ଭୁବନେଶ୍ୱର, ୮/୭ (ସନ୍ଧାନ ନିୟୁଜ ) ବିଶ୍ୱକପ ୨୦୧୯ ସେମିଫାଇନାଲ ମ୍ୟାଚ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ସେମିଫାଇନାଲ ଆସନ୍ତାକାଲି, ଜୁଲାଇ ୯ ତାରିଖରେ ହେବ । ଦ୍ୱିତୀୟ ସେମିଫାଇନାଲ ଜୁଲାଇ ୧୧ ତାରିଖରେ ହେବ । ଏମିତି ଏକ ଟିମ ଅଛି ଯିଏ ବିଶ୍ୱକପ କ୍ରିକେଟରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ହାରିନାହିଁ ।
ଭାରତ – ସେମିଫାଇନାଲ ଜିତିଥିବା ଟିମମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛି ଭାରତ । ଭାରତୀୟ ଟିମ ୬ ଥର ସେମିଫାଇନାଲ ଖେଳିଛି ଏବଂ ୩ ଥର ବିଜୟ ହାସଲ କରିଛି ।
ଇଂଲଣ୍ଡ – ସେମିଫାଇନାଲ ଜିତିଥିବା ଟିମମାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଅଛି ଇଂଲଣ୍ଡ । ଇଂଲଣ୍ଡ ବିଶ୍ୱକପ ସେମିଫାଇନାଲ ୫ ଥର ଖେଳିଛି ଏବଂ ୩ ଥର ବିଜୟ ହାସଲ କରିଛି ।
ଅଷ୍ଟ୍ରେଲିଆ – ବିଶ୍ୱକପ ସେମିଫାଇନାଲରେ ଜିତିଥିବା ଟିମମାନଙ୍କ ମଧ୍ୟରେ ପ୍ରଛମ ସ୍ଥାନରେ ଅଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଟିମ ବିଶ୍ୱକପ ସେମିଫାଇନାଲରେ ୭ ଥର ଖେଳିଛି ଏବଂ ୭ ଥର ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆ ଦୁନିଆର ଏକ ମାତ୍ର ଟିମ ଯିଏ ସେମିଫାଇନାଲର ସମସ୍ତ ମୁକାବିଲା ଜିତିଛି