ଭୁବନେଶ୍ୱର, ୨୭/୫ (ସନ୍ଧାନ ନିୟୁଜ) ଥାଏରଏଡ଼ ଏକ ବଡ଼ ସମସ୍ୟା ପାଲଟିଲାଣି । ୩୧ରୁ ୪୫ବର୍ଷ ଆୟୁବର୍ଗର ବ୍ୟକ୍ତିମାନେ ଥାଏରଏଡ଼ ସମସ୍ୟାରେ ଅଧିକ ଆକ୍ରାନ୍ତ ହେଉଛନ୍ତି ।
ଏକ ରିସର୍ଚ୍ଚ ରିପୋର୍ଟ ଅନୁସାରେ ଦୁନିଆର ପ୍ରାୟ ୨୦କୋଟି ଲୋକ ଥାଏରଏଡ଼ ରୋଗରେ ପୀଡ଼ିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ଅଧିକ ରହିଛି । ଉତ୍ତର ଭାରତରେ ସବୁଠାରୁ ଅଧକି ଥାଏରଏଡ଼ ପୀଡ଼ିତ ରହିଛନ୍ତି । ଥାଏରଏଡ଼ ଡ଼ିସଅର୍ଡ଼ରର ପ୍ରଭାବ ଥାଏରଏଡ଼ ଗ୍ରନ୍ଥି ୁପରେ ପଡ଼ିଥାଏ । ଥାଏରଏଡ଼ ଗ୍ରନ୍ଥିରେ ସଂଗୃହିତ ଥିବା ହରମୋନ ଶରୀରର ବିଭିନ୍ନ ସ୍ଥାନକୁ ଯାଇଥାଏ । ଏହି ହରମୋନ ଶରୀରରେ ମେଟାବୋଲିକ ରେଟ ,ମସ୍ତିଷ୍କ ବିକାଶ ,ମାଂସପେଶୀୟ ନିୟନ୍ତ୍ରଣ ଆଦି କରିଥାଏ । ପୁରୁଷଙ୍କ ତୁଳନାରେ ମହିଳାଙ୍କ ଶରୀରରେ ଅଧିକ ହରମୋନ ଅସନ୍ତୁଳନତା ଯୋଗୁଁ ଥାଇରଏଡ଼ ଅଧିକ ହୋଇଥାଏ ।
ଥାଏରଏଡ଼କୁ କମାଇବା ପାଇଁ ଖାଦ୍ୟ :
ସବୁଜ ପରିବା : ନିଜ ଦୈନନ୍ଦିନ ଜୀବନରେ ସବୁଜ ପରିବା ସାମିଲ କରନ୍ତୁ । କାରଣ ଏଥିରେ ମ୍ୟାଗ୍ନେସିୟମ, ମିନେରାଲସ ଭରି ରହିଥାଏ ।
ବାଦାମ ଓ କିଛି ମଞ୍ଜି : ବାଦାମ ,ବଇତାଳୁ ମଞ୍ଜି ଖାଆନ୍ତୁ । ଏଥିରେ ଆଇରନ ଓ ସିଲିନିୟମ ଆଦି ରହିଥାଏ । ଯାହା ଥାଏରଏଡ଼ ସମସ୍ୟାରୁ ମୁକ୍ତି ଦେଇଥାଏ ।
ସାମୁଦ୍ରିକ ଖାଦ୍ୟ : ସାମୁଦ୍ରିକ ଖାଦ୍ୟ ଖାଆନ୍ତୁ । ମାଛ, ଚିଙ୍ଗୁଡ଼ି ଏସବୁ ଆୟୋଡ଼ିନର ପ୍ରମୁଖ ସ୍ରୋତ । ଏହାକୁ ଖାଇବା ଦ୍ୱାରା ଥାଏରଏଡ଼ରୁ ରକ୍ଷା ପାଇବେ ।
ଲୁଣ ଓ ଅଣ୍ଡା : ଖାଦ୍ୟରେ ଅଳ୍ପ ଲୁଣ ଅଧିକ ଖାଆନ୍ତୁ । ଅଣ୍ଡା ମଧ୍ୟ ଖାଆନ୍ତୁ । ଯାହା ଥାଏରଏଡ଼ ସମସ୍ୟାରୁ ମୁକ୍ତି ଦେଇଥାଏ ।