଜଳ: ଗୁପ୍ତେଶ୍ଵର ପଞ୍ଚାୟତର ବହୁଗ୍ରାମ ବୁଡିଯିବା ଆଶଙ୍କା](https://sandhannews.com/wp-content/themes/mts_newsonline/images/nothumb-featuredfull.png)
ବୈପାରିଗୁଡା, ୨୯/୭ (ସନ୍ଧାନ ନିୟୁଜ ) – ଉପର ମୁଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ କୋଲାବ ଜଳ ଭଣ୍ଡାର ଏବଂ ସତୀନଦୀର ବନ୍ୟାଜଳ ନିଷ୍କାସନ ଯୋଗୁଁ ଗୁପ୍ତେଶ୍ଵର ପଞ୍ଚାୟତ ର ବହୁଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ।କୋରାପୁଟ ଜିଲ୍ଲାର ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖିରେ ରଖି ପ୍ରଶାସନ ତରଫରୁ ସତର୍କ ସୂଚନା ଦିଆଯାଇଛି।ବିଶେଷ କରି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ଵର ପଞ୍ଚାୟତ ର ଶିରିବେଡା, କେନ୍ଦୁଗୁଡ଼ା, ଡଂଗ୍ରୀଗୁଡା, ସରିସପଦର,ଘୋଡ଼ାଘାଟ ଏହି ୫ଟି ବନ୍ୟା ପ୍ରଭାବିତ ଗାଁ ଉପରେ ସତର୍କ ଦୃଷ୍ଟି ଦିଆଯିବା ସହ ଜରୁରୀକାଳୀନ ପରିସ୍ଥିତି ପାଇଁ ଶିରିବେଡା ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରହିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି ।ବୈପାରିଗୁଡା ବିଡ଼ିଓ ରଜନୀକାନ୍ତ ଦାସ, ପି ଇ ଓ – ଭୁବନ ଜାନୀ, ଜେ ଇ – ରାମ ମାଝୀ, ଜି ଆର ଏସ – ଅବିନାଶ ପାତ୍ର, ସରପଞ୍ଚ – ବଳରାମ ଖିଲ ପ୍ରମୁଖ ବନ୍ୟା ଅଞ୍ଚଳ ପରିଦର୍ଶନ କରିଥିବା ଜଣାପଡ଼ିଛି ।ଏହି ବିଷୟରେ ବୈପାରିଗୁଡା ବିଡ଼ିଓଙ୍କୁ ପଚାରିବାରୁ ବନ୍ୟା ହେବାର ବେଶି କିଛି ସମ୍ଭାବନା ନାହିଁ ବୋଲି ପ୍ରକାଶ କରିଛନ୍ତି ।ପ୍ରଶାସନ ପକ୍ଷରୁ ସମସ୍ତ ସ୍ଥାନ ମାନଙ୍କରେ ଦମକଳ ବିଭାଗ ନିୟୋଜିତ ହୋଇଥିବା ଜଣାପଡିଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।
Related Posts
About The Author