ବନ୍ୟପ୍ରାଣୀ ଚୋରା ଚାଲାଣ: ଇଣ୍ଟରପୋଲ୍ ଦ୍ୱାରା ୬ ମାସରେ ୬ ଶହ ଗିରଫ
ବନ୍ୟପ୍ରାଣୀ ଚୋରା ଚାଲାଣ: ଇଣ୍ଟରପୋଲ୍ ଦ୍ୱାରା ୬ ମାସରେ ୬ ଶହ ଗିରଫ
Manas Kumar Rout |
July 15, 2019 |

ଲିଓ,୧୫/୭ (ସନ୍ଧାନ ନିୟୁଜ ) ବନ୍ୟପ୍ରାଣୀ ଚୋରା ଚାଲାଣ ବନ୍ଦ କରିବା ପାଇଁ ଅନ୍ତର୍ଜାତୀୟସ୍ତରରେ ଇଣ୍ଟରପୋଲ୍ ଏବଂ ଓ୍ବାଲର୍ଡ କଷ୍ଟମ ଅର୍ଗାନାଇଜେସନ୍ର ମିଳିତ ସହଯୋଗରେ ଅପରେଶନ୍ ଜାରି ରହିଛି। ଏହି ଅପରେଶନ୍ରେ ୧୦୯ଟି ଦେଶ ସାମିଲ୍ ହୋଇଛନ୍ତି। ଚଳିତ ବର୍ଷ ପ୍ରଥମ ୬ ମାସ ମଧ୍ୟରେ ୨ ହଜାରଟି ବନ୍ୟପ୍ରାଣୀ ଚୋରା ଚାଲାଣ ମାମଲା ଦାଏର ହୋଇଛି। ଏହି ମାମଲାରେ ୬ ଶହ ଜଣଙ୍କୁ ଗିରଫ କରାଯାଇଥିବା ଇଣ୍ଟରପୋଲ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଜାନୁୟାରୀରୁ ଜୁନ୍ ମଧ୍ୟରେ ଏହି ଚୋରା ଚାଲାଣ ଘଟଣାଗୁଡ଼ିକ ଘଟିଥିବା କୁହାଯାଉଛି। ଏହି ଅପରେଶନ୍ରେ ୪୪୦ ହାତୀଦାନ୍ତ ଜବତ ହୋଇଥିବାବେଳେ ୪୩ ଶହ ଜୀବିତ ପକ୍ଷୀ, ବିରଳ ପ୍ରଜାତିର ୧୦ ହଜାର କଇଁଛ ଉଦ୍ଧାର କରାଯାଇଛି। କେବଳ ଜୁନ୍ ମାସରେ ୨୩ ଲଙ୍ଗୁର, ୩୦ ସିଂହ, ବାଘ ଓ ଚିତା ଆଦି ବନ୍ୟ ପ୍ରାଣୀଙ୍କୁ ଉଦ୍ଧାର କରାଯାଇଛି। ସେହିପରି ଏକ ଟନ୍ରୁ ଅଧିକ ଓଜନର ପାଙ୍ଗୋଲିନ୍ ହାଡ଼ ଜବତ କରାଯାଇଛି। ଏହା ସହିତ ୭୪ ଟ୍ରକ୍ ଚୋରାକାଠ ଓ ୨୬ ଶହ ବିରଳ ବୃକ୍ଷ ଚାରା ଜବତ ହୋଇଥିବା ଇଣ୍ଟରପୋଲ୍ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ୨୦୧୭ରେ ବନ୍ୟପ୍ରାଣୀ ଚୋରା ଚାଲାଣ ବନ୍ଦ କରିବା ପାଇଁ ଅପରେଶନ୍ ଥଣ୍ଡରବଲ୍ କାର୍ଯ୍ୟକାରୀ ହେଉଥିବାବେଳେ ୨୦୧୮ରେ ଏହାକୁ ଅପରେଶନ୍ ଥଣ୍ଡରଷ୍ଟ୍ରମ୍ ଭାବେ ନାମିତ କରାଯାଇଥିଲା।
Related Posts
About The Author