ମେସୋପଟାମିଆର ଦେବାଦେବୀ

Spread the love

ଧର୍ମ ଏକ ଅବେଧ୍ୟ ଶଦ୍ଦ । ଧର୍ମ ଶବ୍ଧଟି ସର୍ବଦା ଦେବାଦେବୀଙ୍କ ସହିତ ଜଡିତ ହୋଇ ରହଅଛି । ଯେଉଁଟି ଧର୍ମ ରହିଛି ସେଠାରେ ଦେବାଦେବୀ ରହିଛନ୍ତି । ସେ ଏକଶ୍ୱର ହେଉଁ ଅବା ଅନେକଶ୍ୱର । କିନ୍ତୁ ପ୍ରାଚୀନତାର ଦେବୀ ଦେବୀ ଥିଲେ ସମ୍ପୁର୍ଣ୍ଣ ଭିନ୍ନ ଏବଂ ଅଭିନ୍ନ । ବୌଦ୍ଧ ଏବଂ ଜୌନ୍ୟଧର୍ମକୁ ମହାପୁରୁଷ ମାନେ ପ୍ରତିଷ୍ଠା କରାଇଥିଲେ । କିନ୍ତୁ ପ୍ରାଚୀନ ସଭ୍ୟାତରେ ଦେବାଦେବୀ ଥିଲେ ହେଲେ ଧର୍ମ ନଥିଲା । ସେମାନେ ଯେ କେଉଁ ଧର୍ମର ତାହା ଆଜିବି ରହସ୍ୟ ଭାବେ ରହିଛି । ମିଶରରେ ର୍ରା’ଙ୍କ ଅନେକ ମନ୍ଦିର ପୂଜାବଧି ପ୍ରଚଳିତଥିଲା । ମାତ୍ର ସମୟରେ ଧିରେଧିରେ ରା ଅସ୍ତଗାମୀ ହୋଇଥିଲା ବେଳେ ଧର୍ମନୀତି ମଧ୍ୟ ଅସ୍ତହୋଇଥିଲା । କିନ୍ତୁ ମେସୋପଟାମିଆର ଦେବାଦେବୀଙ୍କ ମଧ୍ୟରେ କେଉଁଠି ମାଡରୁକ ତ କେଉଁଠି ଅସୁର ବା ବାଲଙ୍କର ପ୍ରାଧାନ୍ୟ ଥିଲା । ମେସୋପଟାମିଆରେ ରାଜାମାନେ ମନ୍ଦିର ନିର୍ମାଣରେ ଇଟା ବୋହୁଥିଲେ । ଦେବାଦବୀଙ୍କ ଉସôବରେ ସମୁଦାୟ ନଗରବାସୀ ଭାଗ ନେଉଥିଲେ । ଭକ୍ତମାନେ ମଧ୍ୟ ଦେବତାଙ୍କ ପାଖରେ ଅଳି କରୁଥିଲେ । ଯେମିତି ଭୂତ ପ୍ରେତ କଥା ମଧ୍ୟ ମେସୋପଟାମିଆର ଲୋକମାନଙ୍କ ମନରେ ବିଶ୍ୱାସ ଥିଲା । ଏମାନେ ଅଶାରୀର ଶକ୍ତି ନାମରେ ଜଣାଶୁଣା ଥିବା ସହିତ ଉପକାରୀ ଶକ୍ତି ଏବଂ ଅପକାରୀ ଶକ୍ତି ଭାବେ ବିବେଚନା ହେଉଥିଲେ । ଲୋକମାନଙ୍କ ବିଶ୍ୱସ ଥିଲା ଏମାନେ ଘରେ ଘରେ କଳି ଝଗଡା ସୃଷ୍ଟି କରୁଥିଲେ ଏମାନଙ୍କୁ ଅପଶକ୍ତି ଡେମନ କୁହାଯାଉଥିଲା । ‘ନେମଟର’ ଥିଲେ ଉପକାରୀ ଡେମନ । ସେହିଭଳି ‘ପା୍ଜୁଜୁ’ ଜଣେ ଉପକାରୀ ଡେମନ ଭାବରେ ଜଣାଶୁଣା ଥିଲେ ସେ ଗର୍ଭବତୀ ନାରୀଙ୍କୁ ସାରକ୍ଷା ପ୍ରଦାନ କରୁଥିଲେ । ସେ ଦାନବୀ ‘ଲାମାସୁଟୁକୁ’ ଘଉଡାନ୍ତି କାରଣ ସେ ଗର୍ଭବତୀ ନାରୀ ଏବଂ ଶିଶୁଙ୍କର ଅନିଷ୍ଟ କରିଥାନ୍ତି । ପାଜୁଜୁ ଚିତି୍ରଥିବା ତାବିଜ ନାରୀ ମାନେ ମସ୍ତକରେ ଧାରଣ କରିଥାନ୍ତି । ଆସିରିଆ ଏବଂ ମେସୋପଟାମିଆରେ ଏଭଳି ତାବିଜ ବହୁଳ ଭାବରେ ବ୍ୟବହୃତ ହୋଉଥିଲା । ପାଜୁଜୁର ମୁହଁ କଦାକାର ଏବଂ ଗୋଡ ଥିଲା ଇଗଲର ପଂଞ୍ଜା ପରି । ତାଙ୍କର ଚାରୋଟି ଡେଣା ଥିଲା । ଦୁଇଟି ହାତ । ସେ ଥିଲେ ଦୃଷ୍ଟ ବାୟୁ ଡେମନଙ୍କ ପୁତ୍ର । ଡେମନ ମାନେ ଥିଲେ ଆକାଶ ଦେବତା ଅନୁଙ୍କ ପୁତ୍ର ଏବଂ କାନ୍ୟା । ଡେମନ ମାନଙ୍କୁ ନିମ୍ନରେ ରଖି ଦେବାଦେବୀ ମାନଙ୍କ ଉପରେ ରଖି ମେସୋପଟାମିଆର ଅଧିବାସୀ ମାନେ ଆରାଧାନ ଆରମ୍ଭ କରିଥିଲେ ।

ଜଳର ଦେବତାଙ୍କ ନାମଥିଲା ଆପସୁ ଯାହାକି ପୃଥିବୀ ତଳେ ଥିବା ମଧୁର ଜଳକୁ କୁହାଯାଉଥିଲା । ଏହି ଦେବତା କମ ବୃଷ୍ଟିପାତ ହେଉଥିବା ଅଂଚଳରେ ଗୁରୁତ୍ୱପୂଣ୍ଣ ଦେବତା ମଧ୍ୟରେ ପରିଗଣିତ ହେଉଥିଲେ । ମେସୋପଟାମିଆର ଆକାଶ, ଜଳ ଓ ବାୟୁ ଦେବତାଙ୍କ ସହିତ ଅନ୍ୟାନ ଦେବାଦେବୀଙ୍କ ସହିତ ପରିଚିତ ହେବା ।

ଆନ, ଆନୁ ବା ଅନୁ :-

ଅନୁ ହେଉଛି ଆକଶ ଦେବତାର ପ୍ରତୀକ । ସେ ହେଉଛନ୍ତି ମହାନ ରାଜା । ତାଙ୍କର କାର୍ଯ୍ୟ ହେଉଛି ପାର୍ଥିବ ଓ ଅପାର୍ଥୀବ ଜଗତକୁ ଶୁଙ୍ଖଳାରେ ରଖିବା । ନ୍ୟାୟ ପ୍ରଦାନ କରିବା । ସେଥିପାଇଁ ମଣିଷଙ୍କ ରାଜା କୁହାଗଲା ଆନିତୁ ବା ଆନୁପଣିଆ । ଆଡାପାଙ୍କ ବିଚାର ଆନୁ କରିଥିଲେ । ଏପରକି ଆନୁ ଏବଂ ଆଡାପାଙ୍କ ନିଦେ୍ର୍ଧଶରେ ହାମୁରାବି ସମାଜରେ ନ୍ୟାୟ ପ୍ରତିଷ୍ଠା କରିବା ପାଇଁ ଦାୟିତ୍ୱ ମୁଣ୍ଡାଇଥିଲେ ଏବଂ ବିଶ୍ୱର ସର୍ବପ୍ରଥମ ଆଇନ ପ୍ରଣେତା ଭାବରେ ଆଇନ ଏବଂ ନିୟମ କାନୁନ ପ୍ରଣୟନ କରିଥିଲେ । ଆନୁ ଆସନ ଦୃଷ୍ଟିରୁ ଗ୍ରୀକ ଦେବରାଜ ଜିଅସଙ୍କ ସହିତ ତୁଳନୀୟ ମାତ୍ର ।
ପରବର୍ତ୍ତୀ ସମୟରେ ସୁମେରର ଧର୍ମ ସଂସ୍କୃତିର ଉତରାଧିକାରୀ ଭାବେ ବେବିଲୋନିୟ ହୋଇଥିଲା । ବେବିଲୋନୀୟ ମାନେ କେତେକ ନୂଆ ଦେବାଦେବୀଙ୍କ ଆବିଷ୍କାର କରିଲେ । ସୁମେରର ଆନ ହେଲେ ଆନୁ ଏବଂ ଏଙ୍କି ହେଲେ ଇଆ, ଏନଲିଲ ହେଲେ ଏଲିଲ୍, ଇନନା ହେଲେ ଇସ୍ତର, ଉଟୁ ହେଲେ ସାମାସ୍, ନାମର ହେଲେ ସିନ୍ । ଅଧିକାଂଶ ସୁମେରୀୟ ମିଥ ବେବିଲୋନୀୟ ଭାଷାରେ ଅନୁଦିତ ହେବା ସମୟରେ ରାଜେନøତିକ ଅସ୍ତିରତା ସମୟରେ ଏପରି ହୋଇ ହୋଇଛି । ଏହା ଭିତରୁ ଆତ୍ମସନ୍ଧାନ ହୋଇଥିଲେ ମାରଡକ ।

ଏଙ୍କି ବା ଇଆ:-

ଏଙ୍କି ହେଉଛି ଆନୁଙ୍କ ପୁତ୍ର । ତାଙ୍କର ମାତା ‘ନାମୁ’ ଜଳ ଓ ସୃଷ୍ଟିର ଦେବୀ । ନାମୁ ଆପୁସରେ ବାସ କରନ୍ତି । ଆପୁସ ହେଉଛି ପୃଥିବୀ ଗର୍ଭରେ ବିସ୍ତଣ୍ଣ ମଧୁର ଜଳଭୂମି । ତାଙ୍କର ପୁତ୍ର ଏଙ୍କି ହେଉଛି ଜଣେ ବିଜ୍ଞ ଦେବତା । ସଙ୍କଟ ସମୟରେ ଦେବତା ମାନେ ତାଙ୍କର ପରାମର୍ଶ ଲୋଢନ୍ତି । ତାଙ୍କର କାମଭାବ ଉଗ୍ର । ସେ ମଦ ପ୍ରତି ଆସକ୍ତ ଏଙ୍କି ଯୁଦ୍ଧ ପ୍ରିୟ ନୁହନ୍ତି ବରଂ ବ୍ୟାଳସ ପ୍ରତି ତାଙ୍କର ଇଚ୍ଛା । ଏଥିପାଇଁ ଅନ୍ୟ ଦେବା ଦେବୀ ତାଙ୍କର ଶତ୍ରୁ । କୌଶଳରେ ଦେବୀ ଇନନା ତାଙ୍କର କିଛି ଶକ୍ତି ହରଣ କରିନେଇଥିଲେ । ଜଳ ଅଭାବରୁ ପୃଥୀବୀ ମରୁଡିଗ୍ରସ୍ତ ହେବାରୁ ଏଙ୍କିକୁ ଦୋଷ ଦିଆଗଲା । ଦୋଷରୁ ରକ୍ଷା ପାଇବା ପାଇଁ ଏଙ୍କି ନଇ, ନାଳ, ଜଳାଶ୍ରୟମାନ ସୃଷ୍ଟି କଲେ । ସନ୍ତସନ୍ତିଆ ସ୍ଥାନରେ ଏଙ୍କି ଏକ ଦେବୀଙ୍କ ସହିତ ମିଳନ ହେଲା ଫଳରେ ଦେବୀ ଜଣଙ୍କ ନଅଦିନ ଗର୍ଭବତୀ ରହି ଏକ କନ୍ୟା ସନ୍ତାନ ଜନ୍ମ ଦେଲେ ଏଙ୍କି କନ୍ୟାକୁ ରମଣ କଲେ ।
ନିନହରସାଗା ଥିଲେ ଏଙ୍କିଙ୍କର ପ୍ରଥମ ସ୍ତ୍ରୀ ପ୍ରେମିକ ବା ସୃଷ୍ଟି ସହଯୋଗୀ । ଦୁହିଁଙ୍କର ମିଳନରୁ ଉଭିଦ୍ଧ ଉପୁଜିଲା ଓ କୃଷି କାର୍ଯ୍ୟ ଆରମ୍ଭ ହୋଇଥିଲା । ପୁରୁଣା ବାଇବେଲରେ ପ୍ରଥମ ପରିଚ୍ଛେଦ ଜେନିସିସ୍ରେ ପ୍ରଥମ କରି ଅବିଭୂତ ପ୍ରାଣୀଙ୍କର ନାମକରଣର ବର୍ଣ୍ଣନା ସହିତ ଏଙ୍କି ନିରହରସାଗାଙ୍କ ମିଳନରୁ ଜାତ ସୃଷ୍ଟି ଆରମ୍ଭର ସୁମେରିୟ ମିଥକଲର ବର୍ଣ୍ଣନା ସହିତ ଏଙ୍କିର ବର୍ଣ୍ଣନା କରାଯାଇଛି । ସୁମେରୀୟ ଭାଷାରେ ନିନହରସାଗର ଅର୍ଥ ନାରୀ ପର୍ବତ ପା ପର୍ବତାଣୀ । ତାଙ୍କୁ ପୃଥିବୀଦେବୀ ଭାବେ ଗ୍ରହଣ କରାଯାଇଛି । ଏଙ୍କି ଥିଲେ ଇରୁଡୁର ଇଷ୍ଟ ଦେବତା । ନିନହରସାଗା ଥଲେ କିସର ଇଷ୍ଟ ଦେବୀ ।

ନିନହରାସାଗା:-

ନିନହରାସାଗା ଜଣେ ମାତୃଦେବୀ । ଏନଲିଲ ମେସୋପଟାମିଆର ପ୍ରବାହିତ ବାୟୁ ବା ପବନ ଦେବତା । ତାଙ୍କୁ ଝଡର ଦେବତା ବୋଲି ମଧ୍ୟ କୁହାଯାଏ । ଜଳ, ଆକାଶ ଏବଂ ପବନ ଦେବତା ଥିଲେ ଗୁରୁତ୍ୱପୂର୍ଣ୍ଣ । ଟାଇଗ୍ରୀସ ଓ ୟୁଫ୍ରେଟିସ୍ର ବନ୍ୟା ଜଳକୁ ପବନ ଶୁଖାଏ । ବାଦଲକୁ କ୍ଷେତ ନିକଟକୁ ନେଇଯାଏ । ପବନ ଶକ୍ତିରେ ପାଲଟଣା ଜାହାଜ ଚାଲେ ।

ଏନଲିଲ:-

ମେସୋପଟାମିଆର ଏନଲିଲକୁ ବାୟୁର ଦେବତା କୁହାଯାଏ । ଜଳ, ଆକାଶ ଏବଂ ପବନ ଦେବତା ଥିଲେ ଗୁରୁତ୍ୱପୂର୍ଣ୍ଣ । ଟାଇଗ୍ରୀସ ଓ ୟୁଫ୍ରେଟିସ୍ର ବନ୍ୟା ଜଳକୁ ପବନ ଶୁଖାଏ । ବାଦଲକୁ କ୍ଷେତ ନିକଟକୁ ନେଇଯାଏ । ପବନ ଶକ୍ତିରେ ପାଲଟଣା ଜାହାଜ ଚାଲେ । ଏନଲିଲ ହେଉଛି ଆନୁଙ୍କ ପ୍ରଶାସକ । ବେଳେ ବେଳେ ଏନଲିଲ ଝଡ ବାତ୍ୟାର ରୁପ ଧରି ଅସୁଥିଲେ । ଅନେକ ସମୟରେ ବାୟୁ ମରୁଭୁମିୀ ଧୂଳିଝଡ ଗରମବାୟୁ ସହିତ ମିଶି ନଗର ମଧ୍ୟରେ ପଶିଯାଉଥିଲା । ଏହାକୁ ମଧ୍ୟ ମେସୋପଟାମିଆର ଲୋକମାନେ ଏକ ଏନଲିଲଙ୍କର ଏକ କାର୍ଯ୍ୟ ବୋଲି ଭାବୁଥିଲେ । ଏହି କାର୍ଯ୍ୟ ଥିଲା ଜନସଂଖ୍ୟାର ବିଷ୍ପୋରଣକୁ ରକ୍ଷା କରିବା । କୁଆଯାଏ ଯେ ନଗର ମାନଙ୍କର ଜନସଂଖ୍ୟା ଏତେ ବଢିଗଲାଯେ ରାତ୍ରିରେ ପାଟିତୁଣ୍ଡ ଯୋଗୁ ଏନଲିଲଙ୍କ ନିଦ୍ରା ଭାଙ୍ଗିଯାଉଥିଲା । ଏହି ଝଗଡା କୁ ନିପାତ କରାଯାଉବୋଲି ଏନଲିଲ ଦେବ ସଭାରେ ଝଡ ସୃଷ୍ଟି କଲେ । ଇଆଙ୍କ ଠାରୁ ଏହି ଖବର ପାଇ ଭକ୍ତ ରାଜା ଇଟନାପିଷ୍ଟମ ଚିନ୍ତିତ ହେଲେ । ଭୟରେ ମଣିଷ ମାନେ ମହାମାରୀ ଦେବତା ନାମଟାରଙ୍କ ପାଖରେ ଭୋଗରାଗ ଚଢାଇଲେ । ଫଳରେ କିଛିଦିନ ପାଇଁ ଗଣ୍ଡୋଗୋଳ କମିଗଲା । ଯେତେବେଳ ପୁଣି ଗଣ୍ଡୋଗୋଳ ଆରମ୍ଭ ହେଲେ ଏନଲିଲ ମହାମାରୀ ମରୁଡି ପଠାଇଲେ । ଫଳରେ ଅନେକ ଲୋକ ଖାଦ୍ୟ ଅଭାବରେ ପ୍ରାଣ ଚାଲିଗଲା । ଏହା ଦେଖି ଇଆ(ଏଙ୍କି) ନଦୀ ନାଳରୁ ପ୍ରଚରୁ ମାଛ ପଠାଇଲେ ଫଳରେ ଅନେକ ଜୀବନ ରକ୍ଷା ପାଇପାରିଥିଲା । ଏହି ଏନଲିଲ ଥିଲେ ନିପୁର ନଗରର ଇଷ୍ଟ ଦେବତା ।

ଇନାନ ବା ଇସ୍ତର:-

ଇନନା ବା ଇସ୍ତର ହେଉଛନ୍ତି ମେସୋପଟାମିଆ ସଭ୍ୟାତାର ମାତୃଦେବୀ । ଦେବୀଙ୍କର ପ୍ରାଚୀନ ନାମ ଇନାନା । ମେସୋପଟାମିଆର ସନ୍ତସନ୍ତିଆ ଦୁଇ ନଦୀକୂଳରେ ଲମ୍ବା ତୃଣଗଛ ଥିଲା । ଇସ୍ତର ଉର୍ବରତାର ଦେବୀ ଭାବରେ ମେସୋପଟାମିଆରେ ପ୍ରସିଦ୍ଧ ଥିଲେ । ପକୃତି ପୃଷ୍ଟଭୂମିରେ ମାତୃଦେବୀ ମାନଙ୍କ ପ୍ରାଧାନ୍ୟ ରହିଆସିଛି । ସୁମେରୀୟ ମାନେ ଇନାନା ଭାବେ ମାତୃଦେବୀଙ୍କ ପୂଜା କରୁଥିବା ବେଳେ ଆମୋରାଇଟ ଏବଂ ଆସିରୀୟ ମାନେ ମାତୃଦେବୀଙ୍କୁ ଇସ୍ତର ଭାବେ ପୂଜା କରିଲେ । ସେହିପରି ମିଶରରେ ଇସିସ୍ ଓ ହାଥୋର, ଗ୍ରିସୀରେ ଡିମିଟର, ଭାରତବର୍ଷରେ ଦୃର୍ଗା ନାମରେ ପୂଜା ପାଉଛନ୍ତି । କିନ୍ତୁ ଐତିହାସିକା ମାନେ ଇସିସ୍ ଏବଂ ଇସ୍ତରଙ୍କ ମଧ୍ୟରେ ସମାଞ୍ଜ୍ୟସ ରହିଥିବା କହିଛନ୍ତି । ସୁମରରେ ଦେବାଦେବୀଙ୍କ ମଧ୍ୟରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ରୀତି ଥିଲା । ଖୀଷ୍ଟପୂର୍ବ ୩ଶହ ବେଳକୁ ଶେଷ ସମୟରେ ସୁମେରର ଇସନ ନଗରର ରାଜା ଇନାନାଙ୍କୁ ବିବାହ କରୁଥିଲେ । ରାଜା ଥିଲେ ଉଭିଦ୍ଧ ଜୀବନର ଦେବତା ଏବଂ ଦେବତା ଟାମୁଜାଙ୍କ ପ୍ରତିନିଧି । ଇସ୍ତର ଉଭିଜ ଜୀବନ , ଜମି ଉର୍ବରତାର ଦାତ୍ରୀ ହେବା ସହିତ ପୁରୁଷକୁ ବୀର୍ଯ୍ୟବାନ ଓ ଉପାôଦନକ୍ଷମ କରୁଥିଲେ । ଇନାନା ଥିଲେ ଏକଧାରାରେ ଯୁଦ୍ଧ, ପ୍ରେମ ଏବଂ ଉର୍ବରତାର ଦେବୀ ।
ଇନାନଙ୍କ ସାଥୀ ସିଂହ । ଅନେକ ମୂର୍ତିରେ ସେ ସିଂହ ଉପରେ ଦଣ୍ଡାୟମାନ ହୋଇଥିବାର ଦେଖାଯାଇଛି । ଦେବୀ ଇନାନାଙ୍କ ଉପରେ ମେସେପଟାମିଆରେ ସୁନ୍ଦର ପୌରାଣିକ କାହାଣୀ ପ୍ରଚଳିତ ଅଛି ।

ସୁର୍ଯ୍ୟଦେବ ସାମାସ୍:-

ସୁମେରରେ ସାମାସଙ୍କ ନାମଥିଲା ଉଟୁ । ସୁର୍ଯ୍ୟଦେବଙ୍କୁ ସୁମାରେ ବିଶେଷତଃ ଲାର୍ସା ଓ ସିପାରା ନଗରରେ ଅଧିକ ସମ୍ମାନ ମିଳୁଥିଲା । ସୁର୍ଯ୍ୟ ଅନ୍ଧକାରରେ ଶତ୍ରୁ । ଅନ୍ଧାର ସହିତ ଜଡିତ ସବୁ ମନ୍ଦଶକ୍ତିଙ୍କୁ ସେ ହଠାନ୍ତି । ତାଙ୍କର ଡେଣା ବ୍ୟାଧିଙ୍କୁ ଘଉଡାଏ । ଅତ୍ୟଚାରିତାଙ୍କୁ ସେ ନ୍ୟାୟ ପ୍ରଦାନ କରନ୍ତି । ଆକାଶର ଦିଗବଳୟରୁ ଦିଗବଳୟ ଯାଏ ତାଙ୍କର ଯାତ୍ରା । ମିଶରୀୟଙ୍କ ପରି ମେସୋପଟାମିୟ ମାନେ ବିଶ୍ୱାସ କରୁଥିଲେଯେ ରାତିରେ ପାତାଳପୁରୀରେ ତାଙ୍କର ଯାତ୍ରାର ବିରାମ ଲାଗିଥାଏ । ତେଣୁ କୌଣସି ପାପ, ଦିର୍ନିତି ତାଙ୍କ ନିକଟରେ ଗୋପନ ରହିପାରେନା । ଏହି କାରଣରୁ ସାମାସ ନ୍ୟାୟର ଦେବତା ଅଟନ୍ତି । ଦୀନଦୁଖୀଙ୍କ ପ୍ରତି ତାଙ୍କର ଅଧିକ ଦୃଷ୍ଟି ଥାଏ । ଏକଥା ହାମୁରାବି ମୁଖବନ୍ଧରେ କୁହାଯାଇଛି ।

ଚନ୍ଦ୍ରଦେବ ସିନ୍ ବା ନାନ୍ଆ:-

ସୁମେରରେ ଚନ୍ଦ୍ରଦେବଙ୍କ ପ୍ରାଧାନ୍ୟ ରହିଥିଲା । ଉର ନଗର ସିନ୍ଙ୍କର ମୁଖ୍ୟ ପୀଠ । ଚନ୍ଦ୍ରଙ୍କର ଏତେ ଗୁରୁତ୍ୱର କାରଣ ପ୍ରାକ୍ ଖୀଷ୍ଟ ଯୁଗରେ ଚନ୍ଦ୍ରକଳା ଥିଲା ସମୟର ମାପକାଠି । ସମୟ ମାପିବା ଦିଗରେ ଚନ୍ଦ୍ର କାର୍ଯ୍ୟ କରୁଥିବାରୁ ତାଙ୍କର ଗୁରୁତ୍ୱ ରହିଥିଲା । ଗଲଫ ଇଲାକାରେ ଲୋକେ ଚନ୍ଦ୍ରମାସର ହିସାବ ରଖୁଥିଲେ । ମେସୋପଟାମିଆର ଦକ୍ଷୀଣୀ ନଗର ଉର୍ ବ୍ୟାତୀତ ଉତ୍ତର ହାରାନା ଥିଲା ଏକ ମୁଖ୍ୟ ଚନ୍ଦ୍ରପୀଠ । ହାରାନାରୁ କାରାଭାନ୍ (ମରୁଭୂମି ଯା୍ରାଦଳ) ଶଦ୍ଧଟି ସୃଷ୍ଟି ହୋଇଛି ।

ମାରଡକ୍ :-

ମାରଡକ୍ ନୂଆ ଯୁଗର ଦେବତା । ପ୍ରଚୀନ ଦେବାଦେବୀଙ୍କ ନୂଆ ନାମକରଣ କରାଯାଇ ମାରଡକଙ୍କୁ ଦେବରାଜ ଆସନ ଦିଆଯାଇ ବେବିଲୋନୀୟ ପୁରୁଣା ସୃଷ୍ଟି କରାଗଲା । ନବବର୍ଷ ଉସôବ ମାରଡକଙ୍କ ମନ୍ଦିରରେ ପାଳନ କରାଯାଉଥିଲା । ଇଆ ପୃଥୀବି ଅଭ୍ୟାନ୍ତରରେ ମଧୁର ଜଳସମୁଦ୍ରରେ ଆପୁସଙ୍କ ସହିତ ବାସ କରୁଥିଲେ । ଯାଦୁ ବଳରେ ଆପୁସଙ୍କ ନିଦ୍ରାରେ ଶୋଇ ଦେବାପରେ ଡାମକିନ ନାମକ ଜଳଦେବତାଙ୍କୁ ବାହା ହୋଇପଡିଲେ । ତାଙ୍କର ପୁତ୍ର ଭାବରେ ଜନ୍ମହେଲେ ମହାବଳୀ ମାରଡକ୍ । ଆପୁଙ୍କ ସ୍ତ୍ରୀ ଟିଆମତ । ଟିଆମତଙ୍କ ପାଖରେ ସବୁ ମନ୍ଦ ରହିଥିଲେ । ସେ ମାରଡକଙ୍କୁ ସହି ପାରିଲେ ନାହିଁ ତେଣୁ ସବୁ ଦେବତାଙ୍କ ଏକାଠି କରି ତାଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା । ମାରଡକ୍ ଟିଆମତଙ୍କୁ ବଦ୍ଧ କଲେ । ଏହି ବଜୟ ପରେ ଦେବତା ମାନେ ମାରଡକଙ୍କ ପାଇଁ ଏକ ମନ୍ଦର ନିର୍ମାଣ କଲେ । ସୃଷ୍ଟି ପୁରାଣ କହେ ପରେ ଏହି ସ୍ଥାନ ବେବିଲୋନୀୟ ହୋଇଛି ।

ଏଲ୍ ଓ ବାଲ:-

ଉଗାରିଟ ବା ରାସ୍ ସାମ୍ରଜ୍ୟର ସୃଷ୍ଟିର ଦେବତା ହେଉଛନ୍ତି ଏଲ୍ । ବାଲ ତାଙ୍କର ପୁଅ । ବାଲ ଝଡର ଦେବତା । ବାଲର ଅର୍ଥ ପ୍ରଭୃ ବା ଲର୍ଡ । ସୁମେରର ଆନୁଙ୍କ ସହିତ ତାଙ୍କର ସାମଞ୍ଜସ୍ୟ ରହିଛି । ଉଗାରିଟ୍ ସାମ୍ରଜ୍ୟ ସିରିୟାରେ ଭୁମଧ୍ୟସାଗର କୂଳରେ ଏକ ପ୍ରସିଦ୍ଧ ନଗର ଥିଲା । ବାଲଙ୍କ କିଛି ପ୍ରଭାବ ମେସୋପଟାମିଆ ଉପରେ ରହିଥିôଲା । ୧୧ଶହ ଖୀଷ୍ଟପୂର୍ବ ବେଳକୁ ରାଜ୍ୟରେ ଜମି ଚହ୍ନଟକାରୀଙ୍କ ଖମ୍ବରେ ବାଲଙ୍କ ମୁତ୍ତି ହୋଇଥିଲା । ଏଥିରୁ କିଛି ମୂତ୍ତି ଆସିରିଆରୁ ମିଳିଛି । ବଜ୍ର ଏବଂ ବିଦୁ୍ୟତ ବାଲଙ୍କ ହାତରେ ଥାଏ । ଏହି ଦୃଷ୍ଟିରୁ ସେ ବର୍ଷ ଏବଂ ବୃଷ୍ଟିର ଦେବତା । ବାଲ ଛଅ ମାସ ପାତାଳ ଏବଂ ଛଅ ମାସ ପୃଥିବୀରେ ରହନ୍ତି । ତାଙ୍କ ଭଉଣୀଙ୍କ ନାମ ଆନାଟ୍ । ଇସ୍ତରଙ୍କ ସହିତ ସାମଞ୍ଜସ୍ୟ ରହିଛି । ବାଲଙ୍କୁ ମୁତ୍ୟୁ ଲୋକକୁ ଟାଣି ଆଣିଥିବାରୁ ସେ ମୃତୁ୍ୟ ଦେବତା ମଟ୍ଙ୍କ ସହିତ ସଂଗ୍ରାମ କରିଥିଲେ । ଯୁଦ୍ଧରେ ସେ ମଧ୍ୟ ପୁରା କୁଶଳୀ । ଏପରକି ବାଲ ଥିଲେ ମଧ୍ୟ ଜଣେ ଯୁଦ୍ଧ ଦେବତା । ସିରିୟା ଓ ପାଲେଷ୍ଟାଇନ ବାଲ ହାଡଡ ନାମରେ ପରିଚିତି । ଆସିରିଆରେ ତାଙ୍କ ନାମଥିଲା ହାଡାଡ ବାଲ୍ । କମନୀୟ ଭାଷାରେ ହାଡାଡର ଅର୍ଥ ବଜ୍ରନାଦକ । ବାଲ ବୃଷଭ ଓ ଆନାଟ ଗାଭୀ ରୁପରେ ରମଣ କରନ୍ତି ।

ଜୀବନ ବୃକ୍ଷ:-

ଏହି ଜୀବନ ବୃକ୍ଷ ତତ୍ୱଟି କାନାନ ଭୁମିରୁ ମେସୋପଟାମିଆ ଅସିଥିଲା । ଉରନାମରୁ ଏକ ଫଳକ ମିଳିଛି ଯେଉଁଥିରେ ରାଜା ଜୀବନ ବୃକ୍ଷ ମୂଳରେ ପାଣି ଢାଳୁଛନ୍ତି । ଖୀଷ୍ଟପୂର୍ବ ୩୦୦୦ ବେଳର ଏହି ଶିଳାଫଳକଟି । ଏଥିରେ ରାଜା ଦୁଇଟି ମେଷ ଶାବକକୁ ଜୀବନବୃକ୍ଷ ଡାଳ ଖୁଆଉଛନ୍ତି । ଇସ୍ତରଦେବୀଙ୍କ ସଙ୍କେତ ମଧ୍ୟ ଏଥିରେ ଅଛି । ରାଜା ଜୀବନବୃକ୍ଷର ପାଳକ । ଜୀବନବୃକ୍ଷରୁ ଖାଦ୍ୟା ନେଇ ମାନବ ଓ ପଶୁଙ୍କ ଜତ୍ନ ନିଅନ୍ତି । ରାଜା ସମସ୍ତଙ୍କ ରକ୍ଷକ ହୋଇଥିବାରୁ ଜୀବନବୃକ୍ଷ ମୂଳରେ ଜଳ ଢାଳନ୍ତି । ଫୋନସିଆ ଓ ବାଇବେଲ ଭୂମି କାନାନାରେ ଜୀବନବୃକ୍ଷ ପରିକଳ୍ପନା ପହଂଚିଥିଲା । ଫୋନସୀୟ ଶିଳ୍ପୀମାନେ ଜୀବନବୃକ୍ଷକୁ ସେମାନଙ୍କ ନିଜସ୍ୱ ଅନୁସାରେ ପରିବେଷଣ କଲେ । ଫୋନିସିଆର ହାତୀଦାନ୍ତ କାମରେ ଜୀବନବୃକ୍ଷ ନୂଅ ରୂପ ପାଇଛି । ଆସିରିଆ ରାଜ୍ୟର ରାଜପ୍ରସାଦରେ ହାତୀଦାନ୍ତର ଖୋଦେଇ ମୁର୍ତ୍ତିମାନ ଲାଗିଛି । ଏହି ସବୁ ମୁର୍ତ୍ତି ଗୁଡକରେ ଜୀବନବୃକ୍ଷ ଭିନ୍ନ ଭିନ୍ନ ଶୈଳୀରେ ଫୁଟିଛି । ମିଶର ପ୍ରଭାବରେ ପଦ୍ମଫୁଲ ଜୀବନବୃକ୍ଷର ପ୍ରତୀକ ଭାବେ ଉଭା ହୋଇଛି । ଜୀବନବୃକ୍ଷକୁ କେଉଁଟି କେଉଠି ମେଣ୍ଡା ମୁଣ୍ଡିଆ ସ୍ପିଙ୍କସ ଜଗିଥିବାର ହାତୀଦାନ୍ତର କାରୁକାର୍ଯ୍ୟ ମିଳିଛି । ଏହା ପୁରାତନ ବାଇବେଲର ଏକ ପରାମ୍ପରା ।

ଜୋରାଷ୍ଟର ବା ଜାରାଥୁଷ୍ଟ୍ରା:-

ପାରସ୍ୟରେ ତାଙ୍କ ନାମଥିଲା ଜାରାଥୁଷ୍ଟା୍ର । ଗ୍ରୀକ୍ ମାନେ ଏହି ଧାର୍ମିକ ପୁରୁଷଙ୍କ ନାମଦେଲେ ଜୋରାଷ୍ଟର । ବୋଧହୁଏ ପାଚୀନ ସମୟରେ ସେ ଜଣେ ବିଖ୍ୟାତ ଧର୍ମଗୁରୁ । ପାର୍ଶୀଭାଷାରେ ପୂଜକ ପାଇ ଜାଓଟାର ଶଦ୍ଧ ଥିଲା । ସେ ଖୀଷ୍ଟପୁର୍ବ ୬ଶହ ବେଳର ମଣିଷ । ବୋଧହୁଏ ମିଶରରେ ପ୍ରଚଳିତ ସମସାମୟିକ ଧର୍ମ ଚଳଣୀରେ ମିଶିଥିବା ବହୁ ଦେବତା, ଗୁଣିଗାରେଣୀ, ପଶୁବଳୀ, ହଠାଇବା ପାଇଁ ନୈତିକସ୍ତରରେ ଇଶ୍ୱର ଉପାସନାକୁ ପ୍ରତିଷ୍ଠା କରିବାକୁ ଉଦ୍ୟମ କରିଥିଲେ । ତାଙ୍କର ଧର୍ମସଂସ୍କାର ଫଳରେ ଅନେକ ଅନ୍ଧବିଶ୍ୱାସ ହଠିପାରିଥିଲା । ତାଙ୍କର ମତରେ ଜଗତକୁ ଦୁଇଟି ଶକ୍ତି ଚଳାଉଛନ୍ତି । ଗୋଟିଏ ହେଉଛି ଆଲୋକରଉସô ମଙ୍ଗଳମୟ ଆହୁରାମାଜଡା ଏବଂ ଅନ୍ୟଟି ଅନ୍ଧକାର ଦୃଷ୍ଟ ଶକ୍ତି ଆରହିମାନ୍ । ତାଙ୍କର ଶିକ୍ଷାକୁ ଗ୍ରହଣ କରି ତାଙ୍କର ଶିଷ୍ୟ ମାନେ ଏକ ଧର୍ମଗ୍ରନ୍ଥ ଆଭେସ୍ତା ନାମରେ ପରିଚିତ ହେଲା । ପରେ ଏହାର ବାଖ୍ୟା ସହିତ ଏହାକୁ ଜେନ୍ଦ ଆଭେସ୍ତା ନାମରେ ପ୍ରସିଦ୍ଧ ଲାଭକରିପାରିଲା ।

ମିଥ୍ରାସ୍ ବା ମିତ୍ର:-

ଜାରାଥୁଷ୍ଟ୍ରା ଧର୍ମରୁ ମୁଣ୍ଡଟେକିଲା ମିଥ୍ରାସବାଦ । ମନ୍ଦ ବିରୁଦ୍ଦରେ ଯୁଦ୍ଧରେ ମିଥ୍ରାସ୍ ଥିଲେ ମାଜଡାଙ୍କ ସେନାପତି । ଜାରାଥୁଷ୍ଟ୍ରା ଧର୍ମରେ ମିଥ୍ରାସ୍ ଥିଲେ ଗୌଣଦେବତା । କୁହାଯାଏ ମିଥ୍ରାସ ପୃଥୀବୀରେ ଜନ୍ମଗ୍ରହଣ କରିଥିଲେ । ସୁର୍ଯ୍ୟଙ୍କ ବାର ରବିବାର ସବୁଠାରୁ ପବିତ୍ର ଦିବସରେ ବୋଲି ସେ ଦର୍ଶାଇଥିଲେ । ଇରାନରେ ଡିସେମ୍ବର ୨୫ସୁର୍ଯ୍ୟଙ୍କ ଜନ୍ମଦିନ । ମିଥ୍ରାସ ଧର୍ମରେ ଏହା ଏକ ପବିତ୍ର ଦିବସ । ପରବତର୍୍ୀ ସମୟରେ ଏହା ଯୀଶୁଙ୍କର ଜନ୍ମଦିନ ଭାବରେ ଜଣାଯାଇଛି ।
ଇରାନୀୟ ହିଟ୍ଟି ଜାତି ଖୀ.ର୍ପୂ ୧୩୫୦ ବେଳକୁ ବେଦର ତ୍ରିମୂତ୍ତି ଇନ୍ଦ୍ର, ମିତ୍ର ବରୁଣ ନାମୋଲ୍ଲେଖ ରହିଛି । ମିଥ୍ରା ସତ୍ୟ ଓ ଶପଥର ଦେବତା । ସେ ମୃତଙ୍କ ବିଚାରକ । ଏହିଭଳି ଭାବରେ ମେସୋପଟାମିୟରେ ବିଭିନ୍ନ ଦେବାଦେବୀ ସୃଷ୍ଟି ହେବା ସହତ ସେମାନଙ୍କ କାର୍ଯ୍ୟଧାରା ଅନୁସାରେ ନାମକରଣ ମଧ୍ୟ କରାଯାଇଥିଲା । ଏପରକି ଖୀଷ୍ଟଧର୍ମର ସହିତ ଜୋରାଷ୍ଟି୍ରଆନ ଧର୍ମର ସୃଷ୍ଟି ହୋଇଥିଲା । ଯେଉଁମାନେ ସୃଷ୍ଟିରେ କାର୍ଯ୍ୟ କରିଚାଲିଲେ ତାଙ୍କୁ ମାନବ ମାନେ ଦେବତା ରୁପରେ ସଜାଇଥିଲେ ଯାହାକି ସେମାନଙ୍କୁ ଦେବତା ଭାବରେ ବଂଚାଇ ରଖିଗଲା ସବୁଦିନ ପାଇଁ ।

Article  By Manas Kumar Rout

Research Scholar Ravenshaw Unversity Dept of History Cuttack

Related Posts

About The Author

Add Comment