ବୈପାରିଗୁଡା , ୨୦/୪ (ସନ୍ଧାନ ନିୟୁଜ/ସରୋଜ କୁମାର ଲେଙ୍କା) – ବୈପାରିଗୁଡା ସ୍ଥିତ ମୁଣ୍ଡାଗୁଡା ଠାରେ ଥିବା ସି ୱାଇ ଏସ ଡ଼ି – ପ୍ରୟାସ ର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ।ଉକ୍ତ କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲା ତଥା କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାର ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଯୋଗ ଦେଇ ନିଜ ନିଜ ଅଞ୍ଚଳରେ ହୋଇଥିବା ବିକାଶ ଉପରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସି ୱାଇ ଏସ ଡି ର ନିର୍ଦ୍ଧେଶକ ଶ୍ରୀଯୁକ୍ତ ଜୟଦେବ ଡାକୁଆଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଏ.ଭି.ସ୍ଵାମୀ,ପଦ୍ମଶ୍ରୀ ଶ୍ରୀମତୀ କମଳା ପୂଜାରୀ,ସି ୱାଇ ଏସ ଡି ର ବରିଷ୍ଠ କର୍ମୀ ମହେଶ ଛାଟୋଇ,ବସନ୍ତ ନାୟକ,ଅନନ୍ତ ସ୍ୱାଇଁ ଓ ରମେଶ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଏ.ଭି.ସ୍ଵାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାଧୀନତା ର ପରବର୍ତ୍ତୀ କୋରାପୁଟ ଏବଂ ଆଜିର କୋରାପୁଟ ମଧ୍ୟରେ ଥିବା ପାର୍ଥକ୍ୟ କୁ ଉପସ୍ଥିତ ଥିବା ମହିଳା ଓ ପୁରୁଷ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।ସେହିପରି ବୈଠକରେ ପଦ୍ମଶ୍ରୀ ଶ୍ରୀମତୀ କମଳା ପୂଜାରୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପାରମ୍ପରିକ ଦେଶୀ ଧାନ ବିହନ ସଂରକ୍ଷଣ ଓ ଜୈବିକ ପଦ୍ଧତିରେ ଚାଷର ଉପାଦେୟତା ଉପରେ ପ୍ରକାଶ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ କୁ ସି ୱାଇ ଏସ ଡି ର ଶ୍ରୀଯୁକ୍ତ କମଳକାନ୍ତ ବାରିକ ପରିଚାଳନା କରିଥିଲେ ।
ବୈପାରିଗୁଡା ସ୍ଥିତ ମୁଣ୍ଡାଗୁଡା ଠାରେ ଥିବା ସି ୱାଇ ଏସ ଡ଼ି – ପ୍ରୟାସ ର ୨୪ତମ ପ୍ରତିଷ୍ଠା ଦିବସ ପାଳିତ
|
April 20, 2019 |



