ମନ୍ଦିର ପରିସର ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ
ମନ୍ଦିର ପରିସର ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ
Manas Kumar Rout |
May 15, 2019 |
ନୟାଗଡ଼,୧୫/୫ (ସନ୍ଧାନ ନିୟୁଜ) ନୂଆଗାଁ ଥାନା କୋରଡା ତ୍ରିନାଥ ମନ୍ଦିର ପରିସର ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ।ପଥରରେ ଛେଚି ହତ୍ୟା ସନ୍ଦେହ ।ମୃତକ ଜଣକ କୋରଡା ଗାଁ ର ଜିତୁ ନାୟକ ବୋଲି ଜଣା ପଡ଼ିଛି ।ଖୋର୍ଦ୍ଧା -ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ କଡରେ କୋରଡା ତ୍ରିନାଥ ମନ୍ଦିର ପରିସର ରେ ମୃତ ଦେହ,ଏବଂ ରକ୍ତ ଲାଗିଥିବା ଏକ ମୂନିଆ ପଥର ପଡିଥିବା ଦେଖିବାକୁ ମିଳିଥିଲା ।କେହି ତାଙ୍କୁ ଉକ୍ତ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ ସୃଷ୍ଟି ହେଉଛି । ମୃତକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଛି ।ନୂଆଗାଁ ପୋଲିସ ଘଟଣା ସ୍ଥଳ ରେ ପହଂଚି ତଦନ୍ତ ଚଳାଇଛି। ମୃତ ଜିତୁ ଙ୍କ ପରିବାର ଲୋକ ଘଟଣା ସ୍ଥଳ ରେ ପହଞ୍ଚି ଶବ ଚିହ୍ନଟ କରିଛନ୍ତି । କିଏ ଏବଂ କାହିଁକି ଜିତୁଙ୍କୁ ହତ୍ୟା କରିଛି ଏପର୍ଯ୍ୟନ୍ତ ଜଣା ପଡିନି ।ନୟାଗଡ଼ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।ଏପର୍ଯ୍ୟନ୍ତ ପୋଲିସ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
Related Posts
About The Author