ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ୫ଜଣ ସହ ଘରୋଇ ସହାୟିକାଙ୍କର ମୃତ୍ୟୁ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ୫ଜଣ ସହ ଘରୋଇ ସହାୟିକାଙ୍କର ମୃତ୍ୟୁ
Manas Kumar Rout |
May 22, 2019 |

ଭୁବନେଶ୍ୱର,୨୨/୫ (ସନ୍ଧାନ ନିୟୁଜ) କାଳାହାଣ୍ଡି ଜିଲ୍ଲା ଜାରିଙ୍ଗ ଜଙ୍ଗଲ ନିକଟରେ ଗାଡି ଚଳାଇବାରେ ଭୁଲ ପାଇଁ ଆଜି ପ୍ରାପ୍ତ ସମୟରେ ଗୋଟିଏ ପରିବାରର ୫ଜଣ ଏବଂ ତାଙ୍କ ସହ ଗାଡିରେ ବସିଥିବା ତାଙ୍କ ଘରୋଇ ସହାୟିକା ଙ୍କର ମୃତ୍ୟୁ ହୋଇଥିବା ଏକ ଦୁଃଖଦ ଘଟଣା ଘଟିଥିବା ଦେଖିବାକୁ ମିଳିଛି ଓ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୁଚନା ମିଳିଛି । ମୃତକମାନେ ହେଲେ ସ୍ଥାନୀୟ ଖୁର୍ସେଲଗୁଡ଼ାର ଜଣାଶୁଣା ପ୍ରବଚକ ଆଶୁତୋଷ ବେହେରା, ତାଙ୍କ ଭାଇ ଜଗନ୍ନାଥ ବେହେରା, ପୁଅ ବିକି, ଦୁଇ ନାତୁଣୀ ଏବଂ ତାଙ୍କ ଘରୋଇ ସହାୟିକା। ଘଟଣାରୁ ପ୍ରକାଶ ଆଶୁତୋଷ ଏବଂ ତାଙ୍କ ପରିବାର ଲୋକେ ଚିକିତ୍ସା ପାଇଁ ବିଶାଖାପାଟଣା ଯାଇଥିବା ବେଳେ ଗତ କାଲି ରାତିରେ ଫେରୁଥିଲେ। ରାତି ଅଢ଼େଇଟା ବେଳେ କେସିଙ୍ଗା ଷ୍ଟେସନରେ ପହଞ୍ଚିବା ପରେ ସେମାନେ ନିଜ କାରରେ ଘରକୁ ଫେରୁଥିଲେ। ଆଶୁତୋଷ ନିଜେ କାର୍ ଚଳାଉଥିବା ବେଳେ ସେଥିରେ ତାଙ୍କ ଭାଇ, ପୁଅ, ବୋହୂ, ଘରୋଇ ସହାୟିକା ଓ ୨ ନାତୁଣୀ ବସିଥିଲେ। ତେବେ ଭୋର ପ୍ରାୟ ଚାରିଟା ବେଳେ ଜାରିଙ୍ଗ ଜଙ୍ଗଲ ନିକଟରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା।ଘଟଣାସ୍ଥଳରେ ଆଶୁତୋଷ ଏବଂ ଭାଇ ଜଗନ୍ନାଥଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ବାକି ସମସ୍ତଙ୍କୁ ଭବାନୀପାଟଣା ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ବିକି, ଘରୋଇ ସହାୟିକା ଏବଂ ଦୁଇ ନାତୁଣୀଙ୍କର ମୃତ୍ୟୁ ହୋଇଥିଲା।

Related Posts
About The Author