ବିଜେପି ୨୩୦ରୁ କମ୍‌ ଆସନ ପାଇଲେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ: ସୁବ୍ରମଣ୍ୟମ ସ୍ୱାମୀ

Spread the love

ନୂଆଦିଲ୍ଲୀ, ୨/୫ (ସନ୍ଧାନ ନିୟୁଜ) : ଲୋକସଭା ନିର୍ବାଚନ ଚାଲିଥିବାବେଳେ ବିଜେପି ରାଜ୍ୟ ସଭା ସାଂସଦ ତଥା ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ ଏହି ନିର୍ବାଚନରେ ଯଦି ଦଳ ୨୩୦ରୁ କମ୍‌ ଆସନରେ ବିଜୟୀ ହେବ, ତେବେ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ହଫପୋଷ୍ଟ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ସୁବ୍ରମଣ୍ୟମ୍‌ ସ୍ୱାମୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଯଦି ବିଜେପି ୨୩୦ ବା ୨୨୦ଟି ଆସନରେ ବିଜୟୀ ହେବ ,ଓ ଏନଡିଏର ସହଯୋଗୀ ଦଳମାନଙ୍କୁ ୩୦ଟି ଆସନ ମିଳିବ, ତେବେ ମୋଟ୍‌ ୨୫୦ଟି ଆସନ ହେବ। ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଆହୁରି ୩୦ଟି ଆସନ ଆବଶ୍ୟକ ପଡ଼ିବ। ଏଭଳି ସ୍ଥିତିରେ କିଏ ପ୍ରଧାନମନ୍ତ୍ରୀ ହେବେ?

ଏହାର ଉତ୍ତରରେ ସେ କହିଛନ୍ତି ଯେ ଏହା ସହଯୋଗୀ ଦଳମାନଙ୍କ ଉପରେ ନିର୍ଭର କରିବ ବୋଲି ସେ କହିଛନ୍ତି। ସୁବ୍ରମଣ୍ୟମ୍ବାମୀ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବକୁ ଯୋଗ୍ୟ ନୁହଁନ୍ତି। ମାୟାବତୀ ବିଜେପିକୁ ସମର୍ଥନ ଦେଇପାରନ୍ତି ବୋଲି ସେ କହିଛନ୍ତିି। ବିଜେପିର ପ୍ରଧାନମନ୍ତ୍ରୀ ନେତା ବଦଳିଲେ ଏହା ସମ୍ଭବ ବୋଲି ବି ସୁବ୍ରମଣ୍ୟମ୍‌ ସ୍ୱାମୀ କହିଛନ୍ତି।

Related Posts

About The Author

Add Comment