ଗଡମଧୁପୁର, ୭/୭ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) : ବନ ମହୋସôବ ସପ୍ତାହ ଉପଲକ୍ଷେ ଚଣ୍ଡିଖୋଲସ୍ଥିତ ଅଗ୍ରଣି ସ୍ୱେଚ୍ଛାସେବି ସଂଗଠନ ଉଦିୟମାନ ପକ୍ଷରୁ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଧର୍ମଶାଳା ବ୍ଲକ ଅନ୍ତର୍ଗତ କୁରିକଣାସ୍ଥିତ ନେତାଜୀ ନୋଡାଲ ଉ ପ୍ରା ବିଦ୍ୟାଳୟ ଓ ମା ସିନ୍ଦୁରାଇ ଉଚ ବିଦ୍ୟାଳୟ ପରିଷରରେ ବ୍ୟପକ ଫୁଲ,ଫଳ ଓ ଔଷଧିୟ ଚାରା ରୋପଣ କରାଯାଇଥିଲା । ନୋବେଲ ବିଦ୍ୟାଳୟର ପ୍ରଦାନ ଶିକ୍ଷକ ସୁବାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ କୈଳାଶ ଚନ୍ଦ୍ର ରାଉତ ମୁଖ୍ୟବକ୍ତା ଭାବେ ପରିବେଶବିତ ଅନିଲ କୁମାର ଦାସ ସମ୍ମାନିତ ଅତିଥିଭାବରେ ସାାମଜିକ କର୍ମୀ ନରେନ୍ଦ୍ର ସାମଲ ଓ ତପନ କୁମାର ବରାଳ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରିମାନଙ୍କୁ ବନମହୋସôବ ଓ ବୃକ୍ଷ ରୋପଣ ପରିପେକ୍ଷିରେ ସୁଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୁପ୍ରିୟା ବରାଳ, ପ୍ରତିଭାନି ନାୟକ, ରଞ୍ଜୁବାଳା ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପଞ୍ଚାନନ ସାହୁ ଅତିଥି ପରିଚୟ ପ୍ରଧାନ କରିଥିବା ବେଳେ ଶରତ ଚନ୍ଦ୍ର ନାୟକ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ସେହି ପରି ଭାବରେ ମହିଶରା ହିଙ୍ଗୁଳା ବିଦ୍ୟପିଠ ଦୌଲତପୁର ଠାରେ ଅନୁଷ୍ଠାନ ତରଫରୁ ଚାରା ରୋପଣ କରା ଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଜୁଲାଇ ୧ ତାରିଖରୁ ଅକ୍ଟୋବର ମାସ ଶେସ ପର୍ଯ୍ୟନ୍ତ ଚାଲୁରହିବ ନୋଲି ଅନୁଷ୍ଠାନ ପକ୍ଷରୁ ସୁଚନା ଦିଆଯାଇଛି ।
ବନ ମହୋସôବ ଉପଲକ୍ଷେ ଉଦିୟମାନ ପକ୍ଷରୁ ଚାରା ରୋପଣ
|
July 7, 2019 |



